ଓଡ଼ିଶା ତଥା ଅନ୍ୟ ରାଜ୍ୟରେ ଅବସ୍ଥାପିତ ଶ୍ରୀ ସିମେଂଟ୍ ପକ୍ଷରୁ କୋଭିଡ୍ ହସ୍ପିଟାଲ୍ଗୁଡିକ ପାଇଁ ଅମ୍ଳଜାନ ଯୋଗାଣକୁ ତ୍ୱରାନ୍ୱିତ
ଭୁବନେଶ୍ୱର: ଭାରତର ଅଗ୍ରଣୀ ସିମେଂଟ୍ ଉତ୍ପାଦନକାରୀ, ଶ୍ରୀ ସିମେଂଟ୍ ପକ୍ଷରୁ ଦେଶରେ ଅମ୍ଳଜାନର ଅଭାବକୁ ପୂରଣ କରିବା ପାଇଁ ଏହାର ଅମ୍ଳଜାନ କାରଖାନାଗୁଡିକୁ ୧୦୦% କ୍ଷମତା ସହିତ ପରିଚାଳନା କରାଯାଉଛି । ଶ୍ରୀ ସିମେଂଟ୍ ରାଜସ୍ଥାନ, କର୍ଣ୍ଣାଟକ, ବିହାର, ଓଡିଶା ଓ ଛତିଶଗଡରେ ଥିବା ଏହାର ଉତ୍ପାଦନ କାରଖାନାଗୁଡିକରୁ ଦେଶବ୍ୟାପୀ ହସ୍ପିଟାଲଗୁଡିକୁ ଅମ୍ଳଜାନ ସିଲିଣ୍ଡରର ତ୍ୱରିତ ଯୋଗାଣ ଜାରି ରଖିଛି । ଏହି କାରଖାନାଗୁଡିକ ମଧ୍ୟ ନିଜର ସମସ୍ତ ୟୁନିଟ୍ରେ ମାଗଣା ଅମ୍ଳଜାନ ରିଫିଲ୍ ସୁବିଧା ପ୍ରଦାନ କରୁଛନ୍ତି । ଭାରତ ଦ୍ରୁତ ବେଗରେ ବ୍ୟାପୁଥିବା କରୋନା ଭୂତାଣୁର ଏକ ଅଧିକ ଟ୍ରାନ୍ସମିଶିବିୁଲ୍ ମ୍ୟୁଟାଂଟ୍ ଭାରିଆଂଟ୍ର ୨ୟ ଲହର ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଏହା କାରଣରୁ ସଂକ୍ରମିତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଛି । ଏହାଯୋଗୁ ହସ୍ପିଟାଲଗୁଡିକରେ ଅମ୍ଳଜାନର ଅଭାବ ଦେଖାଦେଇଛି ।
କୋଭିଡ୍-୧୯ ଏହାର ପରବର୍ତୀ ପର୍ଯ୍ୟାୟରେ ଆକ୍ୟୁଟ୍ ରେସ୍ପିରେଟୋରୀ ଡିସ୍ଟ୍ରେସ୍ ସିଣ୍ଡ୍ରୋମ୍ ପରେ ଫୁସ୍ଫୁସ୍ର ପ୍ରଦାହକୁ ଆକ୍ରାନ୍ତ କରୁଛି, ଫଳରେ ନିଶ୍ୱାସ ନେବା କଷ୍ଟକର ହୋଇପଡୁଛି । ଏଭଳି ରୋଗୀମାନେ ଅମ୍ଳଜାନର ଆବଶ୍ୟକ କରୁଛନ୍ତି, ଯାହାର ଯୋଗାଣ ଏବେ ହ୍ରାସ ପାଇଛି । ଶ୍ରୀ ସିମେଂଟ୍ର ପରିଚାଳନା ଟିମ୍ ଏହାର ସମସ୍ତ ୟୁନିଟ୍ରୁ ଅମ୍ଳଜାନର ଶୀଘ୍ର ଯୋଗାଣକୁ ବଜାୟ ରଖିବା ପାଇଁ ପ୍ରତିଶ୍ରୁତି ଦେଇଛି । ଗତବର୍ଷ କମ୍ପାନୀ ରାଜସ୍ଥାନର ପାଲି ଜିଲ୍ଲାରେ ଥିବା ସରକାରୀ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ପାଇଁ ଏକ ସମର୍ପିତ ୱାର୍ଡ ନିର୍ମାଣ କରିଥିଲା, ଏହି ସେଂଟର୍କୁ ଏବେ ଏକ କ୍ରିଟିକାଲ କେୟାର ୟୁନିଟ୍ ଭାବେ ପରିଚାଳନା କରାଯାଉଛି । ସେହିପରି ଶ୍ରୀ ସିମେଂଟ୍ର ସିଏସ୍ଆର୍ ଟିମ୍ ମାସ୍କ ପ୍ରସ୍ତୁତ କରିବା ପାଇଁ ଗ୍ରାମାଂଚଳଗୁଡିକରେ ମହିଳାମାନଙ୍କ ସହିତ କାର୍ଯ୍ୟ କରୁଛି ଯାହାଫଳରେ ସେମାନଙ୍କୁ ଏଭଳି ଜଟିଳ ସମୟରେ ଆୟର ଏକ ଉତ୍ସ ମିଳିପାରୁଛି । ଏହି ସିଏସ୍ଆର୍ ଟିମ୍ କୋଭିଡ୍ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ସହିତ କାରଖାନା ଆଖପାଖରେ ଥିବା ଗ୍ରାମଗୁଡିକରେ ମେଡିକାଲ ସପୋର୍ଟ, ଆମ୍ବୁଲାନ୍ସି ଆଦି ସୁବିଧା ପ୍ରଦାନ କରୁଛି ।
Comments are closed.