ନିର୍ମାଣ ସାମଗ୍ରୀ କ୍ଷେତ୍ରରେ ସର୍ବୋତ୍କୃଷ୍ଟ କମ୍ପାନୀର ମାନ୍ୟତା ପାଇଲା ଶ୍ରୀ ସିମେଣ୍ଟ
ଭୁବନେଶ୍ୱର : ଗ୍ରେଟ୍ ପ୍ଲେସେସ୍ ଟୁ ୱର୍କ ଇନ୍ଷ୍ଟିଚ୍ୟୁଟ୍ପ୍ପ, ଇଣ୍ଡିଆ ପକ୍ଷରୁ ଶ୍ରୀ ସିମେଂଟ୍କୁ ଦେଶର ସିମେଂଟ୍ ଓ ନିର୍ମାଣ ସାମଗ୍ରୀ କ୍ଷେତ୍ରରେ ଏବଂ ସମସ୍ତ କ୍ଷେତ୍ର ପାଇଁ ୧୦୦ ଶ୍ରେଷ୍ଠ ସର୍ବୋତ୍କୃଷ୍ଟ କାର୍ଯ୍ୟକ୍ଷେତ୍ର ମଧ୍ୟରେ ସବୁଠାରୁ ଉନ୍ନତ କାର୍ଯ୍ୟକ୍ଷେତ୍ର ଭାବେ ସମ୍ମାନିତ କରାଯାଇଛି । ଗ୍ରେଟ୍ ପ୍ଲେସେସ୍ ଟୁ ୱର୍କ ଇନ୍ଷ୍ଟିଚ୍ୟୁଟ୍ପ୍ପ ହେଉଛି ସବୁଠାରୁ ବିଖ୍ୟାତ ‘ଏମ୍ପ୍ଲୟର-ଅଫ୍-ଚଏସ୍’ ମାନ୍ୟତା, ଯାହାକୁ ସମସ୍ତ ସଂସ୍ଥା ହାସଲ କରିବାକୁ ଚାହିଁଥାନ୍ତି । ଏହା ବିଶ୍ୱବ୍ୟାପୀ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ଉନ୍ନତ କାର୍ଯ୍ୟକ୍ଷେତ୍ର ସଂସ୍କୃତିକ ଚିହ୍ନଟ କରିବା ଓ ସ୍ୱୀକୃତି ପ୍ରଦାନ କରିବାରେ ଏହାକୁ ଗୋଲ୍ଡ ଷ୍ଟାଣ୍ଡାର୍ଡ ଭାବେ ବିବେଚନା କରାଯାଇଥାଏ । ପ୍ରତିବର୍ଷ ପ୍ରାୟ ୬୦ଟି ଦେଶର ୧୦,୦୦୦ରୁ ଅଧିକ ସଂସ୍ଥା ଏହି ସ୍ୱୀକୃତି ପାଇଁ ଆବେଦନ କରିଥାନ୍ତି ।
ଚଳିତ ବର୍ଷ ଭାରତର ର୍ୟାଙ୍କିଙ୍ଗ୍ ପାଇଁ ୨.୧ ମିଲିୟନରୁ ଅଧିକ କର୍ମଚାରୀଙ୍କ ସ୍ୱରର ପ୍ରତିନିଧିତ୍ୱ କରୁଥିବା ୨୧ରୁ ଅଧିକ ଶିଳ୍ପର ୧୦୦୦ରୁ ଅଧିକ କମ୍ପାନୀ ଏହି ମାନ୍ୟତା ପାଇଁ ଆବେଦନ କରିଥିଲେ । ଏହି ମାନ୍ୟତା ସଂସ୍ଥାରେ ଗର୍ବର ସ୍ତର, ନେତୃତ୍ୱ ଓ ଟ୍ରଷ୍ଟର ବିଶ୍ୱାସନୀୟତା, ସମ୍ମାନ, ନ୍ୟାୟ ଓ କର୍ମଚାରୀଙ୍କ ମଧ୍ୟରେ ଟିମ୍ ୱର୍କ ଆଧାରରେ ଦିଆଯାଇଥାଏ । ଶ୍ରୀ ସିମେଂଟ୍ ବର୍ଷ ବର୍ଷ ଧରି ଏହି ବେଂଚ୍ମାର୍କ ସ୍କୋର ହାସଲ କରିଆସୁଛି । କମ୍ପାନୀକୁ ୨୦୧୮ରେ ନିର୍ମାଣ କ୍ଷେତ୍ରରେ ଶୀର୍ଷ ୫ଟି ଓ ଶୀର୍ଷ ୧୦୦ଟି କମ୍ପାନୀ ମଧ୍ୟରେ ସମ୍ମାନିତ କରାଯାଇଥିଲା । ୨୦୨୦ ପାଇଁ କମ୍ପାନୀ ସିମେଂଟ୍ ଓ ନିର୍ମାଣ ସାମଗ୍ରୀ କ୍ଷେତ୍ରରେ ସର୍ବୋତମ ସ୍ଥାନନରେ ଓ ବିଭିନ୍ନ କ୍ଷେତ୍ରର ଉତ୍କସ୍ତ୍ମୃ କାର୍ଯ୍ୟକ୍ଷେତ୍ର ବିଶିଷ୍ଟ ଶ୍ରେଷ୍ଠ ୧୦୦ଟି କମ୍ପାନୀ ମଧ୍ୟରେ ସ୍ଥାନ ପାଇଛି । କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଏହି ମାନ୍ୟତାକୁ ଗତ ଜୁନ୍ ୧୯ ତାରିଖରେ ଆୟୋଜିତ ଭର୍ଚୁଆଲ କନ୍ଫରେନ୍ସ ମାଧ୍ୟରେ ପ୍ରଦାନ କରାଯାଇଥିଲା, ଯାହାକୁ ୟୁଟ୍ୟୁବ୍ରେ ଟେଲିକାଷ୍ଟ କରାଯାଇଥିଲା ।
Comments are closed.