କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ: ୟୁନିଭେର୍ସିଟି ଲ କଲେଜ ରନରସପ
ନୂଆଦିଲ୍ଲୀ ଠାରେ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରି ପୂର୍ବ ଜୋନରୁ ଭୁବନେଶ୍ୱରସ୍ଥିତ ୟୁନିଭେର୍ସିଟି ଲ କଲେଜ ଛାତ୍ରୀମାନେ ଜାତୀୟ ସ୍ତରରେ ରନର୍ସ ଅପ ଘୋଷିତ ହୋଇଛନ୍ତି । ନୂଆଦିଲ୍ଲୀସ୍ଥିତ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ଆମନ୍ତ୍ରଣ କ୍ରମେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସାଲୋମୀ ସାହୁଙ୍କ ନେତୃତ୍ୱରେ ୟୁନିଭେର୍ସିଟି ଲ କଲେଜ ଦ୍ଵିତୀୟ ବର୍ଷ ଛାତ୍ରୀ ଜାଗୃତି ମାଝୀ, ସାନିଆ ଖାନ, ସ୍ମୃତିଶିଖା ସାହୁ, ଆଦ୍ୟାଦେବପ୍ରଜ୍ଞା ପଟ୍ଟନାୟକ ଓ ଶ୍ରୀମୟୀ ମହାପାତ୍ର ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ନୂଆଦିଲ୍ଲୀ ଠାରେ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ଦ୍ଵାରା ଆୟୋଜିତ କ୍ରାନ୍ତିଜ୍ୟୋତି ସାବିତ୍ରୀ ବାଇ ଫୁଲେଙ୍କ ଜନ୍ମ ଦିନ ପାଳନ ଅବସରରେ ଆୟୋଜିତ ଏହି ପ୍ରତିଯୋଗିତାରେ ଛାତ୍ରୀମାନେ ଯୋଗ ଦେଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ତଥା ପୃଷ୍ଠପୋଷକ ଜଷ୍ଟିସ ସଂଜୀବ ଖାନା ଏବଂ କାର୍ଯ୍ୟ ନିର୍ବାହୀ ଅଧକ୍ଷ ତଥା ଉଚ୍ଚତମ ନ୍ୟାୟାଳୟ ବିଚାରପତି ଜାତୀୟ ଆଇନ ସେବା ପ୍ରାଧିକରଣ ଜଷ୍ଟିସ ବି. ଆର. ଗବାଇ, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ସଦସ୍ୟ ସଚିବ ଜାତୀୟ ଆଇନ ସେବା ପ୍ରାଧିକରଣ ଏସ. ସି ମୁଙ୍ଗେତ ପ୍ରମୁଖଙ୍କ ଠାରୁ ଛାତ୍ରୀ ମାନେ ପୁରସ୍କାର ଗ୍ରହଣ କରିଛନ୍ତି । ଓଡିଶାରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସଚିବ ଏବଂ ଆଇନ ଛାତ୍ରୀମାନେ କ୍ଷୁଦ୍ର ଚଳଚ୍ଚିତ୍ର ଭିବାଗରେ ନୂଆଦିଲ୍ଲୀରେ ଉପସ୍ଥିତ ରହି ଇଷ୍ଟ ଜୋନ ପାଇଁ ମାନ୍ୟବର ମୁଖ୍ୟ ବିଚାରପତିଙ୍କ ଠାରୁ ପାନ ଇଣ୍ଡିଆ ଜୋନାଲ ଲେବଲ ସଂକ୍ଷିପ୍ତ ଚଳଚ୍ଚିତ୍ର ପ୍ରଦର୍ଶନରେ ଏହି ରନର୍ସ ଅପ ପୁରସ୍କାର ଗ୍ରହଣ କରିଛନ୍ତି ।
ଓଡିଶାର ଉତ୍କଳ ୟୁନିଭେର୍ସିଟି ଲ କଲେଜ ଆଇନ ବିଭାଗର ଛାତ୍ର ଛାତ୍ରୀ ମାନେ ଅଣସଂଗଠିତ ଶ୍ରମିକ ମାନଙ୍କ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରିବା ସହ ଉକ୍ତ ଛାତ୍ରୀମାନେ ଉକ୍ତ ଚଳଚ୍ଚିତ୍ରରେ ଉନତ ମାନର ଅଭିନୟ କରି ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି। ଏହି ଦଳଗତ ସଫଳତା ପାଇଁ ଛାତ୍ରୀ ମାନଙ୍କୁ ଆଇନ ସେବା ପ୍ରାଧିକରଣ ଶ୍ରେଷ୍ଠ ରନର୍ସ ଅପ ସହ ୫୦୦୦ ଟଙ୍କା ଅର୍ଥ ରାଶି ସହ ମାନପତ୍ର ପ୍ରଦାନ କରାଯାଇଛି । ଏଭଳି ଉଲେଖନୀୟ ସଫଳତା ପାଇଁ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସମସ୍ତ କୃତି ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗକୁ ଏହି ଅଭିଯାନ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଖୋର୍ଦ୍ଧା ଭୁବନେଶ୍ୱରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।
Comments are closed.