କଟକରେ ଗୁଳିମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ଯୁବକ

Share It

ଦୀର୍ଘ ଦିନର ବ୍ୟବଧାନ ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ପୁଣି ଘଟିଛି । କଟକରେ ପୁଣି ଗୁଳିମାଡ ହୋଇଥିବାର ଖବର ସାମନାକୁ ଆସିଛି । ମିଳିଥିବା ସୂଚନା ମୁତାବକ ଏହି ଘଟଣା କଟକର ନୂଆ ଅଂଚଳରେ ଘଟିଛି । ପୂର୍ବ ଶତ୍ରୁତାକୁ ନେଇ କିଛି ଦୁର୍ବୃତ୍ତ ଏହି ଗୁଳିମାଡ କରିଥିବା ସୂଚନା ମିଳିଛି ।
ଦୁର୍ବୃତ୍ତ ମାନେ ଗୁଳିମାଡ କରିଥିବା ଯୁବକଙ୍କ ନାମ ସଞ୍ଜୟ ତରାଇ ହୋଇଥିବାବେଳେ ସେ ମଧୁପାଟଣା ଥାନା ସ୍ଥିତ ଖପିରା ଅଂଚଳର ବୋଲି ଜଣାପଡିଛି । ଗୁଳିମାଡ ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିବାବେଳେ ତାଙ୍କୁ ବର୍ତ୍ତମାନ କଟକସ୍ଥିତ ଏସସିବି ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ମୁତାବକ, ସଞ୍ଜୟ ଅଧରାତିରେ ନୂଆ ବଜାର ଫ୍ଲାଏ ଓଭରବ୍ରିଜ ଦେଇ ଘରୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ସେଠି ତାଙ୍କୁ ଅଟକାଇ ଥିଲେ ଏବଂ ସେଠାରେ ଉଭୟଙ୍କ ମଧ୍ୟରେ କିଛି ବଚଷା ହୋଇଥିଲା ।
ପରବର୍ତ୍ତୀ ମୂହୂର୍ତ୍ତରେ ଦୁର୍ବୃତ୍ତ ତାଙ୍କ ଉପରେ ଗୁଳିଚାଳନା କରି ଫେରାର ହୋଇ ଯାଇଥିଲେ । ପୂର୍ବ ଶତ୍ରୃତାକୁ ନେଇ ଏହି ଗୁଳି ଚାଳନା ହୋଇଥିବାବେଳେ ବର୍ତ୍ତମାନ ଚାଉଳିଆଗଂଜ ଥାନା ଏହି ଘଟଣାର ତଦନ୍ତ ଚଲାଇଛି ।


Share It

Comments are closed.