ଆସିଲା ସାଙ୍ଘାତିକ ତଥ୍ୟ,ବିନା PUCC ରେ ପରିବହନ ବିଭାଗରେ ଗଡୁଛି ମାଳ ମାଳ ଗାଡ଼ି
ଭୁବନେଶ୍ଵର,୧୯/୦୨:ବିନା PUCC ରେ ପରିବହନ ବିଭାଗରେ ଗଡୁଛି ମାଳ ମାଳ ଗାଡ଼ି।ବିଧାନସଭାର ଲିଖିତ ଉତ୍ତର ରୁ ଆସିଲା ସାଙ୍ଘାତିକ ତଥ୍ୟ।ରିପୋର୍ଟ କହୁଛି ପରିବହନ ବିଭାଗ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟ ରେ ନିୟୋଜିତ ହୋଇଛି ୨୪୨ ଟି ଗାଡ଼ି।ସେଥି ମଧ୍ୟରୁ ୪୪ ଟି ଗାଡ଼ି ରାଜ୍ୟ ସରକାରଙ୍କ ର ନିଜସ୍ୱ ହୋଇଥିବା ବେଳେ ୧୯୮ ଗାଡ଼ି ଭଡ଼ା ରେ ଆଣିଛନ୍ତି ରାଜ୍ୟ ସରକାର।ଏହି ସବୁ ଗାଡି ଗୁଡ଼ିକର PUCC ଅବଧି ୨୨ ଡିସେମ୍ବର ୨୦୨୫ ରୁ ଶେଷ ହୋଇ ସାରିଛି।
ଏଥିସହ ରାଜଧାନୀ ଭୁବନେଶ୍ବରରେ 15 ଲକ୍ଷ 20 ହଜାର 346 ଗୋଟି ଯାନ ପଞ୍ଜିକୃତ ହୋଇ ବିଭିନ୍ନ ସ୍ଥାନରେ ଚଳାଚଳ କରୁଅଛି | ଏତଦ୍ ବ୍ୟତୀତ ଅନ୍ୟ ରାଜ୍ୟ ଏବଂ ବିଭିନ୍ନ ଜିଲ୍ଲାରୁ ପ୍ରତ୍ୟେକ ଦିନ ଅନେକ ଗୁଡ଼ିଏ ଯାନ ଯାତାୟତ କରୁଅଛି ।ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ପାର୍କିଂ ସ୍ଥଳ ନିର୍ମାଣ କରୁଛନ୍ତି।

Comments are closed.