ମହାଶିବରାତ୍ରିରେ ରାଶି ହିସାବରେ କରନ୍ତୁ ଉପାୟ, ଯେକୌଣସି କାର୍ଯ୍ୟରେ ପାଇବେ ସଫଳତା


ଫାଲ୍ଗୁନ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଶୁକ୍ରବାର ଅର୍ଥାତ ଆସନ୍ତା ଫେବୃଆରୀ ୨୧ ତାରିଖରେ ମହାଶିବରାତ୍ରିର ମହାପର୍ବ ପାଳନ କରାଯିବ । ଜ୍ୟୋତିଷାଚାର୍ଯ୍ୟ ଶିଳ୍ପା ଜୈନଙ୍କ ଅନୁସାରେ, ଯେତେବେଳେ ସୂର୍ଯ୍ୟ କୁମ୍ଭ ରାଶି ଓ ଚନ୍ଦ୍ର ମକର ରାଶିରେ ରହିଥାନ୍ତି, ସେତେେଳେ ଫାଲ୍‌ଗୁନ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି ରାତିରେ ଏହି ପର୍ବ ପାଳିତ ହୋଇଥାଏ । ୨୧ ଫେବୃଆରୀ ସନ୍ଧ୍ୟା ୫ଟା ୨୦ ମିନିଟ୍‌ରେ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହେବ ଏବଂ ଏହା ୨୨ ଫେବୃଆରୀ ସନ୍ଧ୍ୟା ୭ଟା ଦୁଇ ମିନିଟ୍‌ରେ ଶେଷ ହେବ । ଶିଳ୍ପା ଜୈନ୍‌ଙ୍କ କହିବା ଅନୁସାରେ, ମହାଶିବରାତ୍ରୀରେ ଚଳିତ ବର୍ଷ ୧୧୭ ବର୍ଷ ପରେ ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁଦ୍ଦର୍ଶୀରେ ଏକ ଅଦ୍ଭୁତ ସଂଯୋଗ ହୋଇଛି । ଶନି ନିଜ ରାଶି ମକରରେ ଓ ଶୁକ୍ର ନିଜର ଉଚ୍ଚ ରାଶି ମୀନରେ ରହିବେ ଯାହାକି ଏକ ଦୁର୍ଲଭ ଯୋଗ ଅଟେ । ଯଦି କୌଣସି ବ୍ୟକ୍ତି ନିଜ ସୂର୍ଯ୍ୟଙ୍କୁ ଅଧିକ ମଜଭୁତ କରିବାକୁ ଓ ସରକାରୀ କାର୍ଯ୍ୟରେ ସଫଳତା ପାଇବାକୁ ଚାହାନ୍ତି ତେବେ ତମ୍ବାର ଲୋଟାରେ ଜଳ ରଖି ଶିବଲିଙ୍ଗର ଅଭିଷେକ କରନ୍ତୁ । ସେହିପରି ଜାତକରେ ମଙ୍ଗଳ ଦୋଷ ଥିଲେ ହଳଦି ମିଶ୍ରିତ ଜଳରେ ଶିବଲିଙ୍ଗର ଅଭଷେକ କରନ୍ତୁ ଏବଂ ଜାତକରେ ବୁଧର ସ୍ଥିତି ଖରାପ ଥିଲେ ଶିବପାର୍ବତୀଙ୍କ ପୂଜା କରନ୍ତୁ ଓ ପୂଜା ପରେ ୭ ଜଣ କନ୍ୟାଙ୍କୁ ଭୋଜନ କରାଇ ଜଳ ଓ ତୁଳସୀ ପତ୍ର ଚଢାନ୍ତୁ । ଜାତକରେ ଶୁକ୍ରଙ୍କୁ ମଜଭୁତ କରିବାକୁ ହେଲେ ଦୁଗ୍ଧ ଓ ଦହିରେ ଶିବଙ୍କର ଅଭିଷେକ କରାନ୍ତୁ ଓ ଶନି ଗ୍ରହରେ ପୀଡିତ ଥିଲେ ସୋରିଷ ତେଲରେ ଶିବଲିଙ୍ଗର ଅଭିଷେକ କରାନ୍ତୁ । କେତୁ ଗ୍ରହକୁ ମଜଭୁତ କରିବା ପାଇଁ ଜଳରେ ମହୁ ମିଶାଇ ଶିବଲିଙ୍ଗର ଅଭିଷେକ କରାନ୍ତୁ । ଜାତକରେ ଚନ୍ଦ୍ରମା ଦୋଷ ଥିଲେ କଂଚା କ୍ଷୀରରେ ଅଭିଷେକ କରାନନ୍ତୁ । ସମସ୍ତ କାର୍ଯ୍ୟରେ ସଫଳତା ପାଇବା ପାଇଁ ମେଷର ରାଶିର ଲୋକେ ଶିବବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ, ବୃଷ ରାଶିର ଲୋକେ ଶିବଙ୍କ ଉପରେ ଦୁଗ୍ଧ ମିଶ୍ରିତ ଜଳ ଚଢାନ୍ତୁ, ମିଥୁନ ରାଶିର ଲୋକ ଦହି ମିଶ୍ରିତ ଜଳ ଚଢାନ୍ତୁ, କର୍କଟ ରାଶିର ଲୋକେ ଚନ୍ଦନର ଇତର ଅର୍ପଣ କରନ୍ତୁ, ସିଂହ ରାଶିର ଲୋକେ ଘିଅ ଦୀପ ଜଳାନ୍ତୁ, କନ୍ୟା ରାଶିର ଲୋକେ କଳା ରାଶି ଓ ଜଳ ରାଶି ମିଶାଇ ଅଭିଷେକ କରାନ୍ତୁ, ତୁଳା ରାଶିର ଲୋକେ ଜଳରେ ଧଳା ଚନ୍ଦନ ମିଶାଇ ଚଢାନ୍ତୁ, ବିଛା ରାଶି ଲୋକେ ଜଳ ଓ ବେଲପତ୍ର ଚଢାନ୍ତୁ, ଧନୁ ରାଶିର ଲୋକେ ଅବିର କିମ୍ବା ରଙ୍ଗ ଚଢାନ୍ତୁ, ମକର ରାଶିର ଲୋକେ ଭାଙ୍ଗ ଓ ଧତୁରା ଚଢାନ୍ତୁ, କୁମ୍ଭ ରାଶିର ଲୋକେ ଫୁଲ ଚଢାନ୍ତୁ ଓ ମୀନ ରାଶିର ଲୋକେ ଆଖୁ ରସ ଏବଂ କେସରରେ ଶିବ ଲିଙ୍ଗର ଅଭିଷେକ କରାନ୍ତୁ ।


Share It

Comments are closed.