ଏପ୍ରିଲ ୨ତାରିଖରେ ଶୁଭାରମ୍ଭ ହେବ ‘ଶିଶୁ ବାଟିକା’
ଆମ ରାଜ୍ୟର ପିଲାମାନଙ୍କୁ ସର୍ବୋତ୍ତମ ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି । ଏହାର ବାସ୍ତବ ରୂପ ଦେବା ପାଇଁ ୨୦୨୦ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ନିମିତ୍ତ ନୂଆ କରି ପାଠ ଶିଖିବାକୁ ଥିବା ପିଲାଙ୍କ ନିମନ୍ତେ ‘ଶିଶୁ ବାଟିକା’ ର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ଵାରା ଏପ୍ରିଲ ୨ତାରିଖରେ ହେବାକୁ ଯାଉଛି । ଏଥିସହ ‘ପ୍ରବେଶ ଉତ୍ସବ’ ଏବଂ ‘ଖଡ଼ି ଛୁଆଁ’ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ପିଲାମାନଙ୍କର ଏକ ସୁସ୍ଥ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ହିଁ ଏହାର ବାସ୍ତବ ଲକ୍ଷ୍ୟ।
Comments are closed.