14ମାର୍ଚ୍ଚ ରେ ମୁକ୍ତି ଲାଭ କରିବ ସିମିଲି

Share It

ସାଗର ଗଙ୍ଗାରୁ ସିମିଲି ପର୍ଯ୍ୟନ୍ତ: ଅନୁପ ସାହଙ୍କ ଜବରଦସ୍ତ ଯାତ୍ରା 🌟
ଓଡ଼ିଆ ସିନେମାର ଜଣେ ଶ୍ରେଷ୍ଠ ଅଭିନେତା ଅନୁପ ସାହ, ତାଙ୍କ ଅଦ୍ଭୁତ ଅଭିନୟ କୌଶଳରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ତାଙ୍କର ସିନେମା ସାଗର ଗଙ୍ଗା, ଯେଉଁଠି ସେ ଆଜିର ଜଣାଶୁଣା ନାୟିକା ରଚନା ବନର୍ଜୀଙ୍କ ସହିତ ଦେଖା ଦେଇଥିଲେ, ଆଜି ମଧ୍ୟ ସେହି ଫିଲ୍ମକୁ ଦର୍ଶକ ମାନେ ରଖିଛନ୍ତି । 🎬✨
ଏବେ ସେ ଆସୁଛନ୍ତି ଆଗାମୀ ସିନେମା “ଶିମୀଲି” ରେ ଗୋଟିଏ ନୂତନ ଚରିତ୍ରରେ, ଯାହାରେ ସେ ଗୋଟିଏ ଶକ୍ତିଶାଳୀ ନେଗେଟିଭ୍ ରୋଲ୍ ରେ ଦେଖା ଦେବେ। ହିରୋରୁ ଏତେ ଗଭୀର ଖଲନାୟକ ଭାବରେ ପରିବର୍ତ୍ତନ ତାଙ୍କର ଅଭିନୟ କୁଶଳତାର ଉଦାହରଣ।
“ଶିମୀଲି”  ଫିଲ୍ମର ମାଧ୍ୟମରେ ଅନୁପ ସାହଙ୍କ ନୂଆ ରୂପକୁ ଦେଖିବା ପାଇଁ ଅପେକ୍ଷା କରନ୍ତୁ । ଜଙ୍ଗଲ ଏବଂ ପ୍ରକୃତିର ଗୁରୁତ୍ୱ କୁ ଉନ୍ମୋଚନ କରୁଥିବା ଏହି ଚଳଚ୍ଚିତ୍ର ଆପଣଙ୍କ ହୃଦୟକୁ ଛୁଇଁବ ବୋଲି ଆମର ଆଶା । 🌳🐾
“ଶିମୀଲି”  ଖାଲି ଗୋଟେ ଚଳଚିତ୍ର ନୁହଁ  ଏହା ଜଙ୍ଗଲ ମାଫିଆମାନଙ୍କ ବିରୋଧ ରେ ଗୋଟେ ଆନ୍ଦୋଳନ, ଆସନ୍ତୁ ଆମ ଆସନ୍ତା ପିଢି ର ସୁରକ୍ଷା ପାଇଁ ଏହି ଆନ୍ଦୋଳନ ରେ ସାମିଲ ହବା! 🙌🎥

"ସାଗରଗଙ୍ଗାରେ ହୀରୋ ଭାବେ ଜଣାଶୁଣା ହେବାର ପରେ, "ଶିମିଲି"ରେ ଖଳନାୟକ ଭୂମିକା କରିବା ମୋ ପାଇଁ ଏକ ଚାଲେଞ୍ଜିଙ୍ଗ ଆଉ ଉତ୍ସାହଜନକ ଅଭିଜ୍ଞତା ଥିଲା।
‘ସାଗରଗଙ୍ଗା’ର ହୀରୋ ଭାବେ ମୋତେ ପରିଚୟ ମିଳିଥିଲା, ତେବେ "ଶିମିଲି"ରେ ନିଜକୁ ଖଳନାୟକ  ଚରିତ୍ରରେ ନିଜକୁ ସାବ୍ୟସ୍ତ କରିବା ପାଈଁ ମୁଁ ପ୍ରୟାସ କରିଛି ।
ପରିବେଶ, ଜଙ୍ଗଲ ଏବଂ ପ୍ରାକୃତିକ ସଂପଦକୁ କିପରି ରକ୍ଷା କରିବା କାହାଣୀଟି ତା ଉପରେ ହେଇଚି, ଖାଲି ସରକାର ନୁଁହ ଜନସାଧାରଣ
ମଧ୍ୟ ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି, ଏହି ଚଳଚିତ୍ରରେ ଦର୍ଶକ ମୋର ଚରିତ୍ରକୁ ଏକ ଆଧୁନିକ ବିପଦର ପ୍ରତିକ ଭାବେ ଦେଖିବେ। ଏହି ଚରିତ୍ର ପାଇଁ ମୋ ଉପରେ ବିଶ୍ୱାସ ରଖିଥିବାରୁ ମୁଁ ମୋର ପ୍ରଡୁସର  ଏବଂ ଡାଇରେକଟର ଙ୍କୁ ଧନ୍ୟବାଦ ଜଣାଉଛି। ମୋ ପାଇଁ ଏହା ଏକ କଷ୍ଟକର ଯାତ୍ରା ଥିଲା ଆଉ ମୁଁ ଚେଷ୍ଟା କରିଛି ଚରିତ୍ର ଟିକୁ ଉପଯୁକ୍ତ ନ୍ୟାୟ ଦେବା ପାଈଁ।"

Share It

Comments are closed.