ମୃତ୍ୟୁ ବାର୍ଷିକୀ: ଆଜି ଦିନରେ ଗୁଲଶାନ କୁମାରଙ୍କ ଉପରକୁ ଚଳାଯାଇଥିଲା ୧୬ ଟି ଗୁଳି, ଫୋନରେ ଚିତ୍କାର ଶୁଣୁଥିଲା ଆବୁ ସାଲେମ

Share It

୮୦-୯୦ ଦଶକରେ ଘରେ ଘରେ ବାଜୁଥିବା ଧାର୍ମିକ ଗୀତର ଗାୟକ ଯେ କେହି ହେଉନା କାହିଁକି, କିନ୍ତୁ ସେମାନେ ଟି-ସିରିଜ୍ କମ୍ପାନୀର ନିର୍ମାତା ଗୁଲଶନ୍ କୁମାରଙ୍କ ନାମରେ ଜଣାଶୁଣା ଥିଲେ| ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିବା ଗୁଲଶନ କୁମାରଙ୍କ ପିତା ଦିଲ୍ଲୀର ଦରିଆଗଞ୍ଜ ବଜାରରେ ଏକ ଫଳ ଜୁସ ବିକ୍ରି କରୁଥିଲେ। ଯେତେବେଳେ ଗୁଲଶାନ କୁମାରଙ୍କୁ ୨୩ ବର୍ଷ ହୋଇଥିଲା, ସେ ତାଙ୍କ ପରିବାରର ସାହାଯ୍ୟରେ ଏକ ଦୋକାନ ନେଇ ସେଠାରୁ ଶସ୍ତା ଅଡିଓ କ୍ୟାସେଟ୍ ବିକ୍ରି କରିବା ଆରମ୍ଭ କଲେ | ଏହା ପରେ ସେ ନିଜର ବ୍ୟବସାୟ କରିବାକୁ ସ୍ଥିର କଲେ ଏବଂ ନିଜେ ଦିଲ୍ଲୀରେ ଏକ କ୍ୟାସେଟ୍ ଦୋକାନ ଖୋଲିଲେ |କଠିନ ପରିଶ୍ରମ ସହିତ ଗୁଲଶନ କୁମାର ତାଙ୍କ କମ୍ପାନୀକୁ ଦେଶର ସବୁଠାରୁ ବଡ ସଙ୍ଗୀତ କମ୍ପାନୀ କରିଥିଲେ।

ଆଜିର ଦିନରେ କରାଯାଇଥିଲା ହତ୍ୟା

୧୨ ଅଗଷ୍ଟ ୧୯୯୭ ରେ ମୁମ୍ବାଇର ଏକ ମନ୍ଦିର ବାହାରେ ଗୁଲଶନ କୁମାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେତେବେଳେ ସେ ପୂଜା କରିବା ପରେ ମନ୍ଦିରରୁ ବାହାରକୁ ଆସୁଥିଲେ। ତା’ପରେ ହଠାତ୍ ବାଇକ୍ ଆରୋହୀମାନେ ତାଙ୍କ ଉପରକୁ ପାଖାପାଖି ୧୬ ଟି ଗୁଳି ଚଳାଇଥିଲେ। ଗୁଲଶାନ କୁମାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କ ହତ୍ୟା ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ବଲିଉଡରେ ଦୁଃଖର କଳାବାଦଲ ଖେଳିଯାଇଥିଲା। ଆଜି ତାଙ୍କର ମୃତ୍ୟୁ ବାର୍ଷିକୀ |

ସେ ୧୯୮୩ ରେ ଟି-ସିରିଜ୍ ଆରମ୍ଭ କରିଥିଲେ | ଏହା ପରେ ସେ ଦେଶର ସର୍ବୋଚ୍ଚ ଟିକସଦାତା ହୋଇଥିଲେ। ବୈଷ୍ଣୋ ଦେବୀଙ୍କ ଠାରେ ତାଙ୍କ ନାମରେ ଭଣ୍ଡାରା ଚାଲୁଥିଲା | କିନ୍ତୁ ନବେ ଦଶକ ମାୟାନାଗରୀ ମୁମ୍ବାଇ ପାଇଁ କୌଣସି କଳାଶାୟା ଠାରୁ କମ୍ ନଥିଲା | ସେତେବେଳେ ଅଣ୍ଡରୱାର୍ଲ୍ଡର ଶାଖା ମଧ୍ୟ ଅଧିକ ଶକ୍ତିଶାଳୀ ହେଉଥିଲା | ଦାଉଦ୍ ଇବ୍ରାହିମ୍ ଏବଂ ତାର ଡାହାଣ ହାତ ଭାବେ ଜଣାଶୁଣା ବ୍ୟକ୍ତି ଆବୁ ସାଲେମ୍ ସେତେବେଳେ ପ୍ରାଧାନ୍ୟ ବିସ୍ତାର କରିଥିଲେ ।

୧୯୯୩ ରେ, ବୋମା ବିସ୍ଫୋରଣରେ ମୁମ୍ବାଇ ଥରି ଉଠିଥିଲା । ୧୨ ଅଗଷ୍ଟ ୧୯୯୭ ରେ ଗୁଲଶନ କୁମାରଙ୍କୁ ହତ୍ୟା କରାଯାଇଥିଲା। ଜିତେଶ୍ୱର ମହାଦେବ ମନ୍ଦିର ବାହାରେ ତାଙ୍କ ଶରୀରରେ ୧୬ ଟି ଗୁଳି ବାଜିଥିଲା।

ଗୁଲଶାନ କୁମାର ପ୍ରତିଦିନ ସେହି ମନ୍ଦିରରେ ଆରତୀ କରୁଥିଲେ। ସେଦିନ ସକାଳ ପ୍ରାୟ ୧୦ ଟା ୪୦ ବେଳେ ସେ ମନ୍ଦିରରେ ପୂଜା ସମାପ୍ତ କଲେ ଏବଂ ସେ ନିଜ କାର ଆଡ଼କୁ ଅଗ୍ରସର ହେଲେ, ସେହି ସମୟରେ ଲମ୍ବା କେଶ ଥିବା ଏକ ଅଜଣା ବ୍ୟକ୍ତି ଆସି ତାଙ୍କ ନିକଟରେ ଛିଡ଼ା ହୋଇଗଲେ ଏବଂ ସେ ଚିତ୍କାର କରି କହିଲେ, ‘ବହୁତ ପୂଜା କରିଦେଲ, ବର୍ତମାନ ଉପରକୁ ଯାଇ ପୂଜା କରିବ | ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବ୍ୟକ୍ତି ଜଣକ ଏହା କହିବା ମାତ୍ରେ ଗୁଲଶାନ କୁମାରଙ୍କୁ ଗୁଳି କରିଥିଲେ | ଗୁଳି ସିଧାସଳଖ ତାଙ୍କ ମୁଣ୍ଡରେ ଆଘାତ ବାଜିଥିଲା।

ଏହା ପରେ ସେଠାରେ ଉପସ୍ଥିତ ଦୁଇଜଣ ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରକୁ ପ୍ରାୟ ୧୬ ଟି ଗୁଳି ଚଳାଇଥିଲେ । ହତ୍ୟା ଅଭିଯୋଗରେ ଅବଦୁଲ ରାଉଫଙ୍କୁ ଗିରଫ କରାଯାଇଥିଲା, ଯଦିଓ ତାଙ୍କ ହତ୍ୟା ପାଇଁ ସଙ୍ଗୀତ ନିର୍ଦ୍ଦେଶକ ନାଦିମ ମଧ୍ୟ ଦାୟୀ ବୋଲି କୁହାଯାଉଥିଲା। ୨୦୦୧ ରେ ରାଉଫ ନିଜର ଅପରାଧ ସ୍ୱୀକାର କଲା ଏବଂ ଏପ୍ରିଲ ୨୦୦୨ ରେ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା। ଏହି ସମୟରେ ରାଉଫ ଜେଲରୁ ଖସି ବାଂଲାଦେଶକୁ ପଳାଇଥିଲା ।

ଗୁଲଶନ କୁମାରଙ୍କ ହତ୍ୟା ପରେ ତାଙ୍କ ପରିବାର ସମ୍ପର୍ଣ୍ଣ ଭାଙ୍ଗିପଡ଼ିଥିଲା ଏବଂ ସମସ୍ତ ଦାୟିତ୍ୱ ତାଙ୍କ ପୁଅ ଭୂଷଣ କୁମାରଙ୍କ ଉପରକୁ ଆସିଗଲା | ଭୂଷଣ ତାଙ୍କ ପିତାଙ୍କ କଷ୍ଟ ଉପାର୍ଜିତ ବ୍ୟବସାୟକୁ ଦକ୍ଷତାର ସହ ପରିଚାଳନା କରିଥିଲେ ଏବଂ ଆଜି ଟି-ସିରିଜ୍ ହେଉଛି ଭାରତର ସବୁଠାରୁ ବଡ ସଂଗୀତ କମ୍ପାନୀ |

ପ୍ରକାଶଥାଉ ଯେ ଗୁଲଶାନଙ୍କ ନାମରେ ବୈଷ୍ଣୋ ଦେବୀଙ୍କଠାରେ ଭଣ୍ଡାରା ମଧ୍ୟ କରାଯାଇଛି। କେବଳ ଏତିକି ନୁହେଁ, ପୁଅ ଭୂଷଣ ନିଜେ ବୈଷ୍ଣୋ ଦେବୀ ମନ୍ଦିରରେ ବଲିଉଡ ଅଭିନେତ୍ରୀ ଦିବ୍ୟା ଖୋସଲାଙ୍କୁ ବିବାହ କରିଥିଲେ। ଗୁଲଶନ କୁମାରଙ୍କ ଗୋଟିଏ ଝିଅ ତୁଲସୀ କୁମାର ଜଣେ ପ୍ଲେବ୍ୟାକ୍ ସିଙ୍ଗର ଏବଂ ଅନ୍ୟ ଝିଅ ଖୁଶାଲି କୁମାର ଜଣେ ମଡେଲ ଏବଂ ଡିଜାଇନର୍ ଅଟନ୍ତି ।


Share It

Comments are closed.