ପ୍ରଥମ ମହିଳା କ୍ରିକେଟର ଭାବେ ‘ଇସିଏସ ଟି-୧୦’ ଲିଗରେ ଖେଳିଳୀରେ ଶ୍ରନ୍ୟା ସଦାରଙ୍ଗାନି

Share It

ଭାରତୀୟ ମହିଳା କ୍ରିକେଟ ଖେଳାଳି ଶ୍ରନ୍ୟା ସଦାରଙ୍ଗାନି କ୍ରୀଡା ଜଗତରେ ଇତିହାସ ରଚନା କରିଛନ୍ତି । ୨୦୨୦ ୟୁରୋପିଆନ କ୍ରିକେଟ ସିରିଜ ଟି-୧୦ ଲିଗରେ ଖେଳିଥିବା ପ୍ରଥମ ମହିଳା ଖେଳାଳି । ସେ କେଏସବି କ୍ରିକେଟ କ୍ଲବ ତରଫରୁ ପିଏସପି ବିପକ୍ଷରେ ମୈଦାନକୁ ଓହ୍ଲାଇଥିଲେ । ତାଙ୍କ ଟିମ୍ ୫ ୱିକେଟରେ ହାରି ଯାଇଥିଲା । ସଦାରଙ୍ଗାନିଙ୍କ ଟିମ ୮ ଓଭରରେ ୫୩ ରନ କରି ୯ ୱିକେଟ୍ ହରାଇଥିଲେ । ସେ ଶେଷ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । କିନ୍ତୁ ସେ କିଛି ଖାସ୍ ପ୍ରଦର୍ଶନ କରିପାରିନଥିଲେ । ସେ ରନ୍ ଆଉଟ୍ ହୋଇଯାଇଥିଲେ । ତାଙ୍କ ଟିମ ୮ ଓଭରରେ ୫୩ ରନ କରିଥିଲା ।

ୱିକେଟ୍ କ୍ୱିପିଙ୍ଗରେ ସେ କମାଲ କରିଛନ୍ତି । ସେ ବ୍ୟାଟ୍ସମ୍ୟାନ ଆଦିଲ ଅହମଦଙ୍କ କ୍ୟାଚ୍ ଧରି ତାଙ୍କୁ କ୍ୟାଚ୍ ଆଉଟ୍ କରିଥିଲେ । ଏହି ମ୍ୟାଚରେ ଜେଣ୍ଡରର କିଛି ମହତ୍ୱ ନାହିଁ । ଏହି ମହିଳା କ୍ରିକେଟ୍ ଖେଳାଳି ନିଜ ଦକ୍ଷତା ଅନୁଯାୟୀ ପୁରୁଷ ଟିମରେ ସାମିଲ ହୋଇଥିଲେ । ସେ ୨୦୧୨ ରେ ବେଦା କୃଷ୍ଣମୁର୍ତ୍ତିଙ୍କ ସହିତ କର୍ଣ୍ଣାଟକ ଅଣ୍ଡର ୧୯ ଟିମରେ ସାମିଲ ହୋଇଥିଲେ । ଡିସିବିର ସିଇଓ ବ୍ରାୟନ୍ ମେଣ୍ଟଲ୍ କହିଛନ୍ତି ଯେ ସାରୁ ଜଣେ ବହୁତ ଭଲ ଖେଳାଳି । ସେ ଜର୍ମାନୀରେ ମହିଳା କ୍ରିକେଟକୁ ପ୍ରୋତ୍ସାହନ ଦେବାକୁ ଲଗାତାର ଯୋଗଦାନ କରୁଛନ୍ତି ।


Share It

Comments are closed.