ଶାନ୍ତି ମେମୋରିଆଲ ହସ୍ପିଟାଲରେ ସଫଳ ପିଲୋରିକ ଷ୍ଟେଂଟିଂ
ଭୁବନେଶ୍ୱର: ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ, ଶାନ୍ତି ମେମୋରିଆଲ ହସ୍ପିଟାଲରେ ଜଣେ ବରିଷ୍ଠ ବୟସ୍କ ରୋଗୀଙ୍କ ଠାରେ ସଫଳତାର ସହ ପିଲୋରିକ ଷ୍ଟେଂଟିଂ କରାଯାଇଥିବା ନେଇ ହସ୍ପିଟାଲ ପକ୍ଷରୁ ପକାଶ କରାଯାଇଛି, ଯାହାକି କଟକ ସହରରେ ପ୍ରଥମ ମାମଲା ଅଟେ । ଡା ଗୌତମ ନାଥଙ୍କ ଦ୍ୱାରା ପରିଚାଳିତ ଏକ ଦଳ ଦ୍ୱାରା ଏହି ପଣାଳୀ କରାଯାଇଛି । ଏହି ପ୍ରସଙ୍ଗ ସମ୍ପର୍କରେ ବିସ୍ତୃତ ଭାବେ ଡା ନାଥ କହିଛନ୍ତିଯେ, “ଜଣେ ୬୦ ବର୍ଷ ବୟସ୍କ ରୋଗୀ ଏକ ମାସ ପାଇଁ କଠିନ ଖାଦ୍ୟ ଗ୍ରହଣ କରିବା ପରେ ତାଙ୍କର ବାରମ୍ବାର ବାନ୍ତି ହେଉଥିଲା । ଯେଉଁଥିପାଇଁ ତାଙ୍କୁ ଗ୍ୟାଷ୍ଟ୍ରୋନେଟେରୋଲୋଜି ବିଭାଗରେ ଭର୍ତି କରାଯାଇଥିଲା । ଉକ୍ତ ବ୍ୟକ୍ତିଙ୍କର ଭୋକ ହ୍ରାସ ପାଇବା ସହିତ ଓଜନ ମଧ୍ୟ ହ୍ରାସ ପାଇଥିଲା । ପରୀକ୍ଷଣରୁ ତାଙ୍କ ବେକରେ ଫୁଲିଯାଇଥିବା ଲସିକା ଗ୍ରନ୍ଥି ରହିଥିବା ଜଣାପଡ଼ିଥିଲା । ଏକ ଉପର ଜିଆଇ ଏଣ୍ଡୋସ୍କୋପି କରାଯାଇଥିଲା ଏବଂ ଏଥିରୁ ଜଣାପଡ଼ିଥିଲା ଯେ ପେଟର ଆଉଟଲେଟକୁ ଏକ କ୍ୟାନ୍ସରଜନିତ ଆକୃତି ଆଚ୍ଛାଦନ କରି ରଖିଛି ଏବଂ ଖାଦ୍ୟ ବାହାରିବା ପାଇଁ ଅତ୍ୟନ୍ତ ସଂକୀର୍ଣ୍ଣ ମାର୍ଗ ରହିଛି ।”
ବେକ ଫୁଲିଯିବା ଏବଂ ପେଟଜନିତ ସମସ୍ୟାରୁ ବାୟୋପ୍ସି କରାଯାଇଥିଲା, ଯାହା ଆଡଭାନ୍ସ ଷ୍ଟେଜର କ୍ୟାନ୍ସରରେ ପରିଣତ ହୋଇଯାଇଥିଲା । ପରବର୍ତୀ ସମୟରେ ରୋଗୀଜଣଙ୍କ ସ୍ୱଚ୍ଛ ତରଳ ନେବାରେ ମଧ୍ୟ ଅସମର୍ଥ ହୋଇଥିଲେ । ହସ୍ପିଟାଲ ଅଧିକାରୀ କହିଛନ୍ତିଯେ, “ ଟ୍ୟୁମର ର ଅଗ୍ରଗତିକୁ ବିଚାରକୁ ନେଇ ଅସ୍ତ୍ରୋପଚାର ଜନିତ ଚିକିତ୍ସା ପାଇଁ ଚୟନ କରାଯାଇପାରିନଥାନ୍ତା । ତେଣୁ ଏକ ପିଲୋରିକ ଷ୍ଟେଂଟିଂ ପାଇଁ ଯୋଜନା କରାଗଲା । ଏହି ପ୍ରଣାଳୀରେ ଆମେ ପେଟର ସଂକୀର୍ଣ୍ଣ ହୋଇଯାଇଥିବା ଅଂଶ ଉପରେ ଏକ ଧାତବ ଜାଲ ପାଇପ ରଖିଥାଉ, ଯାହାଦ୍ୱାରା ଅନ୍ତନଳୀରେ ସୁଗମ ଭାବେ ଖାଦ୍ୟ ପହଂଚିବା ପାଇଁ ଏକ ମାର୍ଗ ଗଠନ ହୋଇଥାଏ । ଏହି ରୋଗୀଙ୍କ ଠାରେ ପିଲୋରିକ ଷ୍ଟେଂଟିଂ କରାଯାଇଥିଲା ଏବଂ ପେଟରେ ଷ୍ଟେଂଟକୁ ଧୀରେ ଧୀରେ ଖୋଲିବାକୁ ଦେବା ପାଇଁ ଷ୍ଟେଂଟ ସ୍ଥାପନ ପରେ ରୋଗୀଙ୍କୁ ୨୪ ଘଂଟା ପାଇଁ ଉପବାସ ରଖାଯାଇଥିଲା । ଏହି ପ୍ରଣାଳୀ ସମ୍ପୂର୍ଣ୍ଣ ରୂପେ ଯନ୍ତ୍ରଣାମୁକ୍ତ ଏବଂ ଅସୁବିଧାରହିତ ଥିଲା । ୨୪ଘଂଟା ପରେ ରୋଗୀଜଣଙ୍କ ତରଳ ଖାଦ୍ୟ ସହିତ ନିୟମିତ ଖାଦ୍ୟ ନେବାକୁ ସକ୍ଷମ ହୋଇଥିଲେ ।
ସୁଲଭ ମୂଲ୍ୟର ଫଳପ୍ରଦତା ସହିତ ପିଲୋରିକ ଷ୍ଟେଂଟିଂ ଏକ ଅତ୍ୟନ୍ତ ଉପଯୋଗୀ ପ୍ରଣାଳୀ ଅଟେ । ଷ୍ଟେଂଟିଂ ସହିତ ଟର୍ମିନାଲ ପର୍ଯ୍ୟାୟର ପେଟ କ୍ୟାନ୍ସର ରୋଗୀଙ୍କ ଅସୁସ୍ଥତା ଏବଂ ଜୀବନର ମାନରେ ଏକ ଉଲ୍ଲେଖନୀୟ ଉନ୍ନତି ଘଟିଛି । ସର୍ଜିକାଲ ବାଇପାସ ତୁଳନାରେ ହସ୍ପିଟାଲରେ ରହିବା ସମୟ ଏବଂ ଅସୁସ୍ଥତା ମଧ୍ୟ ତୁଳନାତ୍ମକ ଭାବେ କମ ହୋଇଥାଏ ।
Comments are closed.