ଚୀନ୍‌ରେ ବେକାବୁ କରୋନା ସଂକ୍ରମଣ, ସଂଘାଇରେ ପୁଣି ଲକଡାଉନ୍‌

Share It

ଚୀନ୍‌ରେ ଅସମ୍ଭାଳ ହେଉଛି କରୋନା ସଂକ୍ରମଣ। ଗୋଟିଏ ପରେ ଗୋଟଏ ସହରକୁ ଲକ୍‌ଡାଉନ୍‌ କରୁଛି ଚୀନ୍‌ ସରକାର। ଦେଶର ସବୁଠାରୁ ବଡ଼ ସହର ସଂଘାଇରେ ପୁଣି ଥରେ ଲକ୍‌ଡାଉନ୍‌ କରାଯାଇଛି। ଏନେଇ ସଂଘାଇ ସ୍ଥାନୀୟ ପ୍ରଶାସନ କହିଛି ଯେ ସୋମବାର ସହରର ପୁଡୋଙ୍ଗ ଓ ଆଖପାଖ ଅଞ୍ଚଳରେ ଲକ୍‌ଡାଉନ୍ ଲାଗୁ କରାଯାଇଛି। ଏହା ସହିତ ବଡ଼ ସଂଖ୍ୟାରେ କୋଭିଡ୍‌ ଟେଷ୍ଟ ମଧ୍ୟ କରାଯାଉଛି।

ସ୍ଥାନୀୟ ପ୍ରଶାସନ କହିଛି ଯେ ହୁଆଙ୍ଗୁପୁ ନଦୀର ପଶ୍ଚିମ ପାର୍ଶ୍ୟ ଡାଉନ୍‌ଟାଉନ୍‌ ଅଞ୍ଚଳରେ ଶୁକ୍ରବାର ଲକ୍‌ଡାଉନ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଲୋକଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ଅନୁରୋଧ କରାଯାଇଛି। ଏମିତିକି ଅତ୍ୟାବଶ୍ୟକ ଜିନିଷ ଅନଲାଇନରୁ କିଣିବା ପାଇଁ ଅନୁରୋଧ କରାଯାଇଛି। ସରକାରୀ ନିର୍ଦ୍ଦେଶରେ କୁହାଯାଇଛି ଯେ ସମସ୍ତ ଜରୁରୀକାଳୀନ ସେବା ବ୍ୟତୀତ ଆଉ ସମସ୍ତ ଅଫିସ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଉଇଛି।

ଏହା ବ୍ୟତୀତ ଚୀନ୍‌ର ଉତ୍ତର ପୂର୍ବ ଅଞ୍ଚଣ ଜିଲିନରେ ମଧ୍ୟ କରୋନା ପ୍ରକୋପ ବଢ଼ିବାରେ ଲାଗିଛି। ଏତିକି ବେଳେ ସରକାର କରୋନାକୁ ରୋକିବା ପାଇଁ ଜୋର୍‌ଦାର ଉଦ୍ୟମ କରୁଛନ୍ତି। ଚୀନ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ କରାଯାଉଛି। ଆମର ଲକ୍ଷ୍ୟ ହେଉଛି ଖୁବ୍‌ ଶୀଘ୍ର କରୋନାକୁ ରୋକିବା ଏଥିପାଇଁ କରୋନା କଟକଣାକୁ ଜୋର୍‌ଦାର କରାଯାଉଛି।


Share It

Comments are closed.