‘ଟମ କ୍ରୁଜ’ ଏବଂ ‘ଅମିର ଖାନ’ଙ୍କୁ ନିଜ ବିୟୋପିକରେ ଦେଖିବାକୁ ଚାହାନ୍ତି ବୋଲି କହି ପୁଣି ଥରେ ହଟହଟ୍ଟା ହେଲେ ଆଫ୍ରିଦି
ପାକିସ୍ତାନ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ସାହିଦ ଆଫ୍ରିଦିଙ୍କୁ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ସମାଲୋଚିତ କରାଯାଉଛି । ଆଫ୍ରିଦି ନିକଟରେ ଏକ ସାକ୍ଷାତକାରରେ କହିଥିଲେ, ଯଦି ତାଙ୍କ ଜୀବନ ଉପରେ ଆଧାରତି କୌଣସି ଫିଲ୍ମ ନିର୍ମିତ ହୁଏ ତେବେ ସେହି ଫିଲ୍ମରେ ତାଙ୍କ ଭୂମିକାରେ ବଲିଉଡ ଷ୍ଟାର ଅମିର ଖାନ ଏବଂ ହଲିଉଡ ଷ୍ଟାର ଟମ କ୍ରୁଜଙ୍କୁ ସେ ଦେଖିବାକୁ ଚାହୁଁବେ । ସାହିଦଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ତାଙ୍କୁ ଖୁବ ସମାଲୋଚିତ କରିଥିଲେ । ୟୁଜର୍ସ, ଆଫ୍ରିଦିଙ୍କୁ ସମାଲୋଚିତ କରି କହିଥିଲେ ଯେ, ଟମ କ୍ରୁଜଙ୍କୁ ଫିଲ୍ମରେ ଆଣିବା ପାଇଁ ପାକିସ୍ତାନ ଦୁଇଥର ବିକ୍ରି ହୋଇଯିବ ।
ପାକିସ୍ତାନ ଗଣମାଧ୍ୟମ ଚ୍ୟାନେଲ ଜିଓ ନ୍ୟୁଜ ଅନୁଯାୟୀ, ସାହିଦ ଆଫ୍ରିଦି ହଲିଉଡ ଅଭିନେତା ଟମ କ୍ରୁଜଙ୍କ ବ୍ୟତିତ ବଲିଉଡ ଷ୍ଟାର ଆମିର ଖାନଙ୍କ ନାମ ମଧ୍ୟ ନେଇଛନ୍ତି । ଆଫ୍ରିଦିଙ୍କ କହିବା ଅନୁଯାୟୀ, ଯଦି ଉର୍ଦୁ ଭାଷାରେ ତାଙ୍କ ଉପରେ ଫିଲ୍ମ ନିର୍ମିତ ହୁଏ ତେବେ ବଲିଉଡ ଅଭିନେତା ଆମିର ଖାନା ତାଙ୍କ ଭୂମିକା ନିର୍ବାହ କରନ୍ତୁ ବୋଲି ସେ ଚାହୁଁଛନ୍ତି ।
Shahid Afridi wants Tom Cruise and Aamir Khan to play him in his biopic.
Will need a couple of more actors considering the number of times Afridi announced his retirement. 😂😂 https://t.co/JSIlMaCDNT
— Naila Inayat नायला इनायत (@nailainayat) May 16, 2020
who will finance? Tom Cruise will work for free 🤔
— MZI (@ShaeQ) May 16, 2020
Soon will announce "Future PM Afridi's Biopic Fund".
— Naila Inayat नायला इनायत (@nailainayat) May 16, 2020
‘ବୁମ ବୁମ’ ନାମରେ ଚର୍ଚ୍ଚିତ ଥିବା ପାକିସ୍ତାନୀ ଅଲରାଉଣ୍ଡର ସାହିଦ ଆଫ୍ରିଦି ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହି ଆସୁଛନ୍ତି । ପଡିଆରେ ନିଜର ବିସ୍ଫୋରକ ବ୍ୟାଟିଙ୍ଗ ଏବଂ ସୁନ୍ଦର ବୋଲିଂ ଦ୍ୱାରା ଚର୍ଚ୍ଚାରେ ରହୁଥିବା ଆଫ୍ରିଦି ବର୍ତ୍ତମାନ ଭାରତ ବିରୋଧରେ ବିବାଦୀୟ ବୟାନ ଯୋଗୁଁ ଚର୍ଚ୍ଚାରେ ରହୁଛନ୍ତି ।
ତେବେ ଆସନ୍ତୁ ନଜର ପକାଇବା ସେହି କମେଣ୍ଟ ଉପରେ ଯେଉଁଥିରେ ୟୁଜର୍ସ ସାହିଦ ଆଫ୍ରିଦିଙ୍କୁ ଖୁବ ସମାଲୋଚିତ କରୁଥିବା ଦେଖିବାକୁ ମିଳିଛି ।
ପ୍ରକାଶ ଥାଉକି, ଆଫ୍ରିଦି ଗତ କିଛି ଦିନ ହେବ ଭାରତ, କାଶ୍ମୀର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଆଫ୍ରିଦିଙ୍କ ଏହି ବୟାନ ପରେ ତାଙ୍କୁ ସୋସିଆଲ ମିଡିଆରେ ଖୁବ ସମାଲୋଚନା ଶୀକାର ହେବାକୁ ପଡିଥିଲା । ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ, ଆଫ୍ରିଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରୁଥିବାର ଦେଖିବାକୁ ମିଳିଥିଲା । ଆଫ୍ରିଦିଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଗୌତମ ଗମ୍ଭୀର, ହରଭଜନ ସିଂହ ଏବଂ ଯୁବରାଜ ସିଂହ ତାଙ୍କୁ ଖୁବ ସମାଲୋଚନା କରିଥିଲେ ।
Comments are closed.