ବେପରୁଆ ଗାଡି ଚାଳନା ଯୋଗୁଁ ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବିରୋଧରେ ନିଆଗଲା କଡା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ଦ୍ୱାରା ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସ ଅନେକ ସମୟରେ ପ୍ରଶଂସନୀୟ କାମ କରି ବେଶ ପ୍ରଶଂସା ସାଉଁଟିଥିବାବେଳେ ନିଟକରେ ଏହାକୁ ନେଇ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକି ସମସ୍ତଙ୍କୁ ବିସ୍ମିତ କରିଛି ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ୧୦୮ ଆମ୍ବୁଲାନ୍ସ ଜଣେ ରୋଗୀକୁ ସାଙ୍ଗରେ ନେଇ ଜରୁରୀକାଳୀନ ସେବା ଯୋଗାଇବା ଦେବା ପାଇଁ ଡାକ୍ତରଖାନା ଅଭିମୁଖେ ଯାଉଥିବାବେଳେ ହଠାତ କ’ଣ ହେଲା କେଜାଣି ଗାଡିଟି ମଝି ରାସ୍ତାରେ ଧିରେ ଧିରେ ଚାଲିବାରେ ଲାଗିଲା । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିବାବେଳେ ରୋଗୀକୁ ନେଇ ଯାଉଥିବା ଉକ୍ତ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ପ୍ରକୃତରେ ମୋବାଇଲ ଫୋନରେ ଫିଲ୍ମ ଦେଖି ଗାଡି ଚଳାଉଥିଲା ବୋଲି ପରବର୍ତର୍ୀ ସମୟରେ ଜଣାପଡିଥିଲା । ବିଭାଗ ପକ୍ଷରୁ ଏହି ଘଟଣା ସଂପର୍କରେ ତଦନ୍ତ କରାଯିବା ପରେ ଏହି ୧୦୮ ଆମ୍ବୁଲାନ୍ସଟି ବାଲେଶ୍ୱର ଡିଏଚଏଚରେ ନିୟୋଜିତ ଥିବାବେଳେ ଉକ୍ତ ଡ୍ରାଇଭର ଜଣଙ୍କର ନାମ ହେଉଛି ସୁଭ୍ରଜ୍ୟୋତି ବେହେରା ବୋଲି ଜଣାପଡିଥିଲା ।
ଜରୁରୀକାଳୀନ ସେବା ଯୋଗାଇବା କ୍ଷେତ୍ରରେ କିଭଳି ଭାବରେ ଖାମଖିଆଲି ଗାଡି ଚାଳନା କରାଯାଇ ପାରିଲା ? ଏହି ଅଭିଯୋଗ ହେବା ପରେ ଡ୍ରାଇଭରଙ୍କ ବିରୋଧରେ ତତ୍କ୍ଷଣାତ କଡା କାର୍ଯ୍ୟାନୁଷ୍ଠାନ ସ୍ୱରୁପ ତାଙ୍କୁ ସେବାରୁ ଅବ୍ୟାହତି ଦିଆଯିବା ସହ ପରବର୍ତୀ ସମୟରେ ତଦନ୍ତ ରିପୋର୍ଟ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
Comments are closed.