କୁଏତରେ ଆମେରିକାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ଉପସାଗରୀୟ ଅଞ୍ଚଳରେ ବଢୁଛି ଉତ୍ତେଜନା

Share It

ସୋମବାର ସକାଳେ କୁଏତରେ ଆମେରିକାର କେତେକ ସାମରିକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁଏତ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଇରାନ ପକ୍ଷରୁ ଗଲ୍ଫ ବା ଉପସାଗରୀୟ ଅଞ୍ଚଳରେ ଜାରି ରହିଥିବା ମିସାଇଲ୍ ମାଡ଼ ମଧ୍ୟରେ ଏହି ଘଟଣା ଘଟିଛି। ତେବେ ଦୁର୍ଘଟଣାର ଶିକାର ହୋଇଥିବା ବିମାନର ସମସ୍ତ ଚାଳକ ବା କ୍ରୁ-ମେମ୍ବର ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁଏତ ସରକାର ଏହି ଘଟଣାର ତଦନ୍ତ ପାଇଁ ଆମେରିକୀୟ ସେନା ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଅନ୍ୟପଟେ, ଇରାନର ସରକାରୀ ଗଣମାଧ୍ୟମ ପକ୍ଷରୁ ଜଣେ ଆମେରିକୀୟ ପାଇଲଟ୍‌ଙ୍କ ଫଟୋ ଜାରି କରାଯାଇ ଦାବି କରାଯାଇଛି ଯେ, ସେମାନେ ଆମେରିକାର ଏକ F-15 ଷ୍ଟ୍ରାଇକ୍ ଇଗଲ୍ ଯୁଦ୍ଧ ବିମାନକୁ ଖସାଇ ଦେଇଛନ୍ତି।

ଏହି ସଂଘର୍ଷ ଏବେ ଭୟଙ୍କର ରୂପ ନେବାରେ ଲାଗିଛି। ଇରାନ ପକ୍ଷରୁ ଇସ୍ରାଏଲ ଏବଂ ଅନ୍ୟ ଉପସାଗରୀୟ ଦେଶଗୁଡ଼ିକ ଉପରେ ପୁଣି ଥରେ ଶକ୍ତିଶାଳୀ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ଆରମ୍ଭ ହୋଇଛି। ବିଶ୍ୱର ଅନ୍ୟତମ ବୃହତ୍ତମ ତୈଳ ରପ୍ତାନି କେନ୍ଦ୍ର ଭାବେ ଜଣାଶୁଣା ସୌଦି ଆରବର ଆରାମକୋ (Aramco) ରଫାଇନାରୀ ଉପରେ ମଧ୍ୟ ଡ୍ରୋନ୍ ମାଡ଼ ହୋଇଛି। ଏହି ଆକ୍ରମଣ ଯୋଗୁଁ ସେଠାରେ ସାମାନ୍ୟ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହାକୁ ନିୟନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି। ବିଶ୍ୱ ବଜାରକୁ ତୈଳ ଯୋଗାଣ କ୍ଷେତ୍ରରେ ଏହି ରଫାଇନାରୀର ବଡ଼ ଭୂମିକା ରହିଥିବାରୁ ଏହି ଘଟଣା ଆନ୍ତର୍ଜାତୀୟ ସ୍ତରରେ ଚିନ୍ତା ବଢ଼ାଇ ଦେଇଛି।


Share It

Comments are closed.