ଜମ୍ମୁ-କଶ୍ମୀରର ସାମ୍ବାରେ ୭ ପାକିସ୍ତାନୀ ଆତଙ୍କବାଦୀ ନିହତ, ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମକୁ ବିଫଳ କଲା ବିଏସଏଫ
ସାମ୍ବା (ଜମ୍ମୁ-କଶ୍ମୀର):: ଜମ୍ମୁରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଏକ ବଡ଼ ଅନୁପ୍ରବେଶ ଉଦ୍ୟମକୁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ସଫଳତାର ସହ ବିଫଳ କରିବା ସହ ୭ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ମେ’ ୮-୯ ତାରିଖ ରାତିରେ ସାମ୍ବା ସେକ୍ଟରରେ ସର୍ଭିଲାନ୍ସ ଗ୍ରିଡ୍ ଦ୍ୱାରା ଏକ ବଡ଼ ଆତଙ୍କବାଦୀ ଦଳ ଠାବ ହେବା ପରେ ଏହି ଘଟଣା ଘଟିଥିଲା।
୧୯୮ କିଲୋମିଟର ଦୀର୍ଘ ଜମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରରେ ଗତ କିଛି ବର୍ଷ ମଧ୍ୟରେ ଏକାଧିକ ଅନୁପ୍ରବେଶ ଉଦ୍ୟମ ହୋଇଛି, ଯେଉଁଥିରେ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ସୀମାପାର ଗୁଳିବିନିମୟ ହୋଇଥାଏ। ଆହ୍ୱାନପୂର୍ଣ୍ଣ ଅଞ୍ଚଳ ଏବଂ ଘଞ୍ଚ ଉଦ୍ଭିଦ ପାଇଁ ଜଣାଶୁଣା ଏହି ଅଞ୍ଚଳ ଭାରତର ସୀମା ସୁରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ହୋଇ ରହିଛି ଏବଂ କୌଣସି ଉଲ୍ଲଂଘନକୁ ରୋକିବା ପାଇଁ ବିଏସଏଫ କଡ଼ା ନଜର ରଖିଛି ।
ଧ୍ୱଂସ ହେଲା ପାକିସ୍ତାନ ରେଞ୍ଜର୍ସର ଧନଧର ପୋଷ୍ଟ
ମେ ୮ ଓ ୯ ତାରିଖ ମଧ୍ୟରାତ୍ରିରେ ଧନଧର ପୋଷ୍ଟରେ ପାକିସ୍ତାନ ରେଞ୍ଜର୍ସଙ୍କ ଗୁଳିଚାଳନାରେ ଆତଙ୍କବାଦୀମାନେ ଭାରତୀୟ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ। ବିଏସଏଫ ଯବାନମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅନୁପ୍ରବେଶ ଯୋଜନାକୁ ପଣ୍ଡ କରିବା ସହ ଅନୁପ୍ରବେଶକୁ ସମର୍ଥନ କରୁଥିବା ପାକିସ୍ତାନୀ ପୋଷ୍ଟକୁ ନଷ୍ଠ କରିଦେଇଛନ୍ତି ।
ଏହି ଅନୁପ୍ରବେଶ ଉଦ୍ୟମ, ପାକିସ୍ତାନୀ ରେଞ୍ଜର ପୋଷ୍ଟ ଧନଧରର ପ୍ରୋତ୍ସାହନରେ ହେଉଥିଲା । ଯବାନମାନେ ଅନୁପ୍ରବେଶ ଉଦ୍ୟମକୁ ନିଷ୍କ୍ରିୟ କରିଥିଲେ, ଯେଉଁଥିରେ ଅତି କମରେ ୭ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଧନଧର ପୋଷ୍ଟରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ବୋଲି ବିଏସଏଫ ମୁଖପାତ୍ର କହିଛନ୍ତି।
Comments are closed.