ମହାପ୍ରଭୁ ଲିଙ୍ଗରାଜ, ଗୋରଖନାଥ ଓ ସାରଳାଙ୍କ ପୀଠରେ ସେବା ପ୍ରତିନିଧିଙ୍କ ସେବା

Share It


ଜଗତସିଂହପୁର: ଶ୍ରାବଣ ମାସ ୧୨ ମାସ ଠାରୁ ଶ୍ରେଷ୍ଠ। ଏହି ମାସରେ ସେବା ପ୍ରତିନିଧର ମୁଖ୍ୟ ସଙ୍ଗଠକଙ୍କ ନେତୃତ୍ବରେ କର୍ମକର୍ତ୍ତାମାନେ ପ୍ରତ୍ୟେକ ସୋମବାରରେ ଲିଙ୍ଗରାଜଙ୍କ ଗର୍ଭଗୃହ ମଧ୍ୟରେ ଥିବା ବେଲପତ୍ର, ନଡ଼ିଆ,ଦୀପ ଇତ୍ୟାଦି ସଫା କରନ୍ତି।
ଶ୍ରାବଣ ମାସର ଶେଷ ସୋମବାର ଦିନ ଲିଙ୍ଗରାଜ ମନ୍ଦିର ସଫା ସହିତ ଗୋରଖନାଥ ଓ ମାଆ ସାରଳାଙ୍କ ପୀଠ ମଧ୍ୟ ସବୁ ବର୍ଷ ପରି ସଫା କରିଥିଲେ।
ଗୋରଖନାଥ ଓ ମାଆ ସାରଳାଙ୍କ ମନ୍ଦିର ସଫା କରିବା ଦ୍ୱାରା ପରିବେଶକୁ ସଫା ରଖିବା ପାଇଁ ଦୃଷ୍ଟାନ୍ତ ଦିଆଯାଇଥିଲା। ଏଥିରେ ସ୍ଥାନୀୟ ଭକ୍ତ ସେବା ପ୍ରତିନିଧିର କାର୍ଯ୍ୟକୁ ପ୍ରଶଂସା କରି ସମ୍ମାନିତ କରିବା ସହ ସେବା କାର୍ଯ୍ୟରେ ସାମିଲ ହୋଇଥିଲେ। ସେଥିମଧ୍ୟରୁ ସୀତା ବେହେରା,ଛବିରାଣୀ ବେହେରା, ଟୁକୁନା ବେହେରା,ନୟନୀ ବେହେରା, ସ୍ନେହଲତା ମହାପାତ୍ର , ସୁରେନ୍ଦ୍ର ବେଉରା, ପୀୟୂଷ ମହାନ୍ତି,ଦୟାନିଧି ଭଟ୍ଟ,ମମତା ସାହୁ , ମଞ୍ଜୁଲତା ପଣ୍ଡା ଓ ଆହୁରି ଅନେକେ ସହଯୋଗ କରିଥିଲେ।


Share It

Comments are closed.