ପାକିସ୍ତାନ ସେନା ଉପରେ ଗମ୍ଭୀର ଅଭିଯୋଗ, ବେଲୁଚିସ୍ତାନରୁ ପ୍ରତ୍ୟେକଙ୍କ ଘରୁ ଗାଏବ ହେଉଛନ୍ତି ଜଣେ ବ୍ୟକ୍ତି

Share It

ବେଲୁଚିସ୍ତାନରୁ ପ୍ରତ୍ୟେକଙ୍କ ଘରୁ ଜଣେ ଲେଖାଏଁ ଗାଏବ ହେଉଥିବାର ଏକ ଘଟଣା ବର୍ତ୍ତମାନ ଚାଞ୍ଚଲ୍ୟ ଖେଳାଇ ଦେଇଛି । ବଲୋଚ ସାମାଜିକ କାର୍ଯ୍ୟକର୍ତ୍ତା ଏକ ଭିଡିଓ କନଫ୍‌ରେନ୍ସ ଯୋଗେ ଏ ସଂପର୍କରେ ସୂଚନା ଦେଇଛନ୍ତି ଏବଂ ଏଥିପାଇଁ ସେ ପାକିସ୍ତାନ ସେନାକୁ ଦାୟୀ କରିଛନ୍ତି । ପେରିସ ସ୍ଥିତ ପ୍ରତିବନ୍ଧକ ସଂଗଠନ ‘ବେଲୋଚ ଭିଏସ ଆସୋସିଏସନ’ ପକ୍ଷରୁ ‘ବେଲୁଚିସ୍ତାନରେ ନରସଂହାରକୁ ରୋକିବା’ ବିଷୟ ଉପରେ ଏକ ସମ୍ମୀଳନୀ ଆୟୋଜିତ କରାଯାଇଥିଲା ।
ବକ୍ତାମାନେ ପାକିସ୍ତାନ ସେନା ଉପରେ ବେଲୁଚିସ୍ତାନରେ ବୁଦ୍ଧିଜୀବୀ, ଛାତ୍ର ଏବଂ ରାଜନୈତିକ କର୍ମକର୍ତ୍ତାଙ୍କୁ ଅପହରଣ କରି ହତ୍ୟା କରୁଥିବାର ଅଭିଯୋଗ ଆଣିଛନ୍ତି । ଏହି ମଧ୍ୟରେ ବଲୋଚ ସାମାଜିକ କାର୍ଯ୍ୟକର୍ତ୍ତା ମାମା କାଦିର ବଲୋଚ କହିଛନ୍ତି ଯେ, “ମୁଁ ବର୍ତ୍ତମାନ କ୍ୱେଟାରେ ନିଖୋଜ ବାଲୁଚ ଲୋକଙ୍କ ପରିବାର ସଦସ୍ୟଙ୍କ ସହ କଥା ହେଉଛି ।” ଗତ ସପ୍ତାହରେ ବେଲୁଚିସ୍ତାନର ବିଭିନ୍ନ ପ୍ରାନ୍ତରୁ ଅନେକ ଲୋକ ନିଖୋଜ ହୋଇଥିଲେ, ଏମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଥିଲେ । ଆଇଏସଆଇ ଉପରେ ଅଭିଯୋଗ ଆଣି କାଦିର କହିଛନ୍ତି ଯେ, ବେଲୁଚିସ୍ତାନରୁ ଲୋକଙ୍କୁ ହଟାଇବା ପାଇଁ ପାକିସ୍ତାନ ସେନା କରୋନା ଭାଇରସ ସ୍ଥିତିର ଅପବ୍ୟବହାର କରୁଛି । ବେଲୁଚିସ୍ତାନରେ ପ୍ରାୟ ପ୍ରତ୍ୟେକଙ୍କ ଘରୁ ଜଣେ ଲେଖାଏଁ ନିଖୋଜ ଅଛନ୍ତି ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି । ଆମ ପାଖରେ ୩୫୦ରୁ ଉର୍ଦ୍ଧ୍ୱ ମହିଳା ଏବଂ ୨୦୦ରୁ ଉର୍ଦ୍ଧ୍ୱ ଶିଶୁ ନିଖୋଜ ଥିବାର ତାଲିକା ଅଛି ।


Share It

Comments are closed.