ଭୁବନେଶ୍ୱର : ଭୁବନେଶ୍ୱରର ଉତ୍କଳ କନିକା ଗାଲେରିଆ ମଲରେ ସେନେସର ନୂଆ ଶୋ’ରୁମ୍ ଉଦଘାଟିତ ହୋଇଯାଇଛି । ସେନେସ ହେଉଛି ଭାରତର ବିଶ୍ୱସନୀୟ ଗହଣା ବ୍ରାଣ୍ଡ ସେନକୋ ଗୋଲ୍ଡର ଏକ ପଦକ୍ଷେପ ଯାହା ୮୫ ବର୍ଷରୁ ଅଧିକ ସମୟ ଧରି ନିଜର ସମୃଦ୍ଧ କାରିଗରୀ ପାଇଁ ଜଣାଶୁଣା । ଏହି ବ୍ରାଣ୍ଡରେ ଅନେକ ପ୍ରକାରର ଉତ୍କୃଷ୍ଟ ଅଳଙ୍କାର ଖଣ୍ଡ ରହିଛି ଯାହା ସ୍ଥାୟୀତ୍ୱର ଭାବକୁ ଦର୍ଶାଉଛି । ଇଟାଲୀୟ ଡିଜାଇନ୍ ଏବଂ ଭାରତୀୟ କାରିଗରୀର ଏକ ଅନନ୍ୟ ମିଶ୍ରଣ ସହିତ ସେନେସ ଆପଣଙ୍କୁ ବିଳାସ ଏବଂ ମୌଳିକତାର ଜୀବନଶୈଳୀ ଗ୍ରହଣ କରିବାକୁ ଆମନ୍ତ୍ରଣ କରୁଛି ।
ଏହି ବ୍ରାଣ୍ଡ୍ ବିଭିନ୍ନ ଡିଜାଇନ୍, ସୁନ୍ଦର ସେଟିଂରେ ଲ୍ୟାବରେ ଉତ୍ପାଦିତ ହୀରା ପ୍ରଦାନ କରୁଛି । ଏହି ଅଳଙ୍କାରର ଚମକ ଓ ଚମତ୍କାରିତା ଅତ୍ୟନ୍ତ ଆକର୍ଷଣୀୟ । ଏହି ବ୍ରାଣ୍ଡ୍ ବିଳାସପୂର୍ଣ୍ଣ ଚମଡ଼ା ବ୍ୟାଗ୍ ଏବଂ ଆକ୍ସେସରିଜ୍ ମଧ୍ୟ ପ୍ରଦାନ କରିଥାଏ ଯାହା ଏହାର ଉଚ୍ଚ ଗୁଣବତା କାରିଗରୀ, ଗୁଣବତା ଏବଂ ଶୈଳୀ ପାଇଁ ଜଣାଶୁଣା । ନିକଟରେ ଏହି ବ୍ରାଣ୍ଡ ପୁରୁଷ ଏବଂ ମହିଳାଙ୍କ ପାଇଁ ଉତମ ପରଫ୍ୟୁମ ମଧ୍ୟ ଶୁଭାରମ୍ଭ କରିଛି । ଏହି ଉଦଘାଟନୀ ଅବସରରେ ଓଡ଼ିଆ ଅଭିନେତ୍ରୀ ଶୀତଲ ପାତ୍ର ଉପସ୍ଥିତ ଥିଲେ ।
ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସର ନିର୍ଦେଶକ ତଥା ମାର୍କେଟିଂ ଆଣ୍ଡ ଡିଜାଇନ୍ ମୁଖ୍ୟ ଶ୍ରୀମତୀ ଜୋଇତା ସେନ୍ କହିଛନ୍ତି ଯେ, ‘ଆଧୁନିକ ବିଳାସକୁ ଗ୍ରହଣ କରିବା ସହିତ ଭାରତର ଅତୁଳନୀୟ କାରିଗରୀକୁ ସଂରକ୍ଷଣ ଓ ପାଳନ କରିବା ପାଇଁ ସେନେସ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ପରୀକ୍ଷାଗାରରେ ନିର୍ମିତ ହୀରା, ପରଫ୍ୟୁମ ଏବଂ କାରିଗରୀ ଚମଡ଼ା ଉପକରଣ ସହିତ ଆମେ ଭାରତର ଆତ୍ମା ସହିତ ବିଶ୍ୱସ୍ତରୀୟ ବିଳାସପୂର୍ଣ୍ଣ ମାନଦଣ୍ଡକୁ ମିଶ୍ରଣ କରୁଛୁ ।’’
ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଏମଡି ଓ ସିଇଓ ଶୁଭଙ୍କର ସେନ କହିଛନ୍ତି ଯେ, ‘ଆଜି ଭୁବନେଶ୍ୱରର ଉତ୍କଳ କନିକା ଗାଲେରିଆ ମଲରେ ଆମର ସେନେସ ଶୋ\’ରୁମ୍ ଖୋଲିବା ନେଇ ଘୋଷଣା କରି ଆନନ୍ଦିତ । ଏହି ସୋ\’ରୁମ୍ ର ଭବ୍ୟ ଉଦଘାଟନ ଅବସରରେ ହାଉସ୍ ଅଫ୍ ସେନେସ ପକ୍ଷରୁ ଗ୍ରାହକଙ୍କ ସପିଂ ଅଭିଜ୍ଞତାକୁ ବଢ଼ାଇବା ପାଇଁ ଅନେକ ଉଦଘାଟନୀ ଅଫର ଘୋଷଣା କରାଯାଇଛି । ଗ୍ରାହକମାନେ ଚମଡ଼ା ବ୍ୟାଗ୍ ଏବଂ ଆକ୍ସେସରିଜ୍ ଉପରେ ୩୦% ପର୍ଯ୍ୟନ୍ତ ରିହାତି ଏବଂ ଲ୍ୟାବରେ ପ୍ରସ୍ତୁତ ହୀରାର ଏମଆରପି ମୂଲ୍ୟ ଉପରେ ୧୦% ପର୍ଯ୍ୟନ୍ତ ରିହାତି ପାଇପାରିବେ ।
ସ୍ଥାନୀୟ ଓଡ଼ିଆ ଅଭିନେତ୍ରୀ ଶୀତଲ ପାତ୍ର କହିଛନ୍ତି ଯେ ବ୍ରାଣ୍ଡ ସେନେସ ସହ ଜଡ଼ିତ ହୋଇ ଆଜି ଭୁବନେଶ୍ୱର ଗାଲେରିଆ ମଲରେ ଏହାର ସୋ\’ରୁମ୍ ର ପୁନଃ ଶୁଭାରମ୍ଭ ପାଇଁ ଉପସ୍ଥିତ ରହି ମୁଁ ଅତ୍ୟନ୍ତ ଆନନ୍ଦିତ ।’’ ୟୁନିଟ୍ ନଂ-୨୦୩, ୨ୟ ମହଲା ଉତ୍କଳ କନିକା ଗାଲେରିଆ ମଲ୍, ଗୌତମ ନଗର ଭୁବନେଶ୍ୱରରେ ଅବସ୍ଥିତ ଏହି ନୂତନ ଅତ୍ୟାଧୁନିକ ସେନେସ ସୋ\’ରୁମ୍ ର ଆୟତନ ୫୪୮ ବର୍ଗଫୁଟରୁ ଅଧିକ ଏବଂ ଏହାର ବିଳାସପୂର୍ଣ୍ଣ ପରିବେଶ ଗ୍ରାହକଙ୍କୁ ଏକ ଅତୁଳନୀୟ ଏବଂ ଆକର୍ଷଣୀୟ ସପିଂ ଅନୁଭୂତି ପ୍ରଦାନ କରୁଛି ।
Prev Post
Comments are closed.