ଲୋକସେବା ଭବନରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ
ଭୁବନେଶ୍ଵର,୦୯/୦୩:ଓଡ଼ିଶା ସରକାରଙ୍କ ପ୍ରଶାସନିକ କେନ୍ଦ୍ର ଲୋକସେବା ଭବନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ତଥ୍ୟ ବିଧାନସଭାରେ ପ୍ରକାଶ ପାଇଛି। ଏହାରୁ ରାଜ୍ୟ ପ୍ରଶାସନର କାର୍ଯ୍ୟସଂଚାଳନ ଉପରେ ପ୍ରଭାବ ପଡ଼ୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ତଥ୍ୟ ଅନୁଯାୟୀ, ଲୋକସେବା ଭବନରେ ୧୦୫ଟି ଅନୁଶାସନ ସଚିବ (Under Secretary) ପଦବୀ ଖାଲି ରହିଛି। ସେଥିସହ ୧ଟି ଅତିରିକ୍ତ ଶାସନ ସଚିବ ପଦବୀ ମଧ୍ୟ ଖାଲି ରହିଛି।
ଏହା ଛଡ଼ା ୨ଟି ଯୁଗ୍ମ ଶାସନ ସଚିବ, ୨ଟି ଉପ ଶାସନ ସଚିବ ଓ ୪ଟି ଡେସ୍କ ଅଫିସର ପଦବୀ ମଧ୍ୟ ଖାଲି ରହିଛି। ନିମ୍ନସ୍ତରର ପଦବୀଗୁଡ଼ିକ ମଧ୍ୟରେ ୩୬୫ଟି ଉପ ବିଭାଗ ଅଧିକାରୀ (Section Officer) ଓ ୩୪୮ଟି ସହକାରୀ ଉପ ବିଭାଗ ଅଧିକାରୀ (Assistant Section Officer) ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଛି।ଏହି ବହୁ ସଂଖ୍ୟକ ପଦବୀ ଖାଲି ଥିବାରୁ ପ୍ରଶାସନିକ କାର୍ଯ୍ୟ ଚାଲାଣରେ ଚାପ ବଢ଼ୁଥିବା କୁହାଯାଉଛି। ସରକାର ଏହି ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା ପାଇଁ ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି।
Comments are closed.