ରୁଷ୍ ୟୁକ୍ରେନ ଯୁଦ୍ଧକୁ ଅଟକାଇବାରେ ବିଫଳ ହୋଇଛି ମିଳିତ ଜାତିସଂଘ ସୁରକ୍ଷା ପରିଷଦ: ଆଣ୍ଟୋନିଓ ଗୁଟେରସ୍

Share It

ୟୁକ୍ରେନରେ ଜାରି ରହିଥିବା ରୁଷ ଯୁଦ୍ଧକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଉପରେ ମଧ୍ୟ ଏକ ବଡ଼ ପ୍ରଶ୍ନ ଏବେ ଉଠିଛି । ନିଜେ ଜାତିସଂଘର ମୁଖ୍ୟ ମଧ୍ୟ ସ୍ୱୀକାର କରିଛନ୍ତି ଯେ ସୁରକ୍ଷା ପରିଷଦ ଯେଉଁ କାର୍ଯ୍ୟ ପାଇଁ ପୂର୍ବରୁ ଗଠିତ ହୋଇଥିଲା ତାହା ସେ କରିବାରେ ସକ୍ଷମ ହୋଇ ନାହିଁ ।

ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଗୁରୁବାର ଦିନ ୟୁକ୍ରେନ୍ର ରାଜଧାନୀ କିଭ୍ ସ୍ତ କରିଛନ୍ତି। ଏହି ସମୟରେ ସେ ସ୍ୱୀକାର କରିଛନ୍ତି ଯେ ୟୁକ୍ରେନରେ ରୁଷର ଯୁଦ୍ଧକୁ ବନ୍ଦ କରିବା ଏବଂ ଶେଷ କରିବାରେ ସୁରକ୍ଷା ପରିଷଦ ବିଫଳ ହୋଇଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, “ମୁଁ ସ୍ପଷ୍ଟ କରୁଛି ଏହି ଯୁଦ୍ଧକୁ ରୋକିବା ତଥା ଶେଷ କରିବା ପାଇଁ ସୁରକ୍ଷା ପରିଷଦ ସବୁକିଛି କରିବାରେ ବିଫଳ ହୋଇଛି ।

ମିଳିତ ଜାତିସଂଘର ମହାସଚିବଙ୍କ ଗସ୍ତ ସମୟ ମଧ୍ୟରେ ରୁଷ ଗୁରୁବାର ଦିନ କିଭ୍ ସମେତ ୟୁକ୍ରେନର ଏକ ବଡ଼ ଅଂଶ ଉପରେ ବୋମା ପକାଇଛି । କିଭ୍‌ରେ ହୋଇଥିବା ଆକ୍ରମଣରେ ଅତି କମରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଉଦ୍ଧାର କର୍ମଚାରୀ କହିଛନ୍ତି । ଦୁଇଟି କୋଠା ଭୁଶୁଡ଼ିବା ପରେ କିଛି ଲୋକଙ୍କୁ ଅଳିଆ ଗଦାରେ ପୋତି ହୋଇଯାଇଥିବା ସେ କହିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରିବାର ଏକ ଘଣ୍ଟା ପରେ ଏହି ଆକ୍ରମଣ ହୋଇଛି ।


Share It

Comments are closed.