କଲବଲ କରିବ ତାତି,କମିବ ଶୀତ
ଭୁବନେଶ୍ଵର,୧୦/୦୨:କମିବ ଶୀତ। ଏଣିକି କଲବଲ କରିବ ତାତି । ଆଜିଠାରୁ ରାତି ତାପମାତ୍ରା ବଢ଼ିବ ।ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାତିରେ ଶୀତ କ୍ରମଶଃ ହ୍ରାସ ପାଇବ । ଏହାପରେ ପାରଦ ଉପରକୁ ଉଠିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଲିକ ପାଣିପାଗ କେନ୍ଦ୍ର । ଆଗାମୀ ୩ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ହୋଇପାରେ । ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ସେପଟେ କନ୍ଧମାଳ ଜିଲ୍ଲାକୁ ପୁଣି ଫେରିଛି ଶୀତ। ବାଲିଗୁଡା, ଦାରିଙ୍ଗିବାଡ଼ି, ଫୁଲବାଣୀ ସବୁଠି ପାରଦ ଦଶ ଡିଗ୍ରୀ ତଳେ ରହୁଛି।
Comments are closed.