ଦିନରେ ତତାଉଛି ଆଉ ରାତିରେ ଭିଜାଉଛି,୫ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ୱର,୦୪/୦୪:ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଝଡ଼ବର୍ଷା ପ୍ରଭାବ। କାଲି ସକାଳ ସାଢ଼େ ୮ଟା ଯାଏଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ !ଏହାପରେ ସକାଳ ୮.୩୦ ପରେ କଳାହାଣ୍ଡି, କନ୍ଧମାଳ,ରାୟଗଡା, ମାଲକାନଗିରି ଓ କୋରପୁଟ ଏହି ୫ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭଗ। ୭ ତାରିଖ ଯାଏ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ। ସେପଟେ ଆଗାମୀ ୨୪ ଘଂଟାରେ ବର୍ଷାର ସମ୍ଭାବନା କୁ ନେଇ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବା ସହ ତାତିରୁ ଟିକିଏ ଅସ୍ବସ୍ତି ମିଳିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୪୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୮ ଜିଲ୍ଲାରେ ତାପମାତ୍ରା ରହିଥିଲା ୪୦ ଡିଗ୍ରୀ ଉପରେ । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓ ଆଭ୍ୟନ୍ତରିଣ ଓଡ଼ିଶାରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରାଯାଇଛିି ।ସେହିପରି ୬ ଟି ସ୍ଥାନରେ ବର୍ଷା ହୋଇଥିବା ବେଳେ କୋରାପୁଟ ନନ୍ଦପୁର ରେ ୪୨ ମିମି ସର୍ବାଧିକ ବର୍ଷା ରେକର୍ଡ ହୋଇଛି ।

Comments are closed.