ଅସହ୍ୟ ଖରା ଓ ଗୁଳୁଗୁଳି ସହ ଆଗାମୀ ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା

Share It

ଭୁବନେଶ୍ୱର,୨୯/୦୩:ବର୍ତ୍ତମାନ ରାଜ୍ୟରେ ଖରା,ଗରମ  ଗୁଳୁଗୁଳି ଅନୁଭୂତ ସହ କାଁଭାଁ କୋହଲିଆ ପାଗ ରହିଥିବା ବେଳେ ଆହୁରି ୫ ଦିନ ବର୍ଷର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଉତ୍ତର ଓଡିଶା ଓ ପାଶ୍ୱବର୍ତୀ ଅଂଚଳରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ୫ ଦିନଯାଏ ବଜ୍ରପାତ ସହ ପବନ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ରେ  କୋରାପୁଟ, ମାଲକାନଗିରି, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା,ବାଲେଶ୍ୱର ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ଵର୍ଷା ଏବଂ ୩୦ ରୁ ୪୦ କିମି ଝଟକା ପବନର ସମ୍ଭାବନା କୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ ଓ କେନ୍ଦୁଝର ଏହି ୪ ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ଵର୍ଷା ଏବଂ ୩୦ ରୁ ୪୦ କିମି ଝଟକା ପବନର ସମ୍ଭାବନା କୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।ଏପ୍ରିଲ ୨ ତାରିଖ ଯାଏ ବିଜୁଳି ଘଡଘଡି ସହ ବର୍ଷା ବଜ୍ରପାତର ସମ୍ଭାବନା ଥିବା ବେଳେ କିଛି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

୩ ସହରରେ ୩୯ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡ ରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିବା ବେଳେ ତାତି ର ତାଉ ରେ ସିଜୁଛି ପଶ୍ଚିମ ଓଡିଶା। ବର୍ଦ୍ଧିତ ତାପମାତ୍ରାକୁ ନେଇ ୨ଦିନ ମଧ୍ୟରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। କାରଣ ୪୦ ଡିଗ୍ରୀ ଉପରେ ବର୍ତ୍ତମାନ ର ତାପମାତ୍ରା ରହିଥିବା ବେଳେ ଆଗାମୀ ୨  ଦିନରେ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ଏହାକୁ ନେଇ ରାଜ୍ୟରେ ୨ ଦିନ ମଧ୍ୟରେ ତାପମାତ୍ରା ୪୨ ରୁ ୪୩ ଡିଗ୍ରୀ ଛୁଇଁବ ବୋଲି ଆକଳନ କରିଛି ବିଭାଗ।

ସେପଟେ ଗତ ୨୪ ଘଂଟାରେ ୪ ଟି ସ୍ଥାନରେ ବର୍ଷା ହୋଇଥୁବା ବେଳେ କନ୍ଧମାଳ କେ ନୂଆଗାଁ ରେ ସର୍ବାଧିକ ୧୧ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ୩ ଟି ସ୍ଥାନରେ ୩୯ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ ରେ ୪୦.୫ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ।


Share It

Comments are closed.