ଆସନ୍ତା କାଲିଠାରୁ ଲାଗୁ ହେବ ଅନଲକ୍‌-୫, ଦେଶରେ କିପରି ରହିବ ନିୟମ ଜାଣିରଖନ୍ତୁ


ଦେଶରେ ୧ ଅକ୍ଟୋବରରୁ ଅନଲକ୍ -୫ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଲୋକଙ୍କ ଭିତରେ ସବୁଠାରୁ ଅଧିକ ଉତ୍ସୁକତା ସ୍କୁଲ-କଲେଜ ଖୋଲିବାକୁ ନେଇ ରହିଛି। ସ୍କୁଲରେ ପ୍ରବେଶ କରିବ ଓ ବାହାରକୁ ଆସିବାର ପାଇଁ ଅଲଗା ଅଲଗା ଗେଟ୍ ବ୍ୟବହାର କରାଯିବ। ଗୋଟିଏ ଶ୍ରେଣୀରେ ୨୦ ରୁ ଅଧିକ ପିଲାଙ୍କୁ ଅନୁମତି ମିଳିବ ନାହିଁ। ଛାତ୍ର-ଛାତ୍ରୀଙ୍କୁ ନିଜର ଲଞ୍ଚ ବକ୍ସକୁ ଅନ୍ୟ ଛାତ୍ର-ଛାତ୍ରୀଙ୍କ ସହ ଖାଇବାର ଅନୁମତି ମିଳିବ ନାହିଁ। ଅନଲକ୍-୫ର ଗାଇଡଲାଇନରେ ଏହା ସ୍ପଷ୍ଟ ହେବ ଯେ, ପିଲାମାନେ ୧ ଅକ୍ଟୋବରଠାରୁ ସ୍କୁଲ ଯାଇପାରିବେ। ଦେଶରେ କରୋନା ଭାଇରସ ମାମଲା ବଢିବାରେ ଳାଗିଛି। ଏଭଳି ସ୍ଥିତିରେ ସ୍କୁଲ-କଲେଜ ଖୋଲିବା ଉପରେ ସନ୍ଦେହ ରହିଛି। ମହାମାରୀ ସମୟରେ ୨୧ ସେପ୍ଟେମ୍ବରରୁ ଦେଶର ବହୁ ରାଜ୍ୟରେ ସ୍କୁଲ ଗୁଡିକ ଆଶିଂକ ଭାବରେ ଖୋଲାଯାଇଛି, କିନ୍ତୁ ଅଧିକାଂଶ ରାଜ୍ୟରେ ସ୍କୁଲ ଏବେ ବି ବନ୍ଦ ରହିଛି। ରାଜ୍ୟ ସରକାରଙ୍କ ସହି ପିଲାଙ୍କର ବାପା-ମା ମଧ୍ୟ କରୋନା ମହାମାରୀ କାଳରେ ପିଲାଙ୍କୁ ସ୍କୁଲ ପଠାଇବା କୌଣସି ଉପଯୁକ୍ତ ନିଷ୍ପତ୍ତି ନେବାରେ ଅସମର୍ଥ ଅନୁଭବ କରୁଛନ୍ତି। ସ୍କୁଲ ବନ୍ଦ ବେଳେ ଅଧିକାଂଶ ରାଜ୍ୟରେ ପିଲାମାନେ ଅନଲାଇନ୍ କ୍ଲାସ ଉପରେ ନିର୍ଭର କରୁଛନ୍ତି। ଏବେ ଆଶା କରାଯାଉଛି ଯେ, ସରକାର ସ୍କୁଲ-କଲେଜକୁ ସୁଚାରୁ ଭାବରେ ଖୋଲିବା ପାଇଁ ଅନଲକ୍ -୫ରେ କିଛି ଗାଇଡଲାଇନ୍ ନିର୍ଦ୍ଧାରିତ କରିବେ। ଗାଇଡଲାଇନରେ ଏହା ମଧ୍ୟ କୁହାଯାଇଛି ଛାତ୍ର-ଛାତ୍ରୀ ନିଜ ଇଛାରେ ବାପା-ମାଙ୍କ ଲିଖିତ ସହମତି ପରେ ସ୍କୁଲ ଯାଇ ଶିକ୍ଷକଙ୍କଠାରୁ ପରାମର୍ଶ ନେବାର ଅନୁମତି ରହିବ। ଏବେ ଅନଲକ୍-୪ ଚାଲିଥିବା ବେଳେ କେନ୍ଦ୍ର ସରକାର ଅଗଷ୍ଟରେ ଏକ ଗାଇଡଲାଇନ୍ ଜାରି କରିଥିଲେ। ଏଥିରେ କୁହାଯାଇଥିଲା ୯ମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଦିଆଯାଇଛି। ଏହା ସହିତ ସେଥିରେ ମଧ୍ୟ କିଛି ନିୟମ ରହିଥିଲା। ଯେଉଁଥିରେ ଏହା ସ୍ପଷ୍ଟ ଭାବରେ କୁହାଯାଇଥିଲା, କରୋନା ମହାମାରୀ ସମୟରେ କୌଣସି ଛାତ୍ର-ଛାତ୍ରୀଙ୍କୁ ସ୍କୁଲ ଯିବା ପାଇଁ ବାଧ୍ୟ କରିହେବନି।


Share It

Comments are closed.