ଉତ୍ତର କୋରିଆ ନିର୍ମାଣ କରୁଛି ବିଶାଳ ପରମାଣୁ ଭଣ୍ଡାର, ଫଟୋ ଆସିଲା ସାମନାକୁ
ଉତ୍ତର କୋରିଆ ଏକ ବିଶାଳ ଷ୍ଟୋରେଜ କେନ୍ଦ୍ର ନିର୍ମାଣ କରିବାକୁ ଯାଉଛି, ଏହାକୁ ପରମାଣୁ ଅସ୍ତ୍ରଶସ୍ତ୍ରକୁ ସଂରକ୍ଷଣ ଓ ପରୀକ୍ଷଣ ପାଇଁ ସେ ବ୍ୟବହାର କରିପାରେ । ଉତ୍ତର କୋରିଆ ରାଜଧାନୀ ପ୍ୟୋଙ୍ଗୟାଙ୍ଗ ନିକଟସ୍ଥ ସିଲ-ଲିରେ ଏହି କେନ୍ଦ୍ର ନିର୍ମାଣ କରାଯାଉଛି । ସ୍ୟାଟେଲାଇଟ ନିଆଯଇଥିବା ଏକ ଛବିରୁ ଏହାର ଖୁଲାସା ହୋଇଛି । ଏହି କେନ୍ଦ୍ର ଚଳିତ ବର୍ଷ ଶେଷ ସୁଧା କିମ୍ବା ୨୦୨୧ ଆରମ୍ଭରୁ ପ୍ରସ୍ତୁତ ହୋଇଯିବ ।
ଏହାର ବ୍ୟବହାର କିମ-ଜଙ୍ଗ-ଉନଙ୍କ ଦ୍ୱାରା ଦେଶରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାରର ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ବ୍ୟବହାର କରାଯାଇପାରେ । କିମ ଏବଂ ଆମେରିକା ମଧ୍ୟରେ ଚୁକ୍ତିପୂର୍ବ ଆଲୋଚନା ବିଫଳ ହେବା ପରେ ଏହା ପ୍ରସ୍ତୁତ କରାଯାଉଛି । ଆମେରିକାର ସେଣ୍ଟର ଫର ଷ୍ଟ୍ରାଟେଜି ଏବଂ ଇଣ୍ଟରନ୍ୟାସନାଲ ଷ୍ଟଡିଜ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଏହି କେନ୍ଦ୍ରର ନିର୍ମାଣ ୨୦୧୬ରୁ ଆରମ୍ଭ ହୋଇଥିଲା ଯେତେବେଳେ ଉତ୍ତର କୋରିଆ, ଆମେରିକାକୁ ପରମାଣୁ ବୋମା ନିକ୍ଷେପ କରିବା ପାଇଁ ସମସ୍ତ ପ୍ରସ୍ତୁତିରେ ଲାଗି ପଡିଥିଲା । ୧୯୮୦ରେ ପ୍ରସ୍ତୁତ ହୋଇଥିବା ଅଣ୍ଡ୍ରରଗ୍ରାଉଣ୍ଡ ହ୍ୟାଙ୍ଗର ପାଖରେ ହିଁ ଏହାକୁ ନିର୍ମିତ କରାଯାଇଛି ।
ନିକଟ କିଛିଦିନ ତଳେ କିମ-ଜଙ୍ଗଙ୍କ ନୂଆ ଭିଡିଓ ସାମନାକୁ ଆସିଥିବାବେଳେ ଉକ୍ତ ଭିଡିଓରେ କିମ-ଜଙ୍ଗ ପ୍ରକୃତ ବଞ୍ଚିଛନ୍ତି ନା ସେ ତାଙ୍କ ବହୁଋପୀ ବୋଲି ଏହାକୁ ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । କିମଙ୍କ ମୃତ୍ୟୁ ଖବରକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିବାବେଳେ ଏହା ପରେ ଉତ୍ତର କୋରିଆ ମିଡିଆ ତାଙ୍କ ଏକର ନୂଆ ଛବି ଏବଂ ଭିଡିଓ ଜାରି କରିଥିଲା ।
ପ୍ରକାଶ ଥାଉକି, କିମ ଜଙ୍ଗ ସର୍ବଦା ସାର୍ବଜନୀକ କାର୍ଯ୍ୟକ୍ରମରେ ନିଜର ବହୁଋପୀଙ୍କୁ ବ୍ୟବହାର କରିଥାନ୍ତି । ଏହା ପୂର୍ବରୁ ୨୦୧୭ରେ ମଧ୍ୟ ଏକ ଭିଡିଓ ସାମନାକୁ ଆସିଥିଲା ଯେଉଁଥିରେ ସେ ନିଜର ଦୁଇଟି ବହୁଋପୀଙ୍କ ସହ ପରମାଣୁ ପରୀକ୍ଷଣ ଦେଖୁଥିଲେ ।
Comments are closed.