କରୋନାରେ ଆକ୍ରାନ୍ତ ହେଲେ ଟିଭି ଅଭିନେତା ରାଜୀବ ପଲ, ହସ୍ପିଟାଲରେ ହେଲେ ଭର୍ତ୍ତି

Share It

କରୋନା ଭାଇରସ୍ ର ଦ୍ୱିତୀୟ ଲହର ଦେଶର ଅଧା ଜନସଂଖ୍ୟାକୁ କବଳିତ କରିଛି । ଅନେକ ବଲିଉଡ୍ ଷ୍ଟାର ମଧ୍ୟ କରୋନାରେ ସଂକ୍ରମିତ ହୋଇସାରିଛନ୍ତି । ଏବେ ସସୁରାଲ ସିମର କା ୨ ଫେମ୍ ଟେଲିଭିଜନ ଅଭିନେତା ରାଜୀବ ପାଲ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିନେତା ନିଜେ ବୁଧବାର ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ରାଜୀବ ଇନଷ୍ଟାଗ୍ରାମରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ସୂଚନା ଦେଇ ଲେଖିଛନ୍ତି ଯେ, ପରିସ୍ଥିତି ଅଣାୟତ ହେବା ପୂର୍ବରୁ ଭଲ ହାତରେ ଟେକିଦେବା ଉଚିତ । ଥଣ୍ଡା ଜ୍ୱର ଛାଡୁନଥିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଯାଇଛି । ଏଠାରେ ଦକ୍ଷ ଡାକ୍ତର ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ରେମଡେସିଭିର ସହ ଅନ୍ୟ ଔଷଧ ଦେଇ ଚିକିତ୍ସା ଆରମ୍ଭ କରିଛନ୍ତି ।

ଏହାସହ ରାଜୀବ ତାଙ୍କ ବନ୍ଧୁମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ସେ ରାକେଶ ପାଲ୍, ରାକ୍ଷୀ କୁକି ଏବଂ ଅଭିନେତା ସତୀଶ କୌସିକଙ୍କୁ ଧନ୍ୟବାଦ ଦେଇଥିଲେ । କାରଣ ସେମାନେ ତାଙ୍କୁ ହସ୍ପିଟାଲ ଯିବାକୁ ବୁଝାଇଥିଲେ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ଏଥିପାଇଁ ସମ୍ଭବ କାରଣ ଆପଣଙ୍କ ଜୀବନରେ ଭଲ ଲୋକ ଥାଆନ୍ତି । ମୋ ପାଇଁ ପ୍ରାର୍ଥନା କରୁଥିବାରୁ ଆପଣ ସମସଙ୍କୁ ଧନ୍ୟବାଦ । ଯେଉଁମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନାହିଁ ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ଆମେ ସେତେବେଳେ ସୁରକ୍ଷିତ ରହିବା ଯେତେବେଳେ ଆମ ଭିତରେ ସମସ୍ତେ ସୁରକ୍ଷିତ ରହିବେ ।


Share It

Comments are closed.