କରୋନାରେ ଆକ୍ରାନ୍ତ ହେଲେ ‘ସାରା ଅଲ୍ଲୀ ଖାନ’ଙ୍କ ଡ୍ରାଇଭର

Share It

ମାୟାନାଗରୀ ମୁମ୍ବାଇରେ ସାଂଘାତିକ ରୂପ ନେଲାଣି କରୋନା। ଅମିତାଭ ବଚ୍ଚନ ସମେତ ତାଙ୍କ ପରିବାର ଏବଂ ଅନୁପମ ଖେରଙ୍କ ପରେ ବର୍ତ୍ତମାନ କରୋନା ଅଭିନେତ୍ରୀ ସାରା ଅଲି ଖାନଙ୍କ ଘରେ ପହଞ୍ଚିଛି କରୋନା। ନିକଟରେ ସାରା ରିପୋର୍ଟ କରିଛନ୍ତି ଯେ ତାଙ୍କ ଡ୍ରାଇଭରଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି।ଏହି ଖବର ଆସିବା ମାତ୍ରେ ପୁଣି ଥରେ ବଲିଉଡରେ ଉତ୍ତେଜନା ଦେଖାଦେଇଛି। ସୋମବାର ବିଳମ୍ବିତ ରାତିରେ ସାରା ଅଲି ଖାନ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ଯେ ତାଙ୍କ ଡ୍ରାଇଭରଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି।

View this post on Instagram

🙏🏻🙏🏻🙏🏻

A post shared by Sara Ali Khan (@saraalikhan95) on

ବର୍ତ୍ତମାନ ତାଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଯାଇଛି। ସାରା ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଡ୍ରାଇଭର କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ତାଙ୍କ ପରିବାର ଏବଂ କର୍ମଚାରୀମାନେ ମଧ୍ୟ କରୋନା ପରୀକ୍ଷା କରିଥିଲେ, ଯାହାର ରିପୋର୍ଟ ମଧ୍ୟ ଆସି ସାରିଛି। ସାରା ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଆମର ଡ୍ରାଇଭରଙ୍କ କରୋନା ରିପୋର୍ଟ ପିଜିଟିଭ୍‌ ଆସିଛି। ରିପୋର୍ଟ ପାଇବା ମାତ୍ରେ ବିଏମସିକୁ ସୂଚନା ଦିଆଯାଇଥିଲା ଏବଂ ପରେ ଡ୍ରାଇଭରକୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଯାଇଥିଲା। ସାରା ଅଲି ଖାନ ଆହୁରି ଲେଖିଛନ୍ତି, ‘ମୋ ପରିବାର ସଦସ୍ୟ ଏବଂ ଘରର ସମସ୍ତ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଆମେ ସମସ୍ତେ ଆବଶ୍ୟକ ସତର୍କତା ଅବଲମ୍ବନ କରୁଛୁ । ବିଏମ୍‌ସି ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀ ପାଇଁ ଧନ୍ୟବାଦ। ସମସ୍ତେ ସୁରକ୍ଷିତ ରୁହନ୍ତୁ।’


Share It

Comments are closed.