୨ ବର୍ଷ ଧରି ସଞ୍ଜୟଙ୍କ ଠାରୁ ଅଲଗା ରହୁଛନ୍ତି ମାନ୍ୟତା, ନିଜେ ଅଭିନେତା କଲେ ଖୁଲାସା
ସଞ୍ଜୟ ଦତ୍ତଙ୍କୁ ୟଶ ଷ୍ଟାରର ‘କେଜିଏଫ୍ ୨’ରେ ଦେଖିବାକୁ ମିଳିଥିଲା। ସେ ଭିଲେନ୍ ଅଧିରାର ଦମଦାର ଭୂମିକା ଗ୍ରହଣ କରିଥିଲେ। ଏହା ପରେ ସେ ଅନ୍ୟ ଫିଲ୍ମର ସୁଟିଂରେ ବ୍ୟସ୍ତ ହୋଇଗଲେ। ତଥାପି ସଞ୍ଜୁ ବାବା ନିଜର ଏତେ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ଦୁବାଇ ଯାଇ ନିଜ ପରିବାର ସହିତ କ୍ୱାଲିଟି ଟାଇମ୍ ସ୍ପେଣ୍ଡ୍ କରନ୍ତି। ତାଙ୍କ ପତ୍ନୀ ମାନ୍ୟତା ଦତ୍ତ, ପିଲାମାନେ ଗତ ଦୁଇ ବର୍ଷ ଧରି ଦୁବାଇରେ ରହୁଛନ୍ତି। ସେ ସେଠାକୁ ସିପ୍ଟ ହୋଇ ଯାଇଛନ୍ତି। ମାନ୍ୟତା ସେଠାରେ ନିଜର ବିଜନେସ୍ ଦେଖୁଛନ୍ତି ଏବଂ ପିଲାମାନେ ପାଠ ପଢୁଛନ୍ତି। କିନ୍ତୁ ଏହାକୁ ନେଇ ଏକ ଇଣ୍ଟରଭ୍ୟୁରେ ସଞ୍ଜୟଙ୍କୁ ଅନେକ ପ୍ରଶ୍ନ ପଚରାଯାଇଛି। ଯାହାର ଅଭିନେତା ଉତ୍ତର ଦେଇଛନ୍ତି।
ସଞ୍ଜୟକହିଛନ୍ତି, ‘ମୁଁ ଖୁସି ଯେ ମୋର ପିଲାମାନେ ସେଠାରେ ପାଠ ପଢୁଛନ୍ତି। ମୋ ପତ୍ନୀ ମାନ୍ୟତାଙ୍କର ମଧ୍ୟ ସେଠାରେ ତାଙ୍କର ନିଜସ୍ୱ ଜିନିଷ ଅଛି। ଯେତେବେଳେ ମୁଁ ଏଠାରେ କାର୍ଯ୍ୟରେ ବ୍ୟସ୍ତ ନଥାଏ, ସେତେବେଳେ ମୁଁ ତାଙ୍କ ସହିତ ଦୁବାଇରେ ବହୁତ ସମୟ ବିତାଇଥାଏ। ମୁଁ ଯିବା ଆସିବା କରେ ଏବଂ ସମର ବ୍ରେକରେ ତାଙ୍କ ସହିତ ରହିବି। ସେ ଯେଉଁଠାକୁ ଯିବେ, ମୁଁ ସେଠାକୁ ଯିବି।
ତାଙ୍କୁ ଲାଇମଲାଇଟ୍ ଠାରୁ ଦୂରେଇ ରଖିବା ପାଇଁ ଏପରି ଯୋଜନା କରାଯାଇଛି କି? ସଞ୍ଜୟଙ୍କୁ ପଚରା ଯିବାରୁ ସେ କହିଛନ୍ତି, ‘ସେ ମଧ୍ୟ ଏଠାରେ ରହିଥାନ୍ତେ, କିନ୍ତୁ ମୁଁ ଦେଖିଲି ସେ ସେଠାରେ ଅଧିକ ରହିବାକୁ ପସନ୍ଦ କରୁଛନ୍ତି। ସେ ତାଙ୍କ ବିଦ୍ୟାଳୟ ଏବଂ ସେଠାରେ ଆକ୍ଟିଭିଟିକୁ ପସନ୍ଦ କରନ୍ତି। ମୋ ପତ୍ନୀଙ୍କ ବିଜନେସ୍ ମଧ୍ୟ ସେଠାରେ ଅଛି। ଆମେ ସମସ୍ତେ ଏଠାରେ ବଢିଛୁ ଏବଂ ତାଙ୍କୁ ସେଠାକୁ ପଠାଇବାକୁ କୌଣସି ଯୋଜନା ନଥିଲା। ସେ ନିଜେ ଯାଇଛନ୍ତି।
Comments are closed.