ଫୁସଫୁସ କ୍ୟାନ୍ସରରେ ଆକ୍ରାନ୍ତ ସଞ୍ଜୁବାବା, ଏପର୍ଯ୍ୟନ୍ତ ଏହି ଷ୍ଟାରମାନେ ଦେଇଛନ୍ତି ଏହି ଘାତକ ବେମାରକୁ ମାତ


ସଞ୍ଜୟ ଦତଙ୍କ ପ୍ରଶଂସକଙ୍କ ପାଇଁ ମଙ୍ଗଳବାର ଦିନ ଏକ ଦୁଃଖ ଖବର ଆସିଛି । ସଞ୍ଜୟ ଦତ ଗତ ଦିନେ ଦୁଇଦିନ ହେବ ସ୍ୱାସ୍ଥ୍ୟ ସମ୍ବନ୍ଧିତ କାରଣରେ ହସ୍ପିଟାଲରେ ଭର୍ତି ହୋଇଥିଲେ । ଯାହାପରେ ମଙ୍ଗଳବାର ଦିନ ସେ ନିଜ ସୋସିଆଲ ମିଡିଆ ଆକାଉଂଟରେ ଘୋଷଣା କରିଥିଲେ ଯେ ସେ ଫିଲ୍ମ ଦୁନିଆରୁ କିଛି ସମୟ ପାଇଁ ବିରତି ନେବାକୁ ଯାଉଛନ୍ତି । ଏହି ଖବର ତାଙ୍କ ପ୍ରଶଂସକକୁ ଦୁଃଖିତ କରିଥିବା ବେଳେ ଏବେ ପୁଣି ଖବର ଆସିଛି ଯେ ସଞ୍ଜୟ ଦତ ଫୁସଫୁସ କ୍ୟାନ୍ସରରେ ପୀଡ଼ିିତ ଅଛନ୍ତି । ଯାହାକି ତାଙ୍କ ପ୍ରସଂସକଙ୍କୁ ମର୍ମାହତ କରିଛି । ଏହି ଖବର ଆସିବା ପରେ ସମସ୍ତେ ସଞ୍ଜୁ ବାବାଙ୍କ ଆରୋଗ୍ୟ କାମନା କରିଛନ୍ତି । ତେବେ ଆପଣଙ୍କୁ ଜଣାଇଦେଉଛୁ ଯେ କେବଳ ସଞ୍ଜୟ ଦତ ଏକାକୀ ନୁହନ୍ତି ଯେ କି କ୍ୟାନ୍ସର ଭଳି ଘାତକ ରୋଗ ସହ ଲଢ଼ୁଛନ୍ତି । ଏମିତି ଅନେକ ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କ୍ୟାନ୍ସର ସହିତ ଲଢ଼ି ଏହାକୁ ମାତ ଦେଇ ଏକ ସୁସ୍ଥ ଜୀବନ ବିତାଉଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ..
ଲିସା ରେ

Image: DNA India

ବଲିଉଡ ଅଭିନେତ୍ରୀ ଲିସା ରେ ୨୦୦୧ରେ ଫିଲ୍ମ ‘କସୁର’ ମାଧ୍ୟମରେ ବଲିଉଡରେ ପାଦ ଥାପିଥିଲେ । କିନ୍ତୁ ଏହାପରେ ୨୦୦୯ ମସିହାରେ ଲିସାଙ୍କୁ ‘ମଲ୍ଟିପଲ ମାଇଲୋମା’ ନାମକ କ୍ୟାନ୍ସର ହେବାର ଜଣାପଡ଼ିଲା, ଯାହାକି ଏକ ରେୟାର କ୍ୟାନ୍ସର ଅଟେ । ୨୦୧୦ ରେ ଲିସା ରେ ଷ୍ଟେମ ସେଲ ଟ୍ରାନ୍ସପ୍ଲାଂଟ କରାଇ ଏହି କ୍ୟାନ୍ସର ବିରୋଧରେ ଜିତିପାରିଥିଲେ । କିନ୍ତୁ ଏବେ ମଧ୍ୟ ତାଙ୍କ ତାଙ୍କ ଚିକିତ୍ସା ଜାରି ରହିଛି ଏବଂ ସେ କେବଳ ଜୁସ, ସ୍ମୁଦିଜ ଏବଂ ପନିପରିବା ଖାଉଛନ୍ତି ।
ସୋନାଲି ବିନ୍ଦ୍ରେ
image: Twitter

ଅଭିନେତ୍ରୀ ସୋନାଲି ବିନ୍ଦ୍ରେଙ୍କୁ ହାଇଗ୍ରେଡ କ୍ୟାନ୍ସର ହେବା ବିଷୟରେ ୨୦୧୯ରେ ପ୍ରଶଂସକଙ୍କୁ ଜାଣିବାକୁ ପାଇଥିଲେ । ସୋନାଲି ବିନ୍ଦ୍ରେ ନିଜେ ଏହାର ଖବର ନିଜର ସୋସିଆଲ ମିଡିଆ ଆକାଉଂଟ ଜରିଆରେ ଦେଇଥିଲେ । ସୋନାଲି ବିନ୍ଦ୍ରେ ନ୍ୟୁୟର୍କରେ ଚିକିତ୍ସିତ ହୋଇଥିଲେ ଏବଂ ସେ ଏହି କ୍ୟାନ୍ସରକୁ ମାତ ଦେବାରେ ସକ୍ଷମ ହୋଇ ଏବେ ଏକ ସୁସ୍ଥ ଜୀବନ ବିତାଉଛନ୍ତି ।
ତାହିରା କଶ୍ଚ୍ୟପ
Image: India.com

କ୍ୟାନ୍ସରରୁ ଳଢ଼େଇ ଜିତିବାରେ ବଲିଉଡ ଅଭିନେତା ଆୟୁଷମାନ ଖୁରାନାଙ୍କ ପତ୍ନୀ ତାହିରା କଶ୍ଚ୍ୟପ ମଧ୍ୟ ସାମିଲ ଅଛନ୍ତି । ସାଧାରଣ ଭାବେ ଯେଉଁଠି ଲୋକମାନେ ଏହି ରୋଗକୁ ଲୁଚାଇବା ପାଇଁ ଚେଷ୍ଟା କରନ୍ତି କିନ୍ତୁ ତାହିରା ନିଜର ସୋସିଆଲ ମିଡିଆରେ ନିଜର ଏକ ବାଲ୍ଡ ବା ଲଣ୍ଡା ଲୁକର ଫଟୋ ସେୟାର କରିଥିଲେ । ସେ ସାହସର ସହିତ କ୍ୟାନ୍ସର ସହ ଳଢ଼େଇ କରିଥିଲେ ଏବଂ ଏହା ବିରୋଧରେ ବିଜୟ ମଧ୍ୟ ହାସଲ କରିଥିଲେ । ତାହିରା ବ୍ରେଷ୍ଟ କ୍ୟାନ୍ସରରେ ପୀଡ଼ିତ ଥିଲେ ।
ମନୀଷା କୋଇରାଲା
Image: Bollywoodshaadis.com

ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା ୨୦୧୨ରେ ଓଭାରିଆନ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ପାଖାପାଖି ୬ ମାସ ପର୍ଯ୍ୟନ୍ତ ଆମେରିକାରେ ମନୀଷାଙ୍କର ଚିକିତ୍ସା ଚାଲିଲା । ମନୀଷା ନିଜର ଇଚ୍ଛା ଶକ୍ତି ଓ ସାହସ ବଳରେ କ୍ୟାନ୍ସର ବିରୋଧରେ ଜିତିପାରିଲେ । କ୍ୟାନ୍ସର ସହ ଲଢ଼ିବା ପରେ ମନୀଷା ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି ଯେଉଁଥିରେ ତାଙ୍କ ସଂଘର୍ଷର କାହାଣୀ ବର୍ଣ୍ଣନା କରିଛନ୍ତି । ଏହି ପୁସ୍ତକର ନାମ ହେଉଛି ‘ହିଲଡ:ହାଓ କ୍ୟାନ୍ସର ଗେଭ ମି ଏ ନ୍ୟୁ ଲାଇଫ’ ।
ଅନୁରାଗ ବାସୁ
Image: The Week

ବଲିଉଡର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ ବାସୁ ମଧ୍ୟ କ୍ୟାନ୍ସରକୁ ମାତ ଦେଇଛନ୍ତି । ତାଙ୍କୁ ଲ୍ୟୁକୋମିଆ କ୍ୟାନ୍ସର ଥିଲା । ଏହା ଏକ ପ୍ରକାରର ବ୍ଲଡ କ୍ୟାନ୍ସର ହୋଇଥାଏ । କିନ୍ତୁ ସେ ଏହି କ୍ୟାନ୍ସର ବିରୋଧରେ ଜିତିପାରିଲେ । ଏପରିକି ନିଜର ଚିକତ୍ସା ସମୟରେ ସେ ‘ଗ୍ୟାଙ୍ଗଷ୍ଟର’ ଏବଂ ‘ଲାଇଫ ଇନ ଏ ମେଟ୍ରୋ’ର ସ୍କ୍ରିପ୍ଟ ମଧ୍ୟ ଲେଖିଥିଲେ ।


Share It

Comments are closed.