ସାମସଙ୍ଗ ଷ୍ଟାର ସ୍କଲାର ପ୍ରୋଗ୍ରାମର ପଂଚମ ସଂସ୍କରଣ ଆରମ୍ଭ
ଭୁବନେଶ୍ୱର: ସାମସଙ୍ଗ ପକ୍ଷରୁ ଶିକ୍ଷାବର୍ଷ ୨୦୨୦-୨୧ ନିମେନ୍ତ ଏକ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) କିମ୍ବା ନ୍ୟାସନାଲ ଇନଷ୍ଟଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି)ରେ ଫୁଲ ଟର୍ମ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଜୱାହର ନବୋଦୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଏହାର ସାମସଙ୍ଗ ଷ୍ଟାର ସ୍କଲାର କାର୍ଯ୍ୟକ୍ରମ ଅନ୍ତର୍ଗତ ୧୫୦ଟି ନୂଆ ସ୍କଲାରସିପର ଘୋଷଣା କରାଯାଇଛି । ସାମସଙ୍ଗ ପ୍ରତିବର୍ଷ ଜେଏନଭିର ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ସ୍କଲାରସିପ ପ୍ରଦାନ କରିଥାଏ ଯେଉଁମାନେ କି ଏହି ସମ୍ମାନଜନକ ଇଞ୍ଜିନିୟରିଂ କଲେଜରେ ଫୁଲ ଟର୍ମ ପାଠ୍ୟକ୍ରମ ଆରମ୍ଭ କରିବାର ସୁଯୋଗ ପାଇଥାନ୍ତି । ୨୦୨୦-୨୧ ଶିକ୍ଷାବର୍ଷ ନିମେନ୍ତ ଏହି ସ୍କଲାରସିପର ଆବେଦନ ଅବଧି ଜାନୁଆରୀ ୨୫, ୨୦୨୧ ପର୍ଯ୍ୟନ୍ତ ଖୋଲା ରହିଛି ।
ଷ୍ଟାର ସ୍କଲାର କାର୍ଯ୍ୟକ୍ରମ ସ୍କଲାରସିପ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ପାଂଚବର୍ଷ ପର୍ଯ୍ୟନ୍ତ ପ୍ରତି ବର୍ଷ ୨ଲକ୍ଷ ପର୍ଯ୍ୟନ୍ତର ଆର୍ଥିକ ସହାୟତା ଯୋଗାଇଦିଆଯାଇଥାଏ, ଯାହାକି ସେମାନଙ୍କର ଶିକ୍ଷାଗତ ଖର୍ଚ୍ଚ ସମେତ ଟ୍ୟୁସନ, ପରୀକ୍ଷା, ହଷ୍ଟେଲ ଏବଂ ମେସ ଖର୍ଚ୍ଚର ଏକ ଉଲ୍ଲେଖନୀୟ ଅଂଶ ବହନ କରିଥାଏ । ଏହି ଷ୍ଟାର ସ୍କଲାର କାର୍ଯ୍ୟକ୍ରମ ଅଧିନରେ ୧୫୦ଜଣ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଚୟନ, ବି.ଇ/ବି. ଟେକ/ଡୁଆଲ ଡିଗ୍ରୀ (ବି.ଟେକ+ଏମ.ଟେକ)ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷାରେ (ଜେଇଇ) ସେମାନଙ୍କର ର୍ୟାଙ୍କ ଉପରେ ଆଧାରିତ । ଏହା ସମ୍ପର୍କରେ ସାମସଙ୍ଗ ଇଣ୍ଡିଆର କର୍ପୋରେଟ ଉପାଧ୍ୟକ୍ଷ ଶ୍ରୀ ପିଟର ରିହୀ କହିଛନ୍ତି ଯେ, “ଆମେ ଷ୍ଟାର ସ୍କଲାର କାର୍ଯ୍ୟକ୍ରମର ପଂଚମ ବର୍ଷରେ ପହଂଚିଛୁ ଓ ଯୁବପ୍ରତିଭାମାନଙ୍କୁ ଏହିଭଳି ଆହୁରି ସ୍ମଲାରସିପ ପ୍ରଦାନ କରିବାର ଆଶା ରଖୁଛୁ ଯଦ୍ୱାରା ଦେଶର ଉନ୍ନତି ହୋଇପାରିବ ।”
ବର୍ତମାନ ୫୮୩ଟି ଜୱାହର ନବୋଦୟ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ପ୍ରୋଗ୍ରାମ କାର୍ଯ୍ୟକରୁଛି ଏବଂ ଏପର୍ଯ୍ୟନ୍ତ ୪.୩୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏଥିରୁ ଲାଭାନ୍ୱିତ ହୋଇଛନ୍ତି । ସାମସଙ୍ଗ ଷ୍ଟାର ସ୍କଲାର ପ୍ରୋଗ୍ରାମ ବିଷୟରେ ଅଧିକ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ସାମସଙ୍ଗର http://www.samsung.com/in/microsite/sapne-hue-bade/star-scholar ୱେବସାଇଟକୁ ଯାଇ ଦେଖିପାରିବେ ଓ ନାମାଙ୍କନ ପାଇଁ ଏକ ଆବେଦନ ଡାଉନଲୋଡ଼ କରିପାରିବେ ।
Comments are closed.