ସାମ୍‌ସଙ୍ଗ୍ ପକ୍ଷରୁ ଭାରତରେ ଗ୍ୟାଲାକ୍ସି ଏ୫୧ର ନୂତନ ସଂସ୍କରଣର ଶୁଭାରମ୍ଭ

Share It

ଭୁବନେଶ୍ୱର: ସାମ୍‌ସଙ୍ଗ ପକ୍ଷରୁ ଭାରତରେ ଏହାର ସର୍ବାଧିକ ବିକ୍ରି ହେଉଥିବା ସ୍ମାର୍ଟଫୋନ୍ ଗ୍ୟାଲାକ୍ସି ଏ୫୧ର ନୂତନ ସଂସ୍କରଣର ଶୁଭାରମ୍ଭ କରାଯାଇଛି । ଗ୍ୟାଲାକ୍ସି ଏ୫୧ ଏବେ ୮/୧୨୮ ଜିବି ଭାରିଆଂଟ୍ ମାତ୍ର ୨୭,୯୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ । ଗ୍ୟାଲାକ୍ସି ଏ୫୧ର ଇଂଟର୍‌ନାଲ ଷ୍ଟୋରେଜ୍ ମାଇକ୍ରୋ ଏସ୍‌ଡି କାର୍ଡ ମାଧ୍ୟମରେ ୫୧୨ ଜିବି ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇପାରିବ । ଗ୍ୟାଲାକ୍ସି ଏ୫୧ର ନୂଆ ୮/୧୨୮ ଜିବି ସଂସ୍କରଣ ୩ଟି ଆକର୍ଷଣୀୟ ରଙ୍ଗ ପ୍ରିଜ୍ମ କ୍ରସ୍ ବ୍ଲାକ୍‌, ପ୍ରିଜ୍‌ମ କ୍ରସ୍ ହ୍ୱାଇଟ୍ ଓ ପ୍ରିଜ୍‌ମ କ୍ରସ୍ ବ୍ଲୁରେ ଉପଲବ୍ଧ ହେଉଥିବାବେଳେ ଦେଶର ସମସ୍ତ ରିଟେଲ ଚ୍ୟାନେଲ ଯେପରିକି ଅଫ୍‌ଲାଇନ୍ ରିଟେଲ ଷ୍ଟୋର୍‌, ପ୍ରମୁଖ ଇ-କମର୍ସ ପୋର୍ଟାଲ ଓ ସାମ୍‌ସଙ୍ଗ ଡଟ୍ କମ୍‌ରେ ଉପଲବ୍ଧ । ଗ୍ୟାଲାକ୍ସି ଏ୫୧ରେ ଅତ୍ୟାଧୁନିକ ବୈଶିଷ୍ଟ୍ୟ ଯଥା ଏକ ସ୍ମାର୍ଟର୍ କ୍ୱାଡ୍ କ୍ୟାମେରା, ବାଧାହୀନ ଦୃଶ୍ୟତା ଅଭିଜ୍ଞତା ପ୍ରଦାନ କରୁଥିବା ଏକ ୬.୫ ଇଂଚ୍ ଇନ୍‌ଫିନିଟି-ଓ ସୁପର ଆମୋଲ୍‌ଡ ଡିସ୍‌ପ୍ଲେ ଓ ଏକ ଦୀର୍ଘସ୍ଥାୟୀ ୪୦୦୦ ମେଗାହର୍ଜ ବ୍ୟାଟେରୀ ବିଶିଷ୍ଟ ଅଟେ ।
ଗ୍ୟାଲାକ୍ସି ଏ୫୧ର କ୍ୱାଡ୍ କ୍ୟାମେରା ସେଟ୍ ଅପ୍‌ରେ ଏକ ଉନ୍ନତ ୪୮ ଏମ୍‌ପି ମୁଖ୍ୟ କ୍ୟାମେରା, ନାଇଟ୍ ମୋଡ୍ କ୍ଷମତା ସହିତ ୧୨ ଏମ୍‌ପି ଅଲ୍‌ଟ୍ରା ୱାଇଡ୍ ଲେନ୍ସ, ୫ ଏମ୍‌ପି ମାକ୍ରୋ ଲେନ୍ସ ଓ ଏକ ୫ ଏମ୍‌ପି ଡେପ୍‌ଥ କ୍ୟାମେରା ରହିଛି । ଗ୍ୟାଲାକ୍ସି ଏ୫୧ ଏକ୍ସିନସ୍ ୯୬୧୧ ଚିପ୍‌ସେଟ୍ ଦ୍ୱାରା ପରିଚାଳିତ ଯେଉଁଥିରେ ଏଆଇ ଚାଳିତ ଗେମ୍ ବୁଷ୍ଟର ରହିଛି, ଯାହାକି ଫ୍ରେମ୍ ରେଟ୍ ଓ ଷ୍ଟାବିଲିଟି ଉନ୍ନତ କରିବା ସହ ଆପଣଙ୍କ ପସନ୍ଦର ଗେମ୍ ଖେଳିବା ସମୟରେ ଶକ୍ତି ସଂଚୟ କରିଥାଏ । ଗ୍ୟାଲାକ୍ସି ଏ୫୧ ସହିତ ଉପଭୋକ୍ତାମାନେ ସାମ୍‌ସଙ୍ଗ ପେ’ ପାଇପାରିବେ, ଯାହାକି ତାଙ୍କୁ ନିଜ ଫୋନ୍‌ର ବ୍ୟବହାର କରି ପ୍ରାୟ ସବୁ ସ୍ଥାନରୁ ଅନ୍‌ଲାଇନ୍ ପେମେଂଟ୍ କରିବାକୁ ସକ୍ଷମ କରିଥାଏ । ଗ୍ୟାଲାକ୍ସି ଏ୫୧ ସାମ୍‌ସଙ୍ଗର ଡିଫେନ୍ସ-ଗ୍ରେଡ୍ ସିକ୍ୟୁରିଟି ପ୍ଲାଟ୍‌ଫର୍ମ ସାମ୍‌ସଙ୍ଗ ନକ୍ସ ଦ୍ୱାରା ସୁରକ୍ଷିତ ।
ଗ୍ୟାଲାକ୍ସି ଏ୫୧ର କୁଲ୍ ଓ ଇଂଟେଲିଜେଂଟ୍ ମେକ୍ ଫର୍ ଇଣ୍ଡିଆ ଉଦ୍ଭାବନକୁ ବ୍ୟାପକ ରୂପେ ଗ୍ରହଣ କରାଯାଇଛି । ଏହି ଫିଚର ଗୁଡିକ ଭାରତରେ ଗଭୀର ଉପଭୋକ୍ତା ଅନୁସନ୍ଧାନ ଉପରେ ଆଧାରିତ ଏବଂ ଏଗୁଡିକୁ ଜେନ୍ ଜେଡ୍ ଉପଭୋକ୍ତାଙ୍କୁ ଏକ ଦ୍ରୁତ ଓ ସଂଗଠିତ ଜୀବନ ବଂଚିବାରେ ସହଯୋଗ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହାର ଉପଯୋଗୀ କାର୍ଡସ୍ ଫିଚର ଏସ୍‌ଏମ୍‌ଏସ୍ ଇନ୍‌ବକ୍ସକୁ ବ୍ୟବସ୍ଥିତ କରିଥାଏ । ମଲ୍ଟିଲିଙ୍ଗୁଆଲ ବା ବହୁଭାଷୀ ଟାଇପିଙ୍ଗ୍ ମିଲେନିଆଲ ଓ ଜେନ୍ ଜେଡ୍ ଉପଭୋକ୍ତାଙ୍କୁ ସ୍ଥାନୀୟ ଭାଷାକୁ ବାଧାହୀନ ଭାବେ କଥାବାର୍ତା କରିବାରେ ସାହାଯ୍ୟ କରେ । ଫାଇଣ୍ଡର ଉପଭୋକ୍ତାଙ୍କୁ ଶୀଘ୍ର ଆପ୍ କଂଟେଂଟ୍ ଖୋଜିବାରେ ସାହାଯ୍ୟ କରୁଥିବା ବେଳେ ସ୍ମାର୍ଟ କ୍ରପ୍ ଉପଭୋକ୍ତାଙ୍କୁ ନିଜ ସ୍କ୍ରିନ୍‌ସଟ୍‌ର ଗୁରୁତ୍ୱପୂର୍ଣ୍ଣ ଅଂଶକୁ ସେଭ୍‌, ସେୟାର ଓ ଏଡିଟ୍ କରିବାରେ ସହଯୋଗ କରିଥାଏ ।


Share It

Comments are closed.