ସାମ୍ସଙ୍ଗର ସ୍ୱତନ୍ତ୍ର ଷ୍ଟୋର୍କୁ ‘ସୁରକ୍ଷା’ ପ୍ରମାଣପତ୍ର
ଭୁବନେଶ୍ୱର: ଭାରତର ସର୍ବାଧିକ ବିଶ୍ୱସନୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ, ସାମ୍ସଙ୍ଗ ପକ୍ଷରୁ ଗ୍ରାହକଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଏହାର ସମସ୍ତ ସାମ୍ସଙ୍ଗର ସ୍ୱତନ୍ତ୍ର ଷ୍ଟୋର୍ଗୁଡିକ ‘ସୁରକ୍ଷା’ ପ୍ରମାଣିତ ହୋଇଛନ୍ତି । ଏହି ସୁରକ୍ଷା ପ୍ରମାଣପତ୍ର ଗ୍ରାହକମାନେ ସାମ୍ସଙ୍ଗର ସ୍ୱତନ୍ତ୍ର ଷ୍ଟୋର୍ଗୁଡିକୁ ସେମାନଙ୍କ ପସନ୍ଦର ଗ୍ୟାଲାକ୍ସି ସ୍ମାର୍ଟଫୋନ୍ କିଣିବାକୁ ଆସିବା ସମୟରେ ସେମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବ । ସୁରକ୍ଷା ଷ୍ଟୋର ହେଉଛି ଗ୍ରାହକ ଓ କର୍ମଚାରୀ ମାନଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାଲାଗି ଏକ ଜନସାଧାରଣ ବ୍ୟକ୍ତିଗତ ଅଭିଯାନ ।
ଏସମ୍ପର୍କରେ ସାମ୍ସଙ୍ଗ ଇଣ୍ଡିଆର ମୋବାଇଲ ବିଜ୍ନେସ୍, ବରିଷ୍ଠ ଉପାଧ୍ୟକ୍ଷ, ମୋହନଦୀପ୍ ସିଂହ କହିଛନ୍ତି ଯେ, “ସାମ୍ସଙ୍ଗ ପାଇଁ ଆମେ କରୁଥିବା ସବୁକିଛିର ମୂଳ ହେଉଛନ୍ତି ଗ୍ରାହକ । ତେଣୁ ଦେଶ୍ୟବାପୀ ଥିବା ଆମର ସ୍ୱତନ୍ତ୍ର ଷ୍ଟୋରଗୁଡିକ ଯେପରି ସୁରକ୍ଷା ପ୍ରମାଣିତ ହୋଇପାରିବେ ତାହା ସୁନିଶ୍ଚିତ କରିବା ଲାଗି ଆମେ ଏହି ବିଶାଳ ଅଭିଯାନର ଶୁଭାରମ୍ଭ କରିଛୁ ।”
ଏଥିପାଇଁ ଦେଶବ୍ୟାପି ସମସ୍ତ ସ୍ୱତନ୍ତ୍ର ଷ୍ଟୋର୍ଗୁଡିକର ଷ୍ଟୋର୍ ମ୍ୟାନେଜରମାନେ ନିଜକୁ ସୁରକ୍ଷା ଷ୍ଟୋର୍ ଡଟ୍ କମ୍ରେ ସୁରକ୍ଷା ତାଲିମ୍ ପାଇଁ ପଞ୍ଜୀକୃତ କରାଇଥାନ୍ତି । ତାଲିମ ଶେଷ ହେବା ପରେ ସେମାନେ ସୁରକ୍ଷା ସାର୍ଟିଫିକେଟ୍ ପାଇବା ପାଇଁ ଏକ ମୂଲ୍ୟାଙ୍କନ ପରୀକ୍ଷାର ସମ୍ମୁଖୀନ ହୋଇଥାନ୍ତି । ସମସ୍ତ ସାମ୍ସଙ୍ଗର ସ୍ୱତନ୍ତ୍ର ଷ୍ଟୋରଗୁଡିକ ଗ୍ରାହକ ଓ କର୍ମଚାରୀଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ମାନକଗୁଡିକୁ ଅନୁସରଣ କରୁଛନ୍ତି । ସାମ୍ସଙ୍ଗ ସାମାଜିକ ଦୂରତାକୁ ନିଶ୍ଚିତ କରିବା ଲାଗି ଉଭୟ ଉତ୍ପାଦ ଓ ସେବାର ଡୋର୍ଷ୍ଟେପ୍ ଡେଲିଭରି ସକ୍ଷମ କରିବାକୁ ଏକାଧିକ ପଦକ୍ଷେପ ଗ୍ରହଣ କରିଛି ।
ସାମ୍ସଙ୍ଗ ଏହାର ସମସ୍ତ ସ୍ୱତନ୍ତ୍ର ଷ୍ଟୋର୍ଗୁଡିକୁ ଗ୍ରାହକଙ୍କ ପାଇଁ ଖୋଲିବା ପୂର୍ବରୁ ତାହାକୁ ଭଲ ଭାବେ ସାନିଟାଇଜ୍ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛି । ଷ୍ଟୋର୍ଗୁଡିକରେ ହ୍ୟାଣ୍ଡ ସାନିଟାଇଜର୍ ଉପଲବ୍ଧ କରାଯାଇଥିବା ବେଳେ ସମସ୍ତ ଟଚ୍ ପଏଂଟ୍ ଓ ଷ୍ଟୋର୍ ଗୁଡିକର ପ୍ରବେଶ ଓ ପ୍ରସ୍ଥାନରେ ସାମ୍ସଙ୍ଗ ଏକ୍ସପେରିଏନ୍ସ କନ୍ସଲ୍ଟାଂଟ୍ ମାନଙ୍କ ପାଇଁ ସାନିଟାଇଜର୍ର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ସରକାରଙ୍କ ସାମାଜିକ ଦୂରତା ନିୟମର କଡାକଡିଭାବେ ପାଳନ କରିବା ପାଇଁ ସାମ୍ସଙ୍ଗ ସ୍ୱତନ୍ତ୍ର ଷ୍ଟୋର୍ଗୁଡିକ ଗ୍ରାହକଙ୍କୁ ନିଜ ମଧ୍ୟରେ ସର୍ବନିମ୍ନ ୧.୫ ମିଟର୍ର ଦୂରତା ବଜାୟ ରଖିବାକୁ ପ୍ରୋତ୍ସାହିତ କରୁଛନ୍ତି । ସାମ୍ସଙ୍ଗ ଏକ୍ସପେରିଏନ୍ସ କନ୍ସଲ୍ଟାଂଟ୍ ମାନଙ୍କୁ ସ୍ୱଚ୍ଛତା ଓ ସୁରକ୍ଷା ନିୟମର ପାଳନ କରିବା ପାଇଁ ତାଲିମ ଦିଆଯାଇଛି ।
Comments are closed.