ସାମସଙ୍ଗ ପକ୍ଷରୁ ‘ହ୍ୟାଂଡ ୱାଶ’ ଆପ୍

Share It

ଭୂବନେଶ୍ୱର: ସାମସଙ୍ଗ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ ବାଙ୍ଗାଲୋର (ଏସ୍‌ଆର୍‌ଆଇ-ବି) ୟୁଏକ୍ସ ଏବଂ ୱାଏରେବଲ୍ ଟିମ, ଗ୍ୟାଲେକ୍ସି ୱାଚ ପାଇଁ ଏକ ଭିନ୍ନ ଧରଣର ‘ହ୍ୟାଂଡ ୱାଶ’ ଆପ୍ ବିକଶିତ କରିଛି, ଯାହାକି ବ୍ୟବହାରକାରୀଙ୍କୁ ସେମାନଙ୍କ ହାତର ସ୍ୱଚ୍ଛତା ପାଇଁ ଉତ୍ସାହିତ କରିବ । କାରଣ କୋଭିଡ-୧୯କୁ ପ୍ରତିହତ କରିବାରେ ଏହା ଏକ ପ୍ରମୁଖ ପ୍ରତିରକ୍ଷାମୂଳକ ପଦକ୍ଷେପ ଅଟେ । ଗ୍ୟାଲେକ୍ସି ୱାଚରେ ଥିବା ଏହି ଆପ୍ ବ୍ୟବହାରକାରୀଙ୍କୁ ପର୍ଯ୍ୟାୟକ୍ରମେ ହାତ ଧୋଇବା ସମ୍ପର୍କରେ ମନେ ପକାଇଥାଏ ଏବଂ ଡବ୍ଲୁଏଚଓ ଶୁପାରିଶକୃତ ସର୍ବୋତମ ସ୍ୱଚ୍ଛତା ଅଭ୍ୟାସ ଅନୁଯାୟୀ ପ୍ରତ୍ୟେକ ଧୋଇବା ପୁଙ୍ଖାନୁପୁଙ୍ଖ ଭାବେ ୨୦ସେକେଂଡ ପର୍ଯ୍ୟନ୍ତ ହେବାର ସୁନିଶ୍ଚିତ କରିଥାଏ । ଏହି ଆପ୍‌ଟି ପୂର୍ବରୁ ବ୍ୟବସ୍ଥିତ ରିମାଇଂଡର ସହ ଆସିଥାଏ ଯାହାକୁ ବ୍ୟବହାରକାରୀମାନେ ଆଗକୁ ଯାଇ ସେମାନଙ୍କ ଆବଶ୍ୟକତା ଓ କାର୍ଯ୍ୟସୂଚୀ ଅନୁଯାୟୀ କଷ୍ଟମାଇଜ କରିପାରିବେ ।
ପ୍ରତ୍ୟେକ ଥର ବ୍ୟବହାରକାରୀ ୱାଚ କ୍ରମକୁ ଆରମ୍ଭ କରିବା ସମୟରେ ଏହି ‘ହାଂଡ ୱାଶ’ ଆପ୍ ସମୟକୁ ଟ୍ରାକ କରିଥାଏ ଏବଂ ଧୋଇବା ପର୍ଯ୍ୟାୟର ୨୫ ସେକେଂଡ ପରେ ବ୍ୟବହାରକାରୀଙ୍କୁ ହାପ୍‌ଟିକ ଫିଡ୍‌ବ୍ୟାକ୍ ଯୋଗାଇଥାଏ । ଟ୍ୟାପ୍ ବା ନଳକୁ ଖୋଲିବା ପାଇଁ ଓ ସାବୁନର ପ୍ରୟୋଗ କରିବା ପାଇଁ ପାଂଚ ସେକେଂଡ, ଯେବେକି ସଠିକ ହାତ ଧୋଇବା ପାଇଁ ୨୦ ସେକେଂଡ ରହିଥାଏ । ଯଦି ବ୍ୟବହାରକାରୀ କୌଣସି ନିର୍ଦ୍ଧାରିତ ଧୋଇବାକୁ ଛାଡ଼ିଦିଅନ୍ତି ତେବେ ଏହି ଆପ୍ ସେମାନଙ୍କୁ ଏହା ବିଷୟରେ ସୂଚିତ କରାଇଦେଇଥାଏ । ଗ୍ୟାଲେକ୍ସି ୱାଚ ବ୍ୟବହାରକାରୀମାନେ ଏହି ‘ହାଂଡ ୱାଶ’ ଆପ୍‌କୁ ଗ୍ୟାଲେକ୍ସି ଷ୍ଟୋରରୁ ଡାଉନଲୋଡ଼ କରିପାରିବେ ।


Share It

Comments are closed.