ସାମ୍ସଙ୍ଗ ପକ୍ଷରୁ ନୂତନ ବେକର୍ ସିରିଜ୍ ମାଇକ୍ରୋୱେଭ୍
ଭୁବନେଶ୍ୱର: ଭାରତର ସର୍ବାଧିକ ବିଶ୍ୱସନୀୟ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ, ସାମ୍ସଙ୍ଗ ଆଜି ନୂଆ ବେକର୍ ସିରିଜ୍ ମାଇକ୍ରେୱେଭ୍ର ଶୁଭାରମ୍ଭ କରି ଏହାର କିଚେନ୍ ଆପ୍ଲାଏନ୍ସେସ୍ ରେଞ୍ଜ୍ର ସମ୍ପ୍ରସାରଣ କରିଛି । ଏହି ନୂଆ ମାଇକ୍ରୋୱେଭ୍ ସିରିଜ୍ ଶିଳ୍ପ ପ୍ରଥମ ଫିଚର ଯେପରିକି ଷ୍ଟିମିଙ୍ଗ୍, ଗ୍ରିଲିଙ୍ଗ୍ ଓ ଫ୍ରାଇଙ୍ଗ ସହିତ ପ୍ରୋ-ଲେଭେଲ୍ କନ୍ଭେକ୍ସନ ଫିଚର ସହିତ ଆସୁଛି । ଅତ୍ୟାଧୁନିକ ଟେକ୍ନୋଲୋଜି, ଉନ୍ନତ ଫଙ୍କ୍ସନ ଓ ପ୍ରିମିୟମ ଡିଜାଇନ୍ ଫିଚର ସହିତ ସାମ୍ସଙ୍ଗ ନୂଆ ବେକର୍ ସିରିଜ୍ ଅଧୀନରେ ୫ଟି ମଡେଲ୍ – ଦୁଇଟି ଗ୍ରିଲ୍ ଫ୍ରାଏ ମଡେଲ୍ ଓ ୩ଟି ଷ୍ଟିମ୍ କୁକ୍ ମଡେଲ୍ ଶୁଭାରମ୍ଭ କରାଯାଇଛି- ଯାହାକି ୨୩ ଲିଟର କ୍ଷମତାରେ ଉପଲବ୍ଧ ହେଉଛି । ଏହି ନୂତନ ରେଞ୍ଜ୍ ଫ୍ଲିପ୍କାର୍ଟ, ଆମାଜନ୍ ଓ ସାମ୍ସଙ୍ଗର ଅଫିସିଆଲ ଅନ୍ଲାଇନ୍ ଷ୍ଟୋର୍ ସାମ୍ସଙ୍ଗ ସପ୍ରେ ୧୦,୨୯୦ ଟଙ୍କାରୁ ୧୧,୫୯୦ ଟଙ୍କା ମୂଲ୍ୟ ମଧ୍ୟରେ ଉପଲବ୍ଧ ହେଉଛି । ନୂଆ ୨୦୨୧ ରେଞ୍ଜ୍ର ସାମ୍ସଙ୍ଗ ବେକର୍ ସିରିଜ୍ ମାଇକ୍ରୋୱେଭ୍ଗୁଡିକ କ୍ଲିନ୍ ପିଙ୍କ୍, ପ୍ୟୁର୍ ବ୍ଲାକ୍ ଓ କ୍ଲିନ୍ ଗ୍ରେ କଲର୍ରେ ଆସୁଥିବା ବେଳେ ରୋଷେଇ ଘରର ସୌନ୍ଦର୍ଯ୍ୟକୁ ଏକ ନୂତନ ଓ ଆକର୍ଷଣୀୟ ଲୁକ୍ ପ୍ରଦାନ କରୁଛି ।
ବିଶ୍ୱସ୍ତରୀୟ ଟେକ୍ନୋଲୋଜି ସହିତ ଏହି ହାଲୁକା ଓ ଷ୍ଟାଇଲିସ୍ ଲୁକିଙ୍ଗ ରେଞ୍ଜ୍ରେ କ୍ଲିନ୍ ପିଙ୍କ୍ କଲର୍ର ମଡେଲ୍ଗୁଡିକ ମଧ୍ୟ ସାମିଲ ରହିଛି ଯାହା ନୂଆ ହୋମ୍ ସେଫ୍ମାନଙ୍କୁ ବେକର୍ ସିରିଜ୍ ମାଇକ୍ରେୱେଭ୍ଗୁଡିକରେ ଅତ୍ୟଧିକ ସୁସ୍ୱାଦୁ ଡେଜର୍ଟ, କ୍ରିସ୍ପି, ଅଏଲ୍-ଫ୍ରି ସ୍ନାକ୍ ଓ ଷ୍ଟିମ୍ଡ ଡିଶ୍ ପ୍ରସ୍ତୁତ କରିବାକୁ ସକ୍ଷମ କରୁଛି, ଯାହା ପୂର୍ବରୁ କେବଳ ହାଇ-ଏଣ୍ଡ କନ୍ଭେକ୍ସନ ମାଇକ୍ରୋୱେଭ୍ ମଡେଲ୍ଗୁଡିକରେ ସମ୍ଭବ ହେଉଥିଲା ।
ଏସମ୍ପର୍କରେ ସାମ୍ସଙ୍ଗ ଇଣ୍ଡିଆର ଉପଭୋକ୍ତା ଇଲେକ୍ଟ୍ରୋନିକ୍ସର ଅନ୍ଲାଇନ୍ ବିଜ୍ନେସ୍ ବିଭାଗର ବରିଷ୍ଠ ନିର୍ଦ୍ଦେଶକ, ସନ୍ଦିପ୍ ସିଂହ ଅରୋରା କହିଛନ୍ତି, ” ଘରୁ କାର୍ଯ୍ୟ କରିବା ଓ ପାଠ ପଢିବା ବ୍ୟତୀତ ଆମେ ଲୋକମାନଙ୍କ ମଧ୍ୟରେ ଦେଖିଥିବା ଏକ ନୂଆ ଟ୍ରେଣ୍ଡ ହେଉଛି ଘରେ ବେକିଙ୍ଗ୍ କରିବା ଓ ନୂଆ ନୂଆ ରେସିପି ରାନ୍ଧିବା ପାଇଁ ଚେଷ୍ଟା କରିବା । ଦେଶବ୍ୟାପୀ ଲୋକମାନେ ମୁଖ୍ୟତଃ ଯୁବପିଢି ନିଜର ସେଫ୍ ହ୍ୟାଟ୍ ପିନ୍ଧିଥିଲେ କାରଣ ସେମାନେ ଘରେ ଅଧିକ ସମୟ ବିତାଉଥିଲେ ଓ ସେମାନଙ୍କ ବାହାରେ ଖାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଘରେ ସ୍ୱାସ୍ଥ୍ୟକର ଓ ସୁସ୍ୱାଦୁ ଖାଦ୍ୟ ରାନ୍ଧିବା ପାଇଁ ଉପଭୋକ୍ତାଙ୍କ ଏହି ନୂତନ ଆଗ୍ରହକୁ ଦୃଷ୍ଟିରେ ରଖି ଆମେ ସମସ୍ତ ଏଂଟ୍ରି ଲେଭେଲ୍ ସେଗ୍ମେଂଟ୍ରେ ଶିଳ୍ପ ପ୍ରଥମ ହୋମ୍ ଡେଜର୍ଟ, ଷ୍ଟିମ୍ କୁକ୍ ଓ ଗ୍ରିଲ୍ ଫ୍ରାଏ ଫିଚର ସହିତ ନୂଆ ବେକର୍ ସିରିଜ୍ ମାଇକ୍ରୋୱେଭ୍ଗୁଡିକୁ ଶୁଭାରମ୍ଭ କରିଛୁ ।’
Comments are closed.