ସାମ୍ସଙ୍ଗ ପକ୍ଷରୁ ଭାରତରେ ଗ୍ୟାଲାକ୍ସି ଏ୩୧ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ସର୍ବାଧିକ ବିଶ୍ୱାସନୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାମ୍ସଙ୍ଗ ପକ୍ଷରୁ ଆଜି ଭାରତରେ ଏହାର ୩ୟ ଗ୍ୟାଲାକ୍ସି ଏ ସିରିଜ୍ ସ୍ମାର୍ଟଫୋନ୍ ଗ୍ୟାଲାକ୍ସି ଏ୩୧ର ଶୁଭାରମ୍ଭ କରାଯାଇଛି । ଗ୍ୟାଲାକ୍ସି ଏ୩୧ ହେଉଛି ଭାରତରେ ସବୁଠାରୁ ଶସ୍ତା ୨୦୨୦ ଏ ସିରିଜ୍ ସ୍ମାର୍ଟଫୋନ୍ । ଗ୍ୟାଲାକ୍ସି ଏ୩୧ରେ ଭାରତର ଯୁବ ମିଲେନିଆଲ ଓ ଜେନ୍ ଜେଡ୍ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ୬.୪ ଇଂଚ୍ ସୁପର୍ ଆମୋଲେଡ୍ ଇନ୍ଫିନିଟି ୟୁ ଡିସ୍ପ୍ଲେ, ୪୮ ଏମ୍ପି କ୍ୱାଡ୍କ୍ୟାମେରା, ଶକ୍ତିଶାଳୀ ୫୦୦୦ ଏମ୍ଏଏଚ୍ ବ୍ୟାଟେରୀ ଓ ଆଲାଇଭ୍ ଇଂଟେଲିଜନ୍ସେ ଇନୋଭେସନ୍ସ ଭଳି ଫିଚର ରହିଛି । ଗ୍ୟାଲାକ୍ସି ଏ୩୧ ଏକ ଆକର୍ଷଣୀୟ ମୂଲ୍ୟରେ ସାମ୍ସଙ୍ଗର ବିଶ୍ୱାସ ଓ ଗୁଣବତାର ପ୍ରତିଶ୍ରୁତି ସହ ବଜାରକୁ ଆସିଛି ।
ଏସମ୍ପର୍କରେ ସାମ୍ସଙ୍ଗ ଇଣ୍ଡିଆର ମୋବାଇଲ ବିଜ୍ନେସ୍, ନିର୍ଦ୍ଦେଶକ ଆଦିତ୍ୟ ବବର୍ କହିଛନ୍ତି ଯେ, “ଆମେ ନୂଆ ଆକର୍ଷଣୀୟ ଗ୍ୟାଲାକ୍ସି ଏ୩୧ର ଘୋଷଣା କରି ଖୁବ୍ ଆନନ୍ଦିତ, ଯାହାକି ଏ ସିରିଜ୍ର- ଉନ୍ନତ ସ୍କ୍ରିନ୍, ଅତ୍ୟାଧୁନିକ କ୍ୟାମେରା ଓ ଲଙ୍ଗ୍ ଲାଷ୍ଟିଂ ବ୍ୟାଟେରୀ ଭଳି ଡିଏନ୍ଏକୁ ଏକ ସୁଲଭ ମୂଲ୍ୟରେ ବହନ କରୁଛି ।”
ଗ୍ୟାଲାକ୍ସି ଏ୩୧ରେ ରହିଥିବା ୫୦୦୦ ଏମ୍ଏଏଚ୍ ବ୍ୟାଟେରୀ ଆପଣଙ୍କୁ ୨୨ ଘଟା ପର୍ଯ୍ୟନ୍ତ ଏକ ଭିଡିଓ ପ୍ଲେବ୍ୟାକ୍ ଟାଇମ୍ ପ୍ରଦାନ କରି ଷ୍ଟ୍ରିମ୍, ସେୟାର ଓ ଗେମ୍ ସହିତ ଅନେକ କିଛି କରିବା ପାଇଁ ଅନୁମତି ଦେଇଥାଏ । ଗ୍ୟାଲାକ୍ସି ଏ୩୧ରେ ୫୧୨ ଜିବି ପର୍ଯ୍ୟନ୍ତ ସର୍ବବୃହତ୍ ସଂପ୍ରସାରଣଯୋଗ୍ୟ ଷ୍ଟୋରେଜ୍ କ୍ଷମତା ସହିତ ୧୨୮ଜିବିର ଇଂଟର୍ନାଲ ମେମୋରୀ ରହିଛି, ଯେବେକି ଏକ ଅତ୍ୟାଧୁନିକ ଅକ୍ଟାକୋର୍ ପ୍ରୋସେସର୍, ୬ଜିବି ରାମ୍ ଓ ଏଆଇ ପରିଚାଳିତ ଗେମ୍ ବୁଷ୍ଟର ଟେକ୍ନୋଲୋଜି ରହିଛି । ସେହିଭଳି ଏହି ସ୍ମାର୍ଟଫୋନ ସାମସଙ୍ଗ ନକ୍ସ ଭଳି ଫିଚର ସହିତ ଆସିଛି,ଯାହା ଆପଣଙ୍କ ଫୋନରଡାଟାକୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଥାଏ ।
ଗ୍ୟାଲାକ୍ସି ଏ୩୧ରେ ରହିଥିବା ସାମ୍ସଙ୍ଗ ପେ’ (କେବଳ ଏନ୍ଏଫ୍ସି ମାଧ୍ୟମରେ କାର୍ଡ ପେମେଂଟ୍), ଉପଭୋକ୍ତାଙ୍କୁ ନିଜ ଫୋନ୍ରୁ ପେମେଂଟ୍ କରିବାକୁ ଅନୁମତି ଦେଇଥାଏ । ଗ୍ୟାଲାକ୍ସି ଏ୩୧ ପ୍ରିଜମ୍ କ୍ରସ୍ ବ୍ଲୁ, ବ୍ଲାକ୍ ଓ ହ୍ୱାଇଟ୍ କଲର୍ରେ ରିଟେଲ ଷ୍ଟୋର୍, ସାମ୍ସଙ୍ଗ ଅପେରା ହାଉସ୍, ସାମ୍ସଙ୍ଗ୍ ଡଟ୍ କମ୍ ଓ ପ୍ରମୁଖ ଅନ୍ଲାଇନ୍ ପୋର୍ଟାଲ୍ଗୁଡିକରେ ଉପଲବ୍ଧ ହୋଇଯାଇଛି । ଗ୍ୟାଲାକ୍ସି ଏ୩୧ ୬/୧୨୮ ଜିବି ଭାରିଆଂଟ୍ରେ ୨୧,୯୯୯ ଟଙ୍କାରେ ଉପଲବ୍ଧ ହେଉଛି ।
Comments are closed.