କରୋନାରେ ଆକ୍ରାନ୍ତ ହେଲେ ଅଭିନେତ୍ରୀ ସମୀରା ରେଡ୍ଡୀଙ୍କ ପୂରା ପରିବାର

Share It

ବଲିଉଡ ଅଭିନେତ୍ରୀ ସମୀରା ରେଡ୍ଡୀ ରବିବାର ଦିନ ସୋସିଆଲ ମିଡ଼ିଆରେ କରୋନା ପଜିଟିଭ ହୋଇଥିବା ସୂଚନା ଦେଇଥିଲେ। ତାଙ୍କ ପୋଷ୍ଟ ପରେ ସୋସିଆଲ ମିଡ଼ିଆରେ ଲୋକେ ତାଙ୍କ ସୁସ୍ଥ କାମନା କରି ପ୍ରାର୍ଥନା କରିଥିଲେ। ଚିନ୍ତିତ ପ୍ରଶଂସକ ସମୀରାଙ୍କ ପରିବାର ସମ୍ପର୍କରେ ମଧ୍ୟ ଜାଣିବାକୁ ଚେଷ୍ଟା କରିଥିଲେ। ଅଭିନେତ୍ରୀ କହିଥିଲେ ଯେ ଭଗବାନଙ୍କ କୃପାରୁ ଶାଶୁଙ୍କ ଛଡା ପୁରା ପରିବାର ସଂକ୍ରମିତ। ତାଙ୍କ ସ୍ୱାମୀ ଅକ୍ଷୟ ବର୍ଦେ ଓ ତାଙ୍କ ଦୁଇ ଶିଶୁ ହେଂସ ଓ ନାୟରା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।

ସମୀରା ରେଡ୍ଡୀ ନିଜ ଶିଶୁଙ୍କ ଫଟୋ ସେୟାର କରି ଇନଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି। ସେ ଲେଖିଛନ୍ତି, ଅନେକ ପ୍ରଶଂସକ ହେଂସ ଓ ନାୟରା ସମ୍ପର୍କରେ ପଚାରିଲେ। ଗତ ସପ୍ତାହରେ ହେଂସକୁ ଜ୍ୱର, ପେଟରେ ଯନ୍ତ୍ରଣା, ମୁଣ୍ଡବିନ୍ଧା ହେଉଥିଲା ଓ ସେ ଥକାପଣ ଅନୁଭୂତ କରୁଥିଲା। ୪ ଦିନ ପରେ ତାର କୋଭିଡ ଯାଞ୍ଚ କରାଗଲା ପରେ ରିପୋର୍ଟ ପଜିଟିଭ ଆସିଛି। ନାୟରାର ମଧ୍ୟ କିଛି ଲକ୍ଷଣ ପରିଲକ୍ଷିତ ହୋଇଥିଲା। ସେ ତାକୁ ଔଷଧ ଦେଇଥିଲେ। ଯାଞ୍ଚ ପରେ ସେ ବି ପଜିଟିଭ ଆସିଛି ବୋଲି ସେ କହିଛନ୍ତି।


Share It

Comments are closed.