ତାଲିବାନର କବଜାକୁ ନେଇ ଚିନ୍ତା ପ୍ରକଟ କଲେ ସଲମାନ ଖାନଙ୍କ ଆଫଗାନ ହିରୋଇନ ୱାରିନା ହୁସେନ୍

Share It

ତାଲିବାନ ଶାସନର ଆଗମନ ସହିତ ଆଫଗାନିସ୍ତାନରେ ପରିସ୍ଥିତି ବର୍ତ୍ତମାନ ଭୟଙ୍କର ହୋଇପଡ଼ିଛି । ଦିନକୁ ଦିନ ସେଠାରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ଆଫଗାନିସ୍ତାନରେ ସରକାର ଗଠନ ହେବା ପୂର୍ବରୁ ତାଲିବାନ ନିଜର ରଙ୍ଗ ଦେଖାଇବା ଆରମ୍ଭ କରିଛି । ତାଲିବାନୀମାନେ ସବୁଆଡେ ନିଜର ମନମୁଖୀ କାର୍ଯ୍ୟ କରୁଥିବାର ଦେଖାଯାଉଛି । ଏଥିପାଇଁ ଆଫଗାନବାସୀ କୌଣସି ମତେ ଦେଶ ଛାଡି ଚାଲିଯିବା ପାଇଁ ବ୍ୟାକୁଳ ହୋଇପଡିଛନ୍ତି । ଠିକ୍ ସେହି ସମୟରେ କାବୁଲ ବିମାନବନ୍ଦରରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ସମଗ୍ର ବିଶ୍ୱକୁ ଥରାଇ ଦେଇଥିଲା। ଲୋକମାନେ ଭୟଭୀତ ହୋଇ ନିଜ ଘରେ ବସିଛନ୍ତି । ଏନେଇ ଅଭିନେତ୍ରୀ ୱାରିନା ହୁସେନ୍ ଆଫଗାନ୍ ବାସୀଙ୍କ ପାଇଁ ଚିନ୍ତାରେ ଅଛନ୍ତି ।

ଫିଲ୍ମ ଲଭୟାତ୍ରୀରେ ଡେବ୍ୟୁ କରିଥିବା ଅଭିନେତ୍ରୀ ୱାରିନା ହୁସେନ୍ ମଧ୍ୟ ଆଫଗାନିସ୍ତାନର ଅଟନ୍ତି । ଏହି ପରିସ୍ଥିତିକୁ ନେଇ ଭୟଭୀତ ହୋଇପଡିଛନ୍ତି। ଏହାକୁ ନେଇ ସେ କହିଛନ୍ତି ଯେ ପରିସ୍ଥିତି ପରିସ୍ଥିତି ବର୍ତ୍ତମାନ ସେଠାରେ ଭୟଙ୍କର ଅଛି। ସେ ତାଙ୍କ ସାଙ୍ଗମାନଙ୍କ ବିଷୟରେ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। ସେ କହିଥିଲେ ଯେ, “ଆଫଗାନିସ୍ତାନର ଅବସ୍ଥା ଦେଖି ମୋର ହୃଦୟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି, ମୋର ଅନେକ ବନ୍ଧୁ ସେଠାରେ ରୁହନ୍ତି। ମୁଁ ସେମାନଙ୍କ ପାଇଁ ବହୁତ ଭୟଭୀତ ଅନୁଭବ କରୁଛି। କଣ କରିବି.. କିଛି ବୁଝି ପାରୁ ନାହିଁ । ତାଲିବାନମାନେ କ୍ରମାଗତ ଭାବରେ କହୁଛି ଯେ ସେମାନେ ମହିଳାଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦେବେ ହେଲେ କଣ ତାଙ୍କ ଉପରେ ବିଶ୍ବାସ କରାଯାଇ ପାରିବ । କାହିଁକି ନାଁ କିଛି ଦିନ ପୂର୍ବରୁ ମୋ ସାଙ୍ଗର ଏକ କଲ ଆସିଥିଲା ଏବଂ କହିଥିଲେ କି ତାଙ୍କୁ ସେଠାରେ ଗାଳିଗୁଲଜ କରାଯାଇଥିଲା । ସେ ବ୍ଲୁ ଚାଦରି ପିନ୍ଧିଥିଲେ। ସେ ସମ୍ପୂର୍ଣ୍ଣ ଭାବେ ହିଜାବରେ ଆଚ୍ଛାଦିତ ହୋଇଥିଲେ। ଏପରିକି ନିଶ୍ୱାସ ନେବା ମଧ୍ୟ କେତେ କଷ୍ଟକର। ହେଲେ ତାଲିବାନ ଯାହା କହୁଛନ୍ତି ତାହାର ବିପରୀତ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ୱାରିନା କହିଛନ୍ତି ଯେ କାବୁଲରେ ହୋଇଥିବା ବିସ୍ଫୋରଣ ପରେ ଲୋକମାନେ ଭୟଭୀତ ହୋଇ ଅଛନ୍ତି, ମୋର ସାଙ୍ଗମାନେ ସେଠାରେ ଥିବା ପରିସ୍ଥିତିକୁ ନେଇ ବହୁତ ଭୟଭୀତ ଅଛନ୍ତି। ସମସ୍ତେ ନିଜ ଘରେ ଲୁଚି ବସିଛନ୍ତି, ପରବର୍ତ୍ତୀ ସମୟରେ କ’ଣ ହେବ ଜାଣନ୍ତି ନାହିଁ । ସେମାନଙ୍କ ମଧ୍ୟରୁ ମହିଳାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଛି।

ଯେତେବେଳେ ୱାରିନାଙ୍କୁ ପ୍ରଶ୍ନ କରାଯାଇଥିଲା ଯେତେବେଳେ ମହିଳାମାନେ ଘରୁ ବାହାରକୁ ଯାଉଥିବେ ତ.. ତାଲିବାନକୁ କିପରି ଦେଖନ୍ତି, ସେ ଏହାର ଉତ୍ତର ଦେଇଛନ୍ତି କୁହନ୍ତି କି “ସେମାନଙ୍କ ଜୀବନ ଏବେ ସମାପ୍ତ ହୋଇଯାଇଛି । ସେହି ଝିଆମାନେ ଶିକ୍ଷିତ, ସେମାନେ ଆତ୍ମନିର୍ଭରଶୀଳ ମଧ୍ୟ ଥିଲେ। ଏହା ପୂର୍ବରୁ ମଧ୍ୟ ହିଜାବ ପିନ୍ଧିଥିଲେ କାହିଁକି ନା ଏହା କିଛି ନୂଆ ନୁହେଁ। ମହିଳାମାନେ ଆତ୍ମନିର୍ଭରଶୀଳତା ପାଇଁ ୨୦ ବର୍ଷ ଧରି ନିଜ ଅଧିକାର ପାଇଁ ସଂଗ୍ରାମ କରିଥିଲେ। ତାହା ଏବେ ସମାପ୍ତ ହୋଇଗଲା କାହିଁକି ନା ବର୍ତ୍ତମାନ ସେମାନେ ଦ୍ବିତୀୟ ଶେଣ୍ରୀର ନାଗରିକ ହୋଇଛନ୍ତି ।


Share It

Comments are closed.