ସଲମାନଙ୍କୁ ଧମକପୂର୍ଣ୍ଣ ଚିଠି ପଠାଇଥିବା ବ୍ୟକ୍ତି ଚିହ୍ନଟ, ଲରେନ୍ସ ବିଷ୍ଣୋଇ ସହ ରହିଛି ଖାସ ସଂପର୍କ

Share It

ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ପଠାଇଥିବା ବ୍ୟକ୍ତିଙ୍କୁ ପୋଲିସ ଚିହ୍ନଟ କରିଛି। ଏହି ଚିଠିକୁ ଲରେନ୍ସ ବିଷ୍ଣୋଇର ଖାସ ବିକ୍ରମ ବରାଡ ସଲମାନଙ୍କ ବାପାଙ୍କ ନିକଟକୁ ପଠାଇଛି। ବିକ୍ରମ ବରାଡ ବିରୋଧରେ ଦୁଇ ଡଜନରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି ଏବଂ ସେ ରାଜସ୍ଥାନର ହନୁମାନଗଡର ବାସିନ୍ଦା। କିନ୍ତୁ ବର୍ତ୍ତମାନ ସେ ଦେଶ ବାହାରେ ଅଛି ବୋଲି କୁହାଯାଉଛି। ବିକ୍ରମ ନିଜେ ରାଜସ୍ଥାନର ଜଣେ ଗ୍ୟାଙ୍ଗଷ୍ଟର, ଯାହାର ସମ୍ପର୍କ ଏନକାଉଣ୍ଟର ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଆନନ୍ଦପାଲର ଭାଇ ଅନମୋଲ ସହ ବୋଲି କୁହାଯାଉଛି।

ଗତ ରବିବାର ଦିନ ସଲମାନଙ୍କ ଘରକୁ ଏକ ଧମକପୂର୍ଣ୍ଣ ଚିଠି ଆସିଥିଲା। ଏହି ଚିଠିକୁ ସଲିମ ପାଇଥିଲେ ଯେଉଁଠାରେ ସେ ଜଗିଙ୍ଗ କରନ୍ତି। ଚିଠିରେ ଲେଖାଥିଲା ସଲିମ ଖାନ ଏବଂ ସଲମାନ ଖାନର ସେହିପରି ଅବସ୍ଥା ହେବ ଯେପରି ସିଦ୍ଧୁ ମୁସେୱାଲାଙ୍କର ହୋଇଥିଲା ।

ଏହି ଚିଠି ପାଇବା ପରେ ପୋଲିସ ସଲମାନ ଖାନଙ୍କ ସୁରକ୍ଷାକୁ ବଢାଇ ଦେଲା। ଚିଠି ପାଇବା ମାତ୍ରେ ପ୍ରଥମ ଲରେନ୍ସ ବିଷ୍ଣୋଇର ନାମ ଆସିଲା। କାରଣ ଲରେନ୍ସ ସଲମାନଙ୍କୁ ପୂର୍ବରୁ ମଧ୍ୟ ଧମକ ଦେଇଥିଲା। ୨୦୦୮ ମସିହାରେ, ଯେତେବେଳେ ସଲମାନଙ୍କ ନାମ କଳା ହରିଣ ଶିକାର ମାମଲାରେ ଆସିଥିଲା, ଲରେନ୍ସ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା।

 


Share It

Comments are closed.