ତୁରନ୍ତ କାର୍ଯ୍ୟରେ ଯୋଗ ନ ଦେଲେ ବନ୍ଦ ହେବ ଓଡିଶା କୃଷି ବିଭାଗ ଅଧିକାରୀଙ୍କ ଦରମା

Share It

ଓଡିଶା କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପୁର୍ନବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି , ଯେଉଁଥିରେ ଉଲ୍ଲେଖ କରାଯାଇଛି ବିନା କୌଣସି ବିଳମ୍ବରେ ନୂଆ ନିଯୁକ୍ତି ଏବଂ ଅଧିକାରୀମାନଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ । ପ୍ରମୋସନ ଏବଂ ଟ୍ରାନ୍ସଫର ହୋଇଥିବା କୃଷି ଅଧିକାରୀ ବିନା କୌଣସି ବିଳମ୍ବରେ ସେମାନେ ତୁରନ୍ତ ନିଜ ନିଜର କାର୍ଯ୍ୟରେ ଯୋଗ ଦେବା ପାଇଁ ଓଡିଶା କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ମୁଖ୍ୟ ସଚିବ ଶ୍ରୀ ଅରବିନ୍ଦ ପାଢୀ ନିର୍ଦ୍ଦେଶ ଜାରି କରିଛନ୍ତି ।
ଯଦି ଏପରି ନହେବ ତେବେ ଉତ୍ତମ ଶାସନ ପାଇଁ କୃଷ୍ଟି ବିଭାଗ ପକ୍ଷରୁ ସେମାନଙ୍କର ଦରମା ବନ୍ଦ କରାଯିବା ଲାଗି ନିଷ୍ପତି ନ୍‌ିଆଯିବ । କୌଣସି ବି ପରିସ୍ଥିତରେ କିମ୍ବା କୌଣସି ବାହ୍ୟ ବ୍ୟକ୍ତିଙ୍କ ଚାପରେ କାର୍ଯ୍ୟକାରୀ କରାଯାଇଥିବା ଏହି ସରକାରୀ ନିଷ୍ପତିକୁ ପ୍ରତ୍ୟାହାର କରାଯିବ ନାହିଁ । ଯେଉଁ କୃଷି ଅଧିକାରୀ ୩୧ ଅଗଷ୍ଟ ୨୦୨୫ ସୁଧା କାର୍ଯ୍ୟରେ ଯୋଗ ଦେଇ ନଥିବା ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କର ଦରମା ଆସନ୍ତା ସେପ୍ଟେମ୍ବର ମାସରୁ ବନ୍ଦ ରହିବ ।
ଯଦି କୌଣସି ବାହ୍ୟ ବ୍ୟକ୍ତିଙ୍କ ଦ୍ୱାରା ପଦବୀକୁ ପରିବର୍ତ୍ତନ କରିବା ପାଇଁ ଚାପ ପକାଯାଏ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ନିର୍ଦ୍ଦେଶାଳୟ, କ୍ଷେତ୍ର ପ୍ରତିଷ୍ଠାନର ମୁଖ୍ୟ, ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପାଳନ ଉପରେ ନଜର ରଖିବାକୁ ଏବଂ ସତର୍କ ରହିବାକୁ କୁହାଯାଇଛି।

କାର୍ଯ୍ୟସ୍ଥଳରେ ଅନୁପସ୍ଥିତି ସମ୍ପର୍କରେ ମଧ୍ୟ ବିଭାଗକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତୃଣମୂଳ ସ୍ତରରେ କାର୍ଯ୍ୟାଳୟଗୁଡ଼ିକର ସୁଗମ କାର୍ଯ୍ୟ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ସରକାରଙ୍କ କାର୍ଯ୍ୟରେ କୌଣସି ବିଳମ୍ବକୁ ଏଡାଇବା ଏବଂ ସଂଗଠିତ କାର୍ଯ୍ୟ ଗଠନ ପାଇଁ ଏହି ପଦକ୍ଷେପ ନିଆଯାଇଛି।


Share It

Comments are closed.