କରୋନା ସହ ଲଢେଇରେ ଆମର ଭୂମିକା ଅଧିକରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି: ସାହାରାଶ୍ରୀ ସୁବ୍ରତ ରୟ

Share It

ଭୁବନେଶ୍ୱର: ସାହାରା ଇଣ୍ଡିଆ ପରିବାରର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ସାହାରାଶ୍ରୀ ସୁବ୍ରତ ରୟ ସାହାରା ଆଜି ଏକ ବିବୃତି ଜାରି କରି ସମସ୍ତ ଭାରତୀୟଙ୍କୁ ଆବେଦନ କରି କହିଛନ୍ତି ଯେ, ପୂର୍ବ ତୁଳନାରେ ଏବେ ଆମ ପାଖରେ ଅତ୍ୟନ୍ତ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ଲକ୍‌ଡାଉନ୍‌ର ପ୍ରଥମ ପର୍ଯ୍ୟାୟରେ କେବଳ ୭୦୦ ଲୋକ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ । ତେଣୁ ଆମେ ସମସ୍ତେ ଆଶାବାଦୀ ଥିଲୁଯେ, ଲକ୍‌ଡାଉନ୍ ଶେଷ ବେଳକୁ ଏହି ମହାମାରୀ ନିୟନ୍ତ୍ରଣକୁ ଆସିଯାଇଥିବ, ମାତ୍ର ଲକ୍‌ଡାଉନ୍‌ର ୪ଟି ପର୍ଯ୍ୟାୟ ଶେଷ ହେବା ପରେ ଓ ଅନ୍‌ଲକ୍ ଆରମ୍ଭ ହେବା ପରେ ଏବେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୬ ଲକ୍ଷ ରହିଛି । ଆଉ ଏବେ ଆମ ପାଖରେ ଏକ ଭିନ୍ନ ସ୍ଥିତି ରହିଛି ଯେ, ଆମକୁ କରୋନା ସହିତ ବଂଚିବାକ ହେବ, ତେଣୁ ଆମକୁ ଏହା ସହ ବଂଚିବାର କୌଶଳ ଶିଖିବାକୁ ହେବ । ଲକ୍‌ଡାଉନ୍ ଆରମ୍ଭ ହେବା ଓ ଲକ୍‌ଡାଉନ୍ ଖୋଲିବା- ଏହି ଦୁଇଟି ପରିସ୍ଥିତି ମଧ୍ୟରେ ବହୁତ କିଛି ଘଟିଯାଇଛି । ଲକ୍‌ଡାଉନ୍ ଆରମ୍ଭରେ ଫ୍ରଂଟ୍‌ଲାଇନ୍ ଯୋଦ୍ଧା ଯେପରିକି ସରକାରୀ ଅଧିକାରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୁଲିସ୍ କର୍ମଚାରୀ ଆଦି ସମ୍ପୂର୍ଣ୍ଣ ଉତ୍ସାହର ସହ କାମ କରୁଥିଲେ ଓ କରୋନାକୁ ଖୁବ୍‌ଶୀଘ୍ର ପରାଜିତ କରାଯିବ ବୋଲି ଆଶାବାଦୀ ଥିଲେ । କିନ୍ତୁ ଏହି ଉତ୍ସାହ ଏବେ ଧିରେ ଧିରେ ମଉଳିବାରେ ଲାଗୀଉୀ । ପ୍ରତିଦିନ କରୋନା ସଂକ୍ରମଣର ଭୟାବହ ରୂପ ଦେଖିବାକୁ ମିଳୁଛି । ପରିସ୍ଥିତି ଜଟିଳ ରହିଛି । ଲୋକେ ଏବେ ଲକ୍‌ଡାଉନ୍‌କୁ ନେଇ ହୋଇଥିବା ନିଷ୍ପତିକୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ପ୍ରତିଦିନ ୨୦,୦୦୦ ପାଖାପାଖି ସଂକ୍ରମଣ ମାମଲା ସାମ୍‌ନାକୁ ଆସୁଥିବା ବେଳେ ଲକ୍‌ଡାଉନ୍ ଗାଇଡ୍‌ଲାଇନ୍‌କୁ କୋହଳ କରାଯାଉଛି । ବଜାର, ମଲ୍ ଓ ଧାର୍ମିକ ଅନୁଷ୍ଠାନଗୁଡିକୁ ଖୋଲାଯାଉଛି, ଯେଉଁଠାରେ ଜନଗହଳି ହେବା ନିଶ୍ଚିତ ଓ ସାମାଜିକ ଦୂରତା ନିୟମର ପାଳନ ଏଠାରେ ଏକପ୍ରକାର ଅସମ୍ଭବ କାର୍ଯ୍ୟ । କିନ୍ତୁ ବର୍ତମାନ ସ୍ଥିତିରେ କରୋନାର ଦ୍ରୁତ ସଂକ୍ରମଣ ଭିତରେ ମଧ୍ୟ ଆମକୁ ସମସ୍ତ ଆର୍ଥିକ ଓ ସାମାଜିକ ଗତିବିଧି ଜାରି ରଖିବାକୁ ହେବ । ନହେଲେ ଲକ୍ଷ ଲକ୍ଷ ଲୋକ ଗମ୍ଭୀର ବେକାରି ସମସ୍ୟା ଓ ଅନାହାର ମଧ୍ୟକୁ ଠେଲି ହୋଇପଡିବେ ଓ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିବ ।
ଏବେ ଆମ ପାଖରେ ଦୁଇଟି ସ୍ପଷ୍ଟ ପରିସ୍ଥିତି ରହିଛି । ପ୍ରଥମଟି ହେଲା ସରକାର ଓ ସ୍ୱାସ୍ଥ୍ୟସେବାଗୁଡିକର ନିଜର ସୀମା ରହିଛି । ସ୍ୱାସ୍ଥ୍ୟ ସଂଗଠନଗୁଡିକ ଆମକୁ ଏକ ନିର୍ଦ୍ଧିଷ୍ଟ ସୀମା ଯାଏ ସାହାଯ୍ୟ କରିପାରିବେ । ଏବଂ ୨ୟଟି ହେଲା କରୋନାର ଦ୍ରୁତ ସଂକ୍‌ମଣରେ ଦିନକୁ ଦିନ ବଢିଚାଲିବା । ତେଣୁ ଏବେ ଆମକୁ ଆମ ନିଜ ଉପରେ ଅଧିକ ନିର୍ଭର କରିବାକୁ ପଡିବ । ଆମକୁ ନିଜେ କରୋନା ମହାମାରୀ ବିରୋଧରେ ଲଢିବା ପାଇଁ ପ୍ରସ୍ତୁତ ହେବାକୁ ପଡିବ । ଆମକୁ ଏବେ ଅଧିକ ସତର୍କ ହେବାକୁ ପଡିବ । ଲକ୍‌ଡାଉନ୍ ବେଳେ ଆମେ ମାନୁଇôବା ବ୍ୟକ୍ତିଗତ ସୁରକ୍ଷା ନିୟମଗୁଡିକୁ ଏବେ ଆହୁରି କଡାକଡି ଭାବେ ପାଳନ କରିବାକୁ ହେବ । ଆଗକୁ ସରକାର ଓ ସ୍ୱାସ୍ଥ୍ୟସେବା ସଂଗଠନଗୁଡିକର ଭୂମିକା କମ୍ ଗୁରୁତ୍ୱପୂର୍ଣ୍ଣ ରହିବ ଏବଂ ବ୍ୟକ୍ତିଗତ ଭୂମିକା ଅର୍ଥାତ୍ ମୋର ଓ ଆପଣଙ୍କର ଭୂମିକା ଅଧିକରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ । ଆମକୁ ଆମ ନିଜକୁ ସୁରକ୍ଷା ଦେବା ସହିତ ଆମ ପରିବାର ସଦସ୍ୟ ଓ ଆମ ଆଖପାଖର ଲୋକଙ୍କୁ ସୁରକ୍ଷିତ ରଖିବାକୁ ହେବ । ମହାମାରୀ ପୂର୍ବର ସ୍ୱଭାବିକତା ଏବେ ଏତେ ଶୀଘ୍ର ଆମକୁ ଜୀବନକୁ ଫେରିବ ନାହିଁ କାରଣ ଆମକୁ କରୋନା ସହ ଲମ୍ବା ଲଢେଇ ଲଢିବାର ଅଛି । ଆମକୁ ଏହା କଷ୍ଟ ସହିତ ବଂଚିବାର ଅଭ୍ୟାସ କରିବାକୁ ପଡିବ । ସବୁବେଳେ ସକାରାତ୍ମକ ଚିନ୍ତାଧାରା ରଖିବାକୁ ହେବ । ଲକ୍‌ଡାଉନ୍ କୋହଳ ହେବା ସହ ଆମର ଦାୟିତ୍ୱ ବଢିଛି । ତେଣୁ ନିଜର ଓ ନିଜ ପରିବାରର ସୁରକ୍ଷା ପାଇଁ କରୋନାକୁ ପରାଜିତ କରିବାର ସଙ୍କଳ୍ପକୁ ସବୁବେଳେ ସୁଦୃଢ ରଖନ୍ତୁ । ମୁଁ ଦୃଢ ନିଶ୍ଚିତ ଯେ, କରୋନା ଦିନେ ନା ଦିନେ ପରାଜିତ ହେବ ।


Share It

Comments are closed.