ଖରାଦିନେ ସୁଇମିଂ ପୁଲ ବ୍ୟବହାର କରୁଥିଲେ ପାଳନ କରନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ
ଖରାଦିନେ ସମସ୍ତଙ୍କୁ ଥଣ୍ଡା ପାଣିରେ ଗାଧେଇବାକୁ ଭଲ ଲାଗେ ଏବଂ ସୁଇମିଂ ପୁଲ ବ୍ୟବହାର କରିବା ପାଇଁ ଖରାଦିନ ଉଚିତ ସମୟ ଅଟେ । କିନ୍ତୁ ସୁଇମିଂ ପୁଲରେ କ୍ଲୋରିନ ଥିବାରୁ ତାହା ଆପଣଙ୍କ ତ୍ୱଚାରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଆପଣ ଯଦି ସୁଇମିଂ ପୁଲ ଯାଉଛନ୍ତି ତେବେ ଆପଣାନ୍ତୁ କିଛି ଟିପ୍ସ । ଏହା ଦ୍ୱାରା ଆପଣ ନିଜ ତ୍ୱଚାର ଯତ୍ନ ନେବା ସହିତ ପୁଲ ବ୍ୟବହାରର ନିୟମକୁ ଜାଣିପାରିବେ ।
୧. ସନ ବ୍ଲକ କିମ୍ବା ସନ ସ୍କ୍ରିନ ଭଲଭାବେ ମୁହଁ, ହାତ ଏବଂ ଗୋଡରେ ଲଗାଇନିଅନ୍ତୁ । ଏହା ତ୍ୱଚାକୁ ମଶ୍ଚରାଇଜ କରିବା ସହିତ ତ୍ୱଚାକୁ ସନ ଟ୍ୟାନରୁ ରକ୍ଷା କରିଥାଏ ।
୨. ପୁଲକୁ ଯିବା ପୂର୍ବରୁ କିଛି ଖାଦ୍ୟ ଖାଆନ୍ତୁ ନାହିଁ । ସୁଇମିଂ ପୁଲ ପାଣିରେ କ୍ଲୋରିନ ଥିବାରୁ ଯଦି ଆପଣଙ୍କ ପେଟକୁ କ୍ଲୋରିନ ଚାଲିଯାଏ ତେବେ ଆପଣଙ୍କ ପେଟ ଖରାପ ହେବାର ସମ୍ଭାବନା ଥାଏ ।
୩. ଥରେ ପୁଲରେ ଯିବା ପୂର୍ବରୁ ଭଲଭାବେ ଗାଧେଇ ନିଅନ୍ତୁ । ଗାଧେଇବା ଦ୍ୱାରା ଶରୀର ସ୍ୱଚ୍ଛ ଏବଂ ପରିସ୍କାର ରହିଥାଏ ଏବଂ କ୍ଲୋରିନ ପାଣି ଶରୀରରେ ବେଶି କ୍ଷତି କରିନଥାଏ ।
୪. ଶରୀରକୁ ଶୁଷ୍କତା ଏବଂ ଟ୍ୟାନରୁ ରକ୍ଷା କରିବା ପାଇଁ ମଶ୍ଚରାଇଜରର ବ୍ୟବହାର ନିଶ୍ଚିନ୍ତ ଭାବେ କରନ୍ତୁ ।
୫. ସୁଇମିଂ ପୁଲରୁ ଆସିବା ପରେ ବହୁତ ଭୋକ ଲାଗିଥାଏ । ତେଣୁ ସୁଇମିଂ ପୁଲରୁ ଆସିବା ପରେ ପ୍ରଥମେ ଖାଦ୍ୟ ନଖାଇ ପ୍ରଥମେ ଭଲଭାବେ ପାଣି ପିଅନ୍ତୁ । ଏହା ପରେ ଖାଦ୍ୟ ଖାଆନ୍ତୁ ।
୬. ଯଦି ଆପଣଙ୍କ ଶରୀରରେ କୌଣସି ସଂକ୍ରମଣ ଥାଏ ତେବେ ଆପଣ ଭୁଲରେ ବି ସୁଇମିଂ ପୁଲର ବ୍ୟବାହର କରନ୍ତୁ ନାହିଁ । ଏହା ଆପଣଙ୍କ ତ୍ୱଚାରେ ଅଧିକ ସଂକ୍ରମଣ ହୋଇଥାଏ ଏବଂ ଅଧିକ ସମସ୍ୟା ଦେଖାଯାଇଥାଏ ।
୭. ଆପଣ ଡାଇଭ ମାରିବାକୁ ଯାଉଥିଲେ ପ୍ରଥମେ ପାଣିର ଗଭୀରତା ଏବଂ ପୁଲକୁ ଭଲଭାବେ ଦେଖିନିଅନ୍ତୁ ।
୮. ଆଲୋକହଲ କିମ୍ବା କୌଣସି ନିଶାଦ୍ରବ୍ୟର ସେବନ ପରେ ସୁଇମିଂ ପୁଲର ବ୍ୟବହାର କରନ୍ତୁ ନାହିଁ ।
୯. ପୁଲ ଭିତରେ ଦୌଡିବାକୁ ଚେଷ୍ଟା କରନ୍ତୁ ନାହିଁ । ଧିରେ ଧିରେ ପୁଲ ଭିତରକୁ ଯାଆନ୍ତୁ ଏବଂ ବାହାରକୁ ଆସନ୍ତୁ ।
୧୦. ଛୋଟ ପିଲା ଏବଂ ବୟସ୍କ ଲୋକେ ସୁଇମିଂ ପୁଲର ବ୍ୟବହାର କରୁଥିଲେ ଭଲଭାବେ ନିୟମର ବୋର୍ଡ ପଢିନିଅନ୍ତୁ ଏବଂ ପରେ ସତର୍କତା ଅବଲମ୍ବନ କରି ପୁଲକୁ ଯାଆନ୍ତୁ ।
Comments are closed.