ନେକ୍ସସ୍ ମଲ୍ସ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏସ୍‌ପ୍ଲାନେଡ୍ ୱାନ୍‌ରେ ଆରମ୍ଭ ହେବ ‘ସେଫ୍ଟି ଫାଷ୍ଟ୍‌’ କାର୍ଯ୍ୟକ୍ରମ

Share It

ଭୁବନେଶ୍ୱର : ନେକ୍ସସ୍ ମଲ୍ସ ପକ୍ଷରୁ ଏହାର ‘ସେଫ୍ଟି ଫାଷ୍ଟ୍‌’ କାର୍ଯ୍ୟକ୍ରମ ବା ଅଭିଯାନ ପାଇଁ ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ପ୍ରମାଣୀକରଣ ସଂସ୍ଥା ବ୍ୟୁରୋ ଭେରିଟାସ୍ ସହ ସହଭାଗିତା କରାଯାଇଛି । ଏହି ସେଫ୍ଟି ଫାଷ୍ଟ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଡବ୍ଲ୍ୟୁଏଚ୍‌ଓ ଓ ସ୍ଥାନୀୟ ପ୍ରଶାସନର ସ୍ୱାସ୍ଥ୍ୟ ଓ ସୁରକ୍ଷା ପରାମର୍ଶଗୁଡିକର ସର୍ବୋଚ୍ଚ ମାନକକୁ ବିନା ବାଧାରେ ଅନୁପାଳନ କରିବା । ଭାରତରେ ନେକ୍ସଲ ମଲ୍ସ୍ ପ୍ରଥମ ମଲ୍ ଡେଭ୍‌ଲପର୍ ଭାବେ ୧୪୦ଟି ଦେଶରେ କାର୍ଯ୍ୟ କରୁଥିବା ଏବଂ ୧୯୦ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ଏକ ଆନ୍ତର୍ଜାତୀୟ ପରୀକ୍ଷଣ, ଯାଂଚ ଓ ପ୍ରମାଣୀକରଣ ସଂସ୍ଥାଠାରୁ ଏକ ତୃତୀୟ ପକ୍ଷ ଆଶ୍ୱସନା ପ୍ରଦାନ ସୁନିଶ୍ଚିତ କରିଛି । ଓଡିଶାରେ ପ୍ରଥମ ମଲ୍ ଭାବେ ବ୍ୟୁରୋ ଭେରିଟାସ ସହ ସହଭାଗିତା କରିଥିବା ନେକ୍ସସ ମଲ୍‌ସର ଏକ ଅଂଶବିଶେଷ ଏସ୍‌ପ୍ଲାନେଡ୍ ୱାନ୍ ଏହି ସେଫ୍ଟି ଫାଷ୍ଟ୍ କାର୍ଯ୍ୟକ୍ରମ ଆରମ୍ଭ କରି ଗ୍ରାହକଙ୍କୁ ଏକ ସୁରକ୍ଷିତ ସପିଙ୍ଗ ଅଭିଜ୍ଞତା ଓ ଉଚ୍ଚ ଗୁଣମାନର ଆଶ୍ୱାସନା ପ୍ରଦାନ କରିବ ।
ନେକ୍ସସ୍ ମଲ୍ସର ପୋର୍ଟଫୋଲିଓଗୁଡିକରେ ସ୍ୱଚ୍ଛତା ଓ ସାନିଟାଇଜେସନ୍‌ର ସର୍ବୋଚ୍ଚ ସ୍ତରକୁ ସୁନିଶ୍ଚିତ କରିବା ଲାଗି ସେଫ୍ଟି ଫାଷ୍ଟ୍ କାର୍ଯ୍ୟକ୍ରମ/ଅଭିଯାନ କଠୋର ଏସ୍‌ଓପିଗୁଡିକର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା, ଯାହାକୁ କୋଭିଡ୍‌-୧୯ ପରେ ‘ନୁଆ ନର୍ମାଲ୍‌’ରେ ମଲ୍‌ଗୁଡିକୁ ପୁନର୍ବାର ଖୋଲିବା ପାଇଁ ଡବ୍ଲ୍ୟୁଏଚ୍‌ତ୍ତ୍ୱ/ ଦ ସପିଙ୍ଗ୍ ସେଂଟର୍ସ ଆସୋସିଏଶନ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିଲା । ବ୍ୟୁରୋ ଭେରିଟାସ୍ ସ୍ୱଚ୍ଛତା ସୁନିଶ୍ଚିତ କରିବା ଲାଗି ନିୟମ ଓ ମାନକଗୁଡିକର ସବିଶେଷ ତଥ, ଡିସ୍‌ଇନ୍‌ଫେକ୍ସନ ସୁବିଧା ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ବର୍ତମାନ ନେକ୍ସସ ମଲ୍ସ ପୋର୍ଟଫୋଲିଓ ଅଧୀନରେ ଥିବା ସମସ୍ତ ୯ଟି ମଲ୍‌ର ପରିଚାଳନା ପ୍ରକ୍ରିୟାର ଯାଂଚ ଓ ନିଶ୍ଚିତ କରିବ ।
ଏହି ସେଫ୍ଟି ଫାଷ୍ଟ୍ କାର୍ଯ୍ୟକ୍ରମ ସମ୍ପର୍କରେ ନେକ୍ସସ ମଲ୍ସର ସିଇଓ ଦାଲିପ୍ ସେହଗଲ କହିଛନ୍ତି ଯେ, ଗତ ତିନି ବର୍ଷ ମଧ୍ୟରେ ଆମେ ଆମର ମଲ୍‌ଗୁଡିକରେ ଯାହା ସବୁ କରିଛୁ ତାହାର କେନ୍ଦ୍ରରେ ହିଁ ସବୁ ଖୁସି ରହିଛି । ନୂଆ ନର୍ମାଲ୍‌ରେ ଆମ ମଲ୍‌କୁ ଆସିବାକୁ ଥିବା ହଜାର ହଜାର ଲୋକଙ୍କ ପାଇଁ ଖୁସିର ଅର୍ଥ ହେବ ‘ସେଫ୍ଟି ଫାଷ୍ଟ୍‌’ ବା ସୁରକ୍ଷଶ ପ୍ରଥମ ଏବଂ ଏହି କାର୍ଯ୍ୟକ୍ରମ ଅଧୀନରେ ଆମେ ଆମର ସମସ୍ତ ଗ୍ରାହକ, ବ୍ୟବସାୟୀ ଓ କର୍ମଚାରୀଙ୍କୁ ନେକ୍ସସ ମଲ୍ସ ପୋର୍ଟଫୋଲିଓ ଅଧୀନରେ ଥିବା ମଲ୍‌ଗୁଡିକର ପରିସରକୁ ଯେପରି ଭଲ ଭାବେ ସ୍ୱାଗତ କରାଯିବ ତାହା ସୁନିଶ୍ଚିତ କରିବୁ । ଏହି ମଲ୍‌ଗୁଡିକ ସ୍ଥାନୀୟ ପ୍ରଶାସନର ପରାମର୍ଶ ଅନୁଯାୟୀ ସମସ୍ତ ସୁରକ୍ଷା ମାନକର ପାଳନ କରୁଛନ୍ତି । ବ୍ୟୁରୋ ଭେରିଟାସ ସହ ଆମର ସହଭାଗିତା ଏ ଆନ୍ତର୍ଜାତୀୟ ସଂଗଠନର ଆଶ୍ୱାସନା ପାଇଁ, ଯାହାକି ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ଓ ସୁରକ୍ଷା ନିୟମର ପ୍ରମାଣୀକରଣ କରିବାରେ ଦଶନ୍ଧି ଦଶନ୍ଧିର ଅଭିଜ୍ଞତା ରଖିଛି ।
ଏହି ଅବସରରେ ବ୍ୟୁରୋ ଭେରିଟାସ୍‌ର ସାଉଥ୍ ଏସିଆ ରିଜନ୍‌ର ବରିଷ୍ଠ ଉପାଧ୍ୟକ୍ଷ ଅମିତ ଘୋଷ କହିଛନ୍ତି, ଆମେ ନେକ୍ସସ ମଲ୍ସ ସହ ସେମାନଙ୍କର ‘ସେଫ୍ଟି ଫାଷ୍ଟ୍‌’ ଅଭିଯାନ ପାଇଁ ସହଭାଗିତା କରି ଖୁବ୍ ଆନନ୍ଦିତ । ବ୍ୟୁରୋ ଭେରିଟାସ୍‌ରେ ଆମେ ଏକ ସୁରକ୍ଷିତ କାର୍ଯ୍ୟସ୍ଥଳୀ ସୁନିଶ୍ଚିତ କରିବା ନେଇ ସେମାନଙ୍କ ଉଦ୍ଦେଶ୍ୟରେ ସହଯୋଗ କରିବା ପାଇଁ ଆମର ଗ୍ରାହକଙ୍କ ସହ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛୁ । ବିଶ୍ୱରେ ପ୍ରମୁଖ ସଂସ୍ଥାଗୁଡିକର ପ୍ରମାଣୀକରଣ ଓ ଦଶନ୍ଧିରୁ ଅଧିକ ସମୟ ହେବ କାର୍ଯ୍ୟ କରିବାର କ୍ଷମତା ସହିତ ବ୍ୟୁରୋ ଭେରିଟାସ୍ ଏହାର ଗ୍ରାହକଙ୍କୁ ଏହି ଆଶ୍ୱସନା ଦେବାରେ ସ୍ୱତନ୍ତ୍ର ଭାବେ ଯୋଗ୍ୟ ଅଟେ ସେ ସେମାନଙ୍କର ଫ୍ୟାସିଲିଟିଗୁଡିକରେ ପର୍ଯ୍ୟାପ୍ତ ସୁରକ୍ଷା ଓ ସ୍ୱଚ୍ଛତା ମାନକଗୁଡିକୁ ଗ୍ରହଣ କରାଯିବା ସହ କାର୍ଯ୍ୟକାରୀ କରାଯାଉଛି । ଆମେ ନେକ୍ସସ୍ ମଲ୍ସ ସହିତ ଏହାର ସେଫ୍ଟି ଫାଷ୍ଟ୍ କାର୍ଯ୍ୟକ୍ରମ ପାଇଁ ସହବନ୍ଧିତ ହୋଇ ଖୁବ୍ ଗର୍ବିତ କାରଣ ଏହା ନିଜ ଗ୍ରାହକଙ୍କୁ ନିଜର ଫ୍ୟାସିଲିଟିଗୁଡିକୁ ସୁରକ୍ଷିତ ଉପାୟରେ ରିଟେଲ୍ ସପିଙ୍ଗ ଅଭିଜ୍ଞତାର ଆନନ୍ଦ ଉଠାଇବା ପାଇଁ ସ୍ୱାଗତ କରିବା ଲାଗି ଲକ୍ଷ୍ୟ ରଖିଛି ।


Share It

Comments are closed.