ସୁଶାନ୍ତଙ୍କ ବାୟୋପିକରେ ନଜର ଆସିବେ ତାଙ୍କର ହମସକଲ ସଚିନ ତିୱାରୀ

Share It

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ତାଙ୍କ ଜୀବନରୁ ପ୍ରେରିତ ହୋଇ ଫିଲ୍ମ ତିଆରି ହେଉଛି ।  ଫୀମ ‘ସୁଇସାଇଡ଼ ନା ମର୍ଡର’ରେ ଟିକଟକ ଷ୍ଟାର ସଚିନ ତିୱାରୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଟିକଟକରେ ଡୁପ୍ଲିକେଟ ସୁଶାନ୍ତଙ୍କ ନାଁରେ ଲୋକପ୍ରିୟ ହୋଇଥିବା ସଚିନ ତିୱାରୀ ଏହି ଫିଲ୍ମରେ ସୁଶାନ୍ତଙ୍କ ଚରିତ୍ରରେ ଅଭିନୟ କରିବେ । ବିଜୟ ଶେଖର ଗୁପ୍ତାଙ୍କ ପ୍ରଡକ୍ସନ ହାଉସରୁ ସଚିନ ତିୱାରୀଙ୍କୁ ଏହି ଫିଲ୍ମ ପାଇଁ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଅଫର ମିଳିଛି । ସୂଚନାଯୋଗ୍ୟ ଯେ ଫିଲ୍ମର ସୁଟିଙ୍ଗ ସେପ୍ଟେମ୍ବର ମାସରେ ଆରମ୍ଭ ହେବ । ଫିଲ୍ମ ସୁଟିଙ୍ଗ ମୁମ୍ବାଇ ଓ ପଞ୍ଜାବରେ ହେବ । ଫିଲ୍ମ ସୁଟିଙ୍ଗ ସମ୍ପୂର୍ଣ ହୋଇଗଲେ ଚଳିତ ବର୍ଷ ଖ୍ରୀଷ୍ଟମାସରେ ଫିଲ୍ମ ରିଲିଜ କରାଯାଇପାରେ । ଫିଲ୍ମର ଫାଷ୍ଟ ଲୁକ ରିଲିଜ ହୋଇଛି । ପ୍ରଡକ୍ସନ ହାଉସ ଜାରି କରିଥିବା ଫଟୋରେ ସଚିନ ତିୱାରୀଙ୍କୁ ଦେଖାଯାଇପାରିବ । ଫଟୋରେ ସଚିନ ତିୱାରୀଙ୍କୁ ଇଣ୍ଡଷ୍ଟ୍ରିରେ ପରିଚିତ କରାଇ ଆଉଟସାଇଡ଼ର ଲେଖାଯାଇଛି । ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ଲଗାତାର ଆରୋପ ଲଗାଯାଉଛି ଯେ ସୁଶାନ୍ତ ସିଂହ ଆଉଟସାଇଡ଼ର ଥିଲେ ସେଥିପାଇଁ ତାଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିରେ ଲଗାତାର ଟାର୍ଗେଟ କରାଯାଉଥିଲେ । ଦକ୍ଷତା ଥିଲେ ମଧ୍ୟ ତାଙ୍କୁ ଅଣଦେଖା କରାଯାଉଥିଲା ।

ସୁଶାନ୍ତ ସିଂହ ରାଜପୁତ ଜୁନ ୧୪ ତାରିଖରେ ମୁମ୍ବାଇ ସ୍ଥିତ ନିଜ ଫ୍ଲାଟରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ସେ ଏହିଭଳି ପଦକ୍ଷେପ କାହିଁକି ନେଲେ ସେ ପ୍ରଶ୍ନ ଏବେ ମଧ୍ୟ ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି । ତାଙ୍କ ମୃତ୍ୟୁର ଅସଲ କାରଣ ଏବେ ସୁଦ୍ଧା ଜଣାପଡିନାହିଁ । ମୁମ୍ବାଇ ପୋଲିସ ସବୁ କୋଣରୁ ଏହି ହାଇ ପ୍ରୋଫାଇଲ ମାମଲାର ତଦନ୍ତ କରୁଛି ।


Share It

Comments are closed.