“ଜଙ୍ଗଲ ଥିଲା ଆମ ପାଇଁ ସ୍ୱର୍ଗ, ନର୍କରେ ଆଣି ଛାଡିଲା ପୋଲିସ” କିଛି ଏଭଳି କହିଲେ ଋଷ ମହିଳା
କର୍ଣ୍ଣାଟକର ଗୋକର୍ଣ୍ଣ ନିକଟସ୍ଥ ଜଙ୍ଗଲର ଏକ ଜଙ୍ଗଲ ଗୁମ୍ଫାର ଜଣେ ଋଷୀୟ ମହିଳା ନିଜର ଦୁଇ ଛୋଟ ପିଲା ରହୁଥିବାର ଠାବ ମିଳିଥିଲା । ମହିଳାଙ୍କ ନାମ ନୀନା କୁଟୀନା ଅଟେ । ନୀନା କହିଛନ୍ତି ଯେ, ତାଙ୍କ ଜୀବନ ଶାନ୍ତିପୂର୍ଣ୍ଣ, କଳାତ୍ମକ ଏବଂ ଆତ୍ମନିର୍ଭର ଥିଲା । ନୀନାଙ୍କ ଭିସା ଅବଦ୍ଧି ୨୦୧୭ରେ ସମାପ୍ତ ହୋଇଯାଇଥିଲା । ତାଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ କିନ୍ତୁ ସେ ଯିବା ପାଇଁ ପ୍ରସ୍ତୁତ ନାହାନ୍ତି । ନୀନା କହିଛନ୍ତି ଯେ, “ସେ ତାଙ୍କ ଝିଅ ପ୍ରକୃତର କୋଳରେ ଅତ୍ୟନ୍ତ ଖୁସି ଅଛନ୍ତି । ତାଙ୍କୁ ଜୋର ଜବରଦସ୍ତି ସେଠାରୁ ଆଣାଯାଇ ଡେଫୋର୍ଡ କରାଯାଉଛି ।”
କର୍ଣ୍ଣାଟକ ଗୁମ୍ଫାରୁ ଉଦ୍ଧାର କରାଯାଇଥିବା ରଷୀୟ ମହିଳା ନୀନାଙ୍କର ଦୁଇଟି କନ୍ୟା ସନ୍ତାନ ଅଛନ୍ତି ଯାହାଙ୍କର ନାମ ହେଉଛି ପ୍ରିୟା (୬ ବର୍ଷ) ଏବଂ ଅମା(୪ ବର୍ଷ) । ୧୧ ଜୁଲାଇ ଇତ୍ତର କନ୍ନଡ ଜିଲ୍ଲାସ୍ଥିତ କୁମଟା ତାଲୁକର ରାମତୀର୍ଥ ଘଂଚ ପାହାଡରୁ ତାଙ୍କୁ ଉଦ୍ଧାର କରାଯାଇଛି । ସେ ପାଖାପାଖି ୨ ସପ୍ତାହ ହେବ ସେଠାରୁ ରହି ଆସୁଥିଲେ ।
ନୀନା କହିଛନ୍ତି “ଗୁମ୍ଫାର ତାଙ୍କ ଜୀବନଯାପନ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ରହିଛି । ଖବର ଯେଉଁଭଳି ଭାବରେ ପରିବେଷଣ ହୋଇଥିଲା ସେମିତି କିଛି ନୁହେଁ । ” ସେ ଆହୁରୀ କହିଛନ୍ତି ଯେ “ସେ ସୂର୍ଯ୍ୟର ଉଠୁଛନ୍ତି । ସେ ନିଆଁ କିମ୍ବା ଗ୍ୟାସ ସିଲିଣ୍ଡରରେ ରୋଷେଇ କରୁଥିଲେ । ମୌସୁମ ଅନୁଯାଇ ଯାହା ଠିକ । ସେ ପାଖ ଗ୍ରାମରୁ ରାସନ ସାମଗ୍ରୀ କିଣୁଥିଲେ । ଆମେ ପେଟିଙ୍ଗ କରୁଥିଲୁ, ଗୀତ ଗାଉଥିଲୁ , ବହି ପଢୁଥିଲୁ ଏବଂ ଶାନ୍ତିରେ ରହୁଥିଲୁ ।”
ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ ଏହି ପରିବାର ମଝି ଜଙ୍ଗଲର ଘଂଚ ପାହାଡରେ ବସବାସ କରନ୍ତି । ନୀନା ବାଣିଜ୍ୟ ଭିସାରେ ଭାରତ ଆସିଥିଲେ । ସେ ଗୋଆ ଦେଇ ଗୋଆ ଦେଇ କର୍ଣ୍ଣାଟକରେ ଆସି ପଂହଚିଥିଲେ । ଋଷୀୟ ମୂଳ ନିବାସୀ ନୀନା ୪ଟି ସନ୍ତାନ ର ମାଆ ଅଟନ୍ତି ଏବଂ ସେ ବିଗତ ୧୫ ବର୍ଷ ହେବ ବିଶ୍ୱ ଭ୍ରମଣ କରୁଛନ୍ତି ।
Comments are closed.