ରୁଷ ସେନାର ଆକ୍ରମଣରେ ମେୟରଙ୍କ ମୃତ୍ୟୁ, ଭୀଷଣ ଗୁଳିକାଣ୍ଡରେ ଚାଲିଗଲା ଜୀବନ
ରୁଷ ସେନାର ଭୟଙ୍କର ଆକ୍ରମଣରେ ୟୁକ୍ରେନ୍ର ହୋଷ୍ଟମେଲର ମେୟର ୟୁରୀ ପ୍ରିଲିପ୍କୋଙ୍କ ମୃତ୍ୟୁ। ରୁଷର ସେନା ହୋଷ୍ଟମେଲ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ହୋଷ୍ଟମେଲ୍ର ମେୟରଙ୍କ ମୃତ୍ୟୁ ହୋଇଛି। ମେୟରଙ୍କ ମୃତ୍ୟୁ ପରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଉଲ୍ଲେଖନୀୟ ଯେ, ୟୁକ୍ରେନ୍ର ସେନା ମସ୍କୋ ସମର୍ଥିତ ଡୋନବାସରେ ରୁଷ ସୈନିକଙ୍କ ସହିତ ଯୋରଦାର ଲଢେଇ କରିଥିଲା। ୟୁକ୍ରେନ୍ର ଉପ-ପ୍ରତିରକ୍ଷା ମନ୍ତ୍ରୀ ହନ୍ନା ମଲୟାର କହିଛନ୍ତି, ଡୋନବାସର ଦୁଇ ବିଦ୍ରୋହୀ ସହର ଯେଉଁଠି ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ୨୪ ଫେବୃଆରୀରେଏକ ସେନା ଅଭିଯାନ ଘୋଷଣା କରିଥିଲେ। ସେଠାରେ ୟୁକ୍ରେନ୍ ସେନା ଲଢୁଛି।
ୟୁକ୍ରେନ୍ର ଜଣେ ଶୀର୍ଷ ଅଧିକାରୀ ଦାବି କରିଛନ୍ତି, ରୁଷର କିଭ୍ ପାଖରେ ଦୁଇଟି ଗାଁ ଓ ସହର ଗୁଡିକରେ ବହୁ ସଂଖ୍ୟାରେ ସୈନିକଙ୍କୁ ଏକାଠି କରାଯାଉଛି ଓ ଆଗାମୀ କିଛି ଦିନରେ ରୁଷ ସେନା କିଭ୍ ଉପରେ କବଜା କରନେବ। ୟୁକ୍ରେନ୍ର ଗୃହମନ୍ତ୍ରୀଙ୍କ ପରାମର୍ଶଦାତା ବାଦିମ୍ ଡେନିସେଙ୍କୋ ରବିବାର ରାତିରେ ସରକାରୀ ୟୁକ୍ରେନ୍ ଟିଭି ସହ ଆଲୋଚନା କରି କହିଛନ୍ତି, ଆସନ୍ତା କିଛି ଦିନ ଭିତରେ ଏକ ଗୁରୁତ୍ବପୂର୍ଣ୍ଣ ଯୁଦ୍ଧ ହେବାର ଆଶା ରହିଛି। ସେ କହିଛନ୍ତି, ଗୋଳା-ବାରୁଦ ଓ ବହୁ ସଂଖ୍ୟକ ରୁଷ ସୈନିକ କିଭ୍ରେ ଏକାଠି ହେଉଛନ୍ତି। ଆମେ ଭାବୁଛୁ ଯେ, କିଭ୍ ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଯୁଦ୍ଧ, ଯାହାକି ଆଗାମୀ ଦିନରେ ଲଢାଯିବ।
Comments are closed.