ୟୁକ୍ରେନ୍ ସହ ଯୁଦ୍ଧରେ ରୁଷର ୭୦୦୦ ସୈନିକ ନିହତ
ରୁଷ-ୟୁକ୍ରେନ ମଧ୍ୟରେ ୨୧ ଦିନ ହେବ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଉପରେ ଘନ ଘନ ମିଶାଇଲ ମାଡ ଏବଂ ବୋମା ବର୍ଷଣ ଯୋଗୁଁ ସାରା ଦେଶ ଏବେ ମାଟିରେ ମିଶି ଯାଇଛି। ଏହି ଯୁଦ୍ଧରେ କେବଳ ୟୁକ୍ରେନ୍କୁ କ୍ଷତି ହୋଇଛି ତାହା ନୁହେଁ, ରୁଷର ମଧ୍ୟ ଖୁବ୍ କ୍ଷୟକ୍ଷତି ହୋଇଛି। ଆମେରିକାର ଗୁଇନ୍ଦା ଏଜେନ୍ସିର ସୂଚନା ଅନୁସାରେ, ୟୁକ୍ରେନ୍ ଉପରେ ଆକ୍ରମଣ କରିବାର ୩ ସପ୍ତାହ ଭିତରେ ରୁଷର ୭ହଜାର ସୈନିକ ନିହତ ହୋଇ ସାରିଲେଣି। ଏହା ସହିତ ୧୪୦୦୦ ରୁ ୨୧୦୦୦ ସୈନିକ ଆହତ ହେବାର ଅନୁମାନ ରହିଛି।
‘ଦ ନ୍ୟୁୟର୍କ ଟାଇମ୍ସ’ର ରିପୋର୍ଟ ଅନୁସାରେ, ୟୁକ୍ରେନ୍ ପଠାଯାଇଥିବା ୭୦୦୦ରୁ ଅଧିକ ସୈନିକଙ୍କ ମୃତ୍ୟୁ ଇରାକ ଓ ଆଫଗାନିସ୍ତାନରେ ମିଳିତ ରୂପରେ ୨୦ ବର୍ଷ ଧରି ମୃତ ଆମେରିକୀୟ ସୈନିକଙ୍କ ସଂଖ୍ୟାଠାରୁ ଅଧିକ। ୧୫୦୦୦୦ରୁ ଅଧିକ ରୁଷ ସୈନିକ ୟୁକ୍ରେନକୁ ପଠାଯାଇଛି। ୟୁକ୍ରେନ୍ ଆକ୍ରମଣରେ ରୁଷ ପ୍ରଥମେ ନିଜର ତିନିଜଣ ଜେନେରାଲଙ୍କୁ ହରାଇ ସାରିଛି। କେବଳ ୩ ସପ୍ତାହରେ ଏଭଳି କ୍ଷୟକ୍ଷତି ହୋଇଛି। ଆଗକୁ ଯୁଦ୍ଧରେ ମୃତକଙ୍କ ସଂଖ୍ୟା ଆହୁରି ବଢିବ।
Comments are closed.