ମିସାଇଲ ମାଡ କରି ୟୁକ୍ରେନ୍ର ସବୁଠାରୁ ବଡ ତେଲ ଡିପୋକୁ ଧ୍ୱଂସ କଲା ରୁଷ ସେନା
ଏକ ମାସରୁ ଅଧିକ ସମୟ ହେବ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷ ସେନା କହିଛି ଯେ, ସେ ପଶ୍ଚିମ ୟୁକ୍ରେନ୍ର ସହର ଲିଭିଭ୍ ଓ କିଏଭ୍ ବାହାରେ ଥିବା ସବୁଠାରୁ ବଡ ତେଲ ଡିପୋ ଉପରେ ମିସାଇଲ ମାଡ କରି ଧ୍ୱଂସ କରିଛି । ୟୁକ୍ରେନ୍ ସୈନିକଙ୍କ ପାଇଁ ଇନ୍ଧନ ସପ୍ଲାଇକୁ ଟାର୍ଗେଟ କରି ଏହି ମିସାଇଲ୍ ମାଡ କରିଥିଲେ ରୁଷ ସୈନିକ। ଲିଭିଭ୍ ସହର ଉପରେ ରୁଷ ସୈନିକଙ୍କ ଆକ୍ରମଣରେ ଅତି କମ୍ରେ ୫ ଜଣ ଆହତ ହୋଇଛନ୍ତି।
ତେଲ ଡିପୋରେ ଲାଗିଥିବା ନିଆଁକୁ ଲିଭାଇବାକୁ ପ୍ରାୟ ୧୪ ଘଣ୍ଟା ସମୟ ଲାଗିଥିଲା ରୁଷରେ ବୋମାମାଡ ପରେ ଲିଭିଭ୍ର ମେୟର ଆଣ୍ଡ୍ରେ ସାଡୋଭି କହିଛନ୍ତି, ଏହି ଆକ୍ରମଣ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପାଇଁ ଏକ ଚେତାବନୀ ଥିଲା, ଯିଏକି ଶନିବାର ପଡୋଶୀ ଦେଶ ପୋଲାଣ୍ଡରେ ଥିଲେ। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଲିଭିଭ୍ରେ ଟାର୍ଗେଟ କରିବା ନେଇ ସୂଚନା ଦେଇଛନ୍ତି।
Comments are closed.