ଶାସକ- ବିରୋଧୀ ହେବେ ମୁହାମୁହିଁ,ଆଜିଠୁ ପୁଣି କମ୍ପିବ ବିଧାନସଭା
ଭୁବନେଶ୍ଵର,୦୯/୦୩:ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟ ପରି ୨ୟ ପର୍ଯ୍ୟାୟରେ ମଧ୍ୟ ଗୃହ ହୁଲୁସ୍ତୁଲ ହୋଇପାରେ। ମଣ୍ଡି ଅବ୍ୟବସ୍ଥା , ମହାନଦୀ ଜଳ ବିବାଦ, ଆଇନ ଶୃଙ୍ଖଳା ଓ ପୂର୍ବ ବଜେଟ ଅର୍ଥ ଖର୍ଚ୍ଚ ନ ହେବାକୁ ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଘେରିବେ ବିରୋଧୀ।ସେହିଭଳି ଆସନ୍ତାକାଲି ଅର୍ଥ, ସ୍ବରାଷ୍ଟ୍ର, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି। ଶୁନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଭୟ ଶାସକ ଓ ବିରୋଧୀ ଦଳ ଉଠାଇବେ। ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ ତାରିଖରୁ ଏପ୍ରିଲ ୮ ତାରିଖ ଯାଏଁ ଲମ୍ବା ସମୟ ଅଧିବେଶନ ରହିଛି। 10 ତାରିଖରୁ ବିଭିନ୍ନ ବିଭାଗର ବଜେଟ ଆଲୋଚନା ଆରମ୍ଭ ହେବ। ମାର୍ଚ୍ଚ 31 ତାରିଖରେ ବ୍ୟୟ ମଞ୍ଜୁର ବିଲ ଗୃହରେ ପାରିତ କରାଯିବ। ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନରେ ଗୃହରେ ବିରୋଧୀ ଓ ଶାସକ ଦଳର ଆଭିମୁଖ୍ୟ କଣ ରହିବ ତାହା ଉପରେ ନଜର । ଅଧିବେଶନ ସମୟରେ ରାଜ୍ୟସଭା ନିର୍ବାଚନ ରହୁଥିବାରୁ ଗୃହରେ ରାଜନୈତିକ ଉଷ୍ମତା ଜାରି ରହି ପାରେ ।

Comments are closed.