ଏବେ ଆରଟି-ପିସିଆର ଯାଞ୍ଚରେ ଧରାପଡୁନି ରୋଗ
ଦେଶରେ ଭୟଙ୍କରେ ବେଗରେ ଲୋକଙ୍କୁ ସଂକ୍ରମିତ କରୁଥିବା କରୋନା ଭାଇରସ୍ ଏବେ ତାର ରୂପ ବଦଳାଇବାରେ ଲାଗିଛି । ଯାହାଫଳରେ ଡବଲ ମ୍ୟୁଟାଣ୍ଟ (ବି.୧.୬୧୭)ଓ ଟ୍ରିପଲ ମ୍ୟୁଟାଣ୍ଟ (ବି.୧.୬୧୮) ଷ୍ଟ୍ରେନ୍ସ ଆରଟି-ପିସିଆର ଟେଷ୍ଟରେ ଧରାପଡୁନାହିଁ । ଦିଲ୍ଲୀର ହେଲ୍ଭେଟିଆ ମେଡିକାଲ ସେଣ୍ଟରର କନ୍ସଲଟାଣ୍ଟ ଡାକ୍ତର ସୌରଦୀପ୍ତ ଚନ୍ଦ୍ରା କହିଛନ୍ତି ଯେ ଭାଇରସ୍ ତାର ଏଭଳି ରୂପ ପରିବର୍ତ୍ତନ କରିଛି ଯେ ଆରଟି-ପିସିଆର ଟେଷ୍ଟ ନୂଆ ଭାଇରସ୍କୁ ଚିହ୍ନଟ କରିବାରେ ବିଫଳ ହେଉଛି । ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ ।
ସେହିଭଳି ନୂଆ ଭାଇରସ୍ ରୋଗୀଙ୍କ ଶାରୀରିକ ଲକ୍ଷଣ ମଧ୍ୟ ପରିର୍ତ୍ତନ କରିଦେଇଛି । ଏବେ ପତଳା ଝାଡା, ପେଟ ଯନ୍ତ୍ରଣା, ଶରୀରରେ ନାଲି ଚିହ୍ନ ପଡିବା, ଆଖି ସଂକ୍ରମଣ ହେବା, ଅସ୍ଥିର ଲାଗିବା, ମୁଣ୍ଡ ବୁଲାଇବା, ଆଙ୍ଗୁଟି ଓ ପାଦ ନୀଳ ପଡିଯିବା, ନାକ ଓ ଗଳାରୁ ରକ୍ତ ପଡିବା ଭଳି ଲକ୍ଷଣ ଦେଖାଯାଉଛି । କିନ୍ତୁ ପୂର୍ବରୁ କରୋନା ରୋଗୀଙ୍କ ଠାରେ ଥଣ୍ଡା, କାଶ, ଛିଙ୍କ, ଶରୀର ପୀଡା, ଜ୍ୱର ଓ ସ୍ୱାଦ ବାରି ନପାରିବା ଭଳି ଲକ୍ଷଣ ଦେଖାଯାଉଥିଲା ।
Comments are closed.